କନକ ବ୍ୟୁରୋ: ୭୮ ତମ ବରଗଡ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଆଜି ହେଉଛି ତୃତୀୟ ଦିନ। ଦ୍ବିତୀୟ ଦିବସରେ ମହାରାଜ କଂସ ନଗର ଭ୍ରମଣ କରିବା ସହ ରଙ୍ଗମହଲର ଉଦଘାଟନ ହୋଇଛି । ସେପଟେ ଭଗବାନ ଶ୍ରୀକୃଷ୍ଣ ମାତା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ହୋଇସାରିଛନ୍ତି । ଆଜି କୃଷ୍ଣ ଜନ୍ମ ଓ ନନ୍ଦୋତ୍ସବ ସହ ବିଜୁଳି କନ୍ୟା ଶୂନ୍ୟବାଣୀ ଦେଖିବେ ଦର୍ଶକ ।
‘ମୋର କଲିଜା ଫାଟିଯାଉଛି …’ କଷ୍ଟ ବଖାଣିଲେ ଜୟାପ୍ରଦା , କାହିଁକି ଏମିତି କହିଲେ ଅଭିନେତ୍ରୀ ?
ଚାଲିଛି ବିଶ୍ବ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା ମହୋତ୍ସବ । ଧନୁଯାତ୍ରାର ଦ୍ବିତୀୟ ଦିନରେ ମହାରାଜା କଂସ ନଗର ପରିଭ୍ରମଣରେ ବାହାରି ପ୍ରଜାଙ୍କ ସୁଖ ଦୁଃଖ ବୁଝିଥିଲେ। ଲୋକମଣ୍ଡପ ପଡ଼ିଆ ଠାରେ ବରଗଡ଼ ଜିଲ୍ଲାପାଳ ଓ ବିଧାୟକଙ୍କ ଦ୍ବାରା ରଙ୍ଗମହଲ ଉଦଘାଟନ କରାଯାଇଥିଲା । ରଙ୍ଗମହଲର ଦାୟିତ୍ବ ମହାମନ୍ତ୍ରୀ ସାର୍ତ୍ତକିଙ୍କୁ ଦେଇ ରାଜ୍ୟ ତଥା ରାଜ୍ୟ ବାହାର କଳାକାରଙ୍କ ନୃତ୍ୟ ପରିବେଷଣ ପାଇଁ ଆଦେଶ ଦେଇଥିଲେ କଂସ । ପରେ ଦୂର୍ମିଳାସୁର ରାକ୍ଷସଙ୍କୁ ହତ୍ୟା, ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ, ଶ୍ରୀକୃଷ୍ଣଙ୍କୁ ଯଶୋଦାଙ୍କ କୋଳରେ ରଖି ବିଜୁଳି କନ୍ୟାଙ୍କ ସହ ବସୁଦେବ ମଥୁରା ପ୍ରତ୍ୟାବର୍ତ୍ତନର ଦୃଶ୍ୟକୁ ବେଶ୍ ଉପଭୋଗ କରିଛନ୍ତି ଦର୍ଶକ ।
ଆଜି ଧନୁଯାତ୍ରାର ତୃତୀୟ ଦିନରେ ମହାରାଜ କଂସ ଶ୍ୟାମେଶ୍ବର ମହାଦେବଙ୍କ ଦର୍ଶନ ସହ ବିଜୁଳି କନ୍ୟାଙ୍କ ଶୂନ୍ୟବାଣୀ, କଂସଙ୍କ ଦ୍ଵାରା ଗୋପପୁରକୁ ପୁତନା ରାକ୍ଷସୀଙ୍କ ସହ ସଡମଲ୍ଲ ପ୍ରେରଣ । ଗୋପପୁରରେ କୃଷ୍ଣ ଜନ୍ମ ଓ ନନ୍ଦୋତ୍ସବ ଆରମ୍ଭ ହେବ । ୭୮ ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଦେଖି ବେଶ ଉତ୍ସାହିତ ବରଗଡ଼ବାସୀ । ଦର୍ଶକଙ୍କ ମନୋରଞ୍ଜନ ପାଇଁ ନାଚଗୀତର ମଧ୍ୟ ଆୟୋଜନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/12/26/22-2025-12-26-18-41-45.jpg)