କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମ୍ୟାଚ୍କୁ ବର୍ଜନ କରିବାକୁ ଧମକ ଦେଇଥିବାରୁ ପାକିସ୍ତାନକୁ ସମାଲୋଚନା କରିଛନ୍ତି ଭାରତର ମହାନ ଅଲରାଉଣ୍ଡର୍ କପିଳ ଦେବ । ସେ କହିଛନ୍ତି ଯେ ଏପରି ପଦକ୍ଷେପ ପାକିସ୍ତାନ କ୍ରିକେଟ୍କୁ ତଳିତଳାନ୍ତ କରିଦେବ, କେହି ସେମାନଙ୍କୁ ମନେ ପକାଇବେ ନାହିଁ ।
୧୯୮୩ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ଅଧିନାୟକ କହିଛନ୍ତି, "ଏହି ବର୍ଜନ ନିଷ୍ପତ୍ତି କିଏ ନେଇଛନ୍ତି ? ଯଦି ଖେଳାଳିମାନେ ନେଇଛନ୍ତି ତେବେ ସେମାନେ ଆଗକୁ ଆସି କହିବା ଉଚିତ୍ । କିନ୍ତୁ ବୋର୍ଡ କହିବ ଯେ ଖେଳାଳିମାନେ ଖେଳିବେ ନାହିଁ ତେବେ ଦେଶର ସମ୍ମାନ ପ୍ରଭାବିତ ହେବ । ଏହା ପାକିସ୍ତାନ (କ୍ରିକେଟ୍) ପାଇଁ ଭଲ ହେବନି । ତୁମେମାନେ ଗୋଟିଏ ପିଢିକୁ ନଷ୍ଟ କରିଦେଉଛ । ପାକିସ୍ତାନ କ୍ରିକେଟ୍କୁ ଅନେକ ମହାନ ଖେଳାଳି ଦେଇଛି । କିନ୍ତୁ ଯଦି ପିଲାମାନଙ୍କୁ ଖେଳିବାକୁ ଦିଆନଯିବ, ତେବେ ଗୋଟିଏ ପିଢିକୁ ନଷ୍ଟ କରାଯାଉଛି ଓ ଖେଳକୁ ନଷ୍ଟ କରାଯାଉଛି । ତୁମେ ନିଜ ଖେଳାଳିଙ୍କ ପ୍ରତି ଅନ୍ୟାୟ କରୁଛ ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସରଗରମ ଚର୍ଚ୍ଚା ଥମିବା ପରେ ପ୍ରସଂଶକମାନେ ଚାଲିଯିବେ, ଭାବାବେଗ ପ୍ରଭାବିତ ହେବ । ପରେ ଲୋକମାନେ ଏସବୁ କଥା ଭୁଲିଯିବେ, ପାକିସ୍ତାନକୁ କେହି ମନେ ପକାଇବେ ନାହିଁ ଓ ଆଗକୁ ବଢିଯିବେ ।
ଏହା ବି ପଢ଼ନ୍ତୁ: ପିସିବିକୁ କାଠଗଡ଼ାକୁ ଟାଣିବେ ପ୍ରସାରଣକାରୀ ସଂସ୍ଥା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/03/kapil-dev-pakistan-2026-02-03-22-25-14.jpg)