କନକ ବ୍ୟୁରୋ: ଭାରତ ବିପକ୍ଷ ବିଶ୍ବକପ୍ ମ୍ୟାଚ୍କୁ ବର୍ଜନ କଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଆର୍ଥିକ କ୍ଷତି ସହିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନର ମଧ୍ୟ ସମ୍ମୁଖୀନ ହେବ । ବିଶ୍ବକପ୍ର ପ୍ରସାରଣ ଅଧିକାର କିଣିଥିବା ଜିଓ ହଟ୍ଷ୍ଟାର୍ ମଙ୍ଗଳବାର ଏହି ସଙ୍କେତ ଦେଇଛି । ମ୍ୟାଚ୍ ବର୍ଜନ କଲେ କାଠଗଡ଼ାକୁ ଆସିବାକୁ ପ୍ରସ୍ତୁତ ରୁହ ବୋଲି ପିସିବିକୁ ଏହି କଂପାନି ଅନୌପଚାରିକ ଭାବେ ଧମକ ଦେଇଛି । ସେହିଭଳି ଆଇସିସି ମଧ୍ୟ ପିସିବିକୁ ମିଳିବାକୁ ଥିବା ପାଖାପାଖି ୩୫ ନିୟୁତ ଡଲାର ବା ୩୧୬ କୋଟି ଟଙ୍କାକୁ ଅଟକାଇ ଦେବାର ସଙ୍କେତ ଦେଇଛି । କାରଣ ବିଶ୍ବକପ୍ର ପ୍ରସାରଣ ଅଧିକାର ବିକ୍ରି କଲା ବେଳେ ସବୁମ୍ୟାଚ୍ ପାଇଁ ଆଇସିସି ଚୁକ୍ତି କରିଥିଲା । ସେଥିରେ ଫେବ୍ରୁଆରି ୧୫ର ଭାରତ-ପାକିସ୍ତାନ ମ୍ୟାଚ୍ ମଧ୍ୟ ସାମିଲ ଥିଲା । ଏହି ମ୍ୟାଚ୍ ସର୍ବାଧିକ ରାଜସ୍ବ ଅର୍ଜନ କରିବାର କ୍ଷମତା ରଖୁଥିଲା ।
ଏହା ବି ପଢ଼ନ୍ତୁ: ଏସୀୟ ଇନ୍ଡୋର୍ ଦୌଡ଼କୁଦରେ କିଟ୍ର ୯ ଛାତ୍ରଛାତ୍ରୀ
ବାଂଲାଦେଶ ନିର୍ବାଚନ ଲାଗି ଏସବୁ ଖେଳ
ବାଂଲାଦେଶରେ ଏବେ ଭାରତ ବିରୋଧୀ ଲହର ଚାଲିଛି । ମୌଳବାଦୀ ଓ କଟ୍ଟରପନ୍ଥୀମାନେ ଏହି ଦେଶକୁ ଏକପ୍ରକାର କବ୍ଜାକୁ ନେଇ ଯାଇଛନ୍ତି । ପୁଣି ଫେବ୍ରୁଆରି ୧୨ରେ ସେଠାକାର ସାଧାରଣ ନିର୍ବାଚନ ହେବାର ଅଛି । ଏଭଳି ଗୋଳମାଳିଆ ସ୍ଥିତିରୁ ଫାଇଦା ଉଠାଇବାକୁ ପାକିସ୍ତାନ ମସୁଧା କରୁଛି । ବାଂଲାଦେଶରେ ପାକ୍ ସମର୍ଥିତ ସରକାର ଅବସ୍ଥାପିତ କରିବାକୁ ଚାହୁୁଛି । ଏଣୁ କ୍ରିକେଟ୍କୁ ଏଥିଲାଗି ହାତବାରିସି କରିଛି । ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ମୋହସିନ ନକ୍ଭୀ ନିଜ ଦେଶର କ୍ରିକେଟ୍ ବୋର୍ଡର ମୁଖ୍ୟ ଥିବାରୁ ବିଶ୍ବକପ୍ ମ୍ୟାଚ୍କୁ ବର୍ଜନ କରି ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ମିଛମିଛିକା ନୈତିକ ସମର୍ଥନ ଦେବାର ନାଟକ କରୁଛନ୍ତି । ତେବେ ଥରେ ବାଂଲାଦେଶ ନିର୍ବାଚନ ଶେଷ ହୋଇଗଲେ ସେ ନିଜ ସ୍ବର ପରିବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କେତେକ ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/03/pakistan-team-2026-02-03-22-11-45.jpg)