କନକ ବ୍ୟୁରୋ : ବର୍ତ୍ତମାନ ବାଂଲାଦେଶରେ ମବ୍ ଲିଞ୍ଚିଙ୍ଗ୍ କେସ୍ ଏକ ବଡ଼ ଧରଣର ପ୍ରସଙ୍ଗ ହୋଇ ମୁଣ୍ଡ ଟେକିଛି । ରକ୍ତର ଚାଉଳ ଚୋବାଉଥିବା ଭିଡ଼ କେମିତି ଜଣେ ହିନ୍ଦୁ ଶ୍ରମିକ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ହତ୍ୟା କଲା ସେନେଇ ସୋସିଆଲ୍ ମିଡିଆରୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା ହେଉଛି । ଏହି ଲୋମହର୍ଷଣକାରୀ ଘଟଣା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଲୋକଙ୍କୁ ମର୍ମାହତ କରିଛି । ରାଜନୈତିକ ମହଲରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହି ହୃଦୟବିଦାରକ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ବର୍ତ୍ତମାନ ବରିଷ୍ଠ ଅଭିନେତ୍ରୀ ଜୟା ପ୍ରଦା ଏହି ଘଟଣା ଉପରେ ନିଜର କ୍ରୋଧ ପ୍ରକାଶ କରି କହିଛନ୍ତି ଯେ ଏହି ନିଷ୍ଠୁରତା ଏବେ ଅସହ୍ୟ ହୋଇପଡ଼ିଛି । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କ୍ୟାପସନରେ ଲେଖିଛନ୍ତି,‘‘ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟା ସମଗ୍ର ମାନବ ଜାତିକୁ ଲଜ୍ଜିତ କରିଛି । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ବର୍ବରତା ଏବେ ଅସହ୍ୟ ।"
/filters:format(webp)/kanak/media/media_files/2025/12/26/jaya-2025-12-26-18-28-38.jpg)
ଭିଡିଓରେ ଜୟାପ୍ରଦା କହିଛନ୍ତି ଯେ ‘‘ଆଜି ମୁଁ ବହୁତ ଦୁଃଖିତ । ଜଣେ ମଣିଷ ଉପରେ ଏତେ ନିଷ୍ଠୁରତା କେମିତି କିଏ କରିପାରେ ଭାବି ଭାବି ମୋର ହୃଦୟ ଭାଙ୍ଗିଯାଉଛି । ବାଂଲାଦେଶରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ନିର୍ଦ୍ଦୋଷ ହିନ୍ଦୁ ଭାଇଙ୍କୁ ଉତ୍ତ୍ୟକ୍ତ ଭିଡ଼ ଅତି ନୃଶଂସ ଭାବରେ ହତ୍ୟା କରିବା , ମାଡ଼ ମାରି ଗଛରେ ବାନ୍ଧି ପୋଡ଼ିଦେବା ସତରେ କଲିଜା ଥରାଇ ଦେଲା ଭଳି ହୋଇଛି । ଏହା କ'ଣ ସେହି ବାଂଲାଦେଶ ? ଏହା କୌଣସି ସାଧାରଣ ହତ୍ୟା ନୁହେଁ , ଭିଡ଼ ହିଂସା ।
ଅଧିକ ପଢନ୍ତୁ; ଦିନକ ପରେ ପୁଣି ବାଂଲାଦେଶରେ ପ୍ରବଳ ହିଂସା, ବିଏନପି ନେତାଙ୍କ ଘର ଜାଳିଦେଲେ ଉପଦ୍ରବୀ
ସନାତନ ଧର୍ମ ଏବଂ ହିନ୍ଦୁତ୍ୱ ଉପରେ ସିଧାସଳଖ ଆକ୍ରମଣ । ବାଂଲାଦେଶରେ ମନ୍ଦିରଗୁଡ଼ିକୁ ନଷ୍ଟ କରାଯାଉଛି । ହିନ୍ଦୁ ଭଉଣୀମାନଙ୍କ ସମ୍ମାନ ଉଲ୍ଲଂଘନ କରାଯାଉଛି । ଧର୍ମନିରପେକ୍ଷତା ନାମରେ ଆଖି ବନ୍ଦ କରି ଆମେ କେତେଦିନ ଚୁପ୍ ରହିବା ? ଆମେ ନ୍ୟାୟ ଚାହୁଛୁ , ଏଭଳି ହିଂସା ବନ୍ଦ ହେବା ଉଚିତ । ଆମ ସମସ୍ତଙ୍କୁ ସ୍ୱର ଉଠାଇବାକୁ ହେବ।"
/filters:format(webp)/kanak/media/media_files/2025/12/26/mob-lynching-2025-12-26-18-29-25.jpg)
ତେବେ କେବଳ ଏତିକି ନୁହେଁ ଜୟା ବାଂଲାଦେଶର ହିନ୍ଦୁମାନଙ୍କ ସାହାଯ୍ୟ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ସେ କହିଛନ୍ତି ‘‘ବାଂଲାଦେଶରେ ଯେଉଁ ଭାଇମାନଙ୍କୁ ହଇରାଣ କରାଯାଉଛି ଏବଂ ସେମାନଙ୍କୁ ହନ୍ତସନ୍ତ କରି ହତ୍ୟା କରାଯାଉଛି ଆମେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବା ଉଚିତ । ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ସେମାନଙ୍କୁ ସାହାଯ୍ୟ କରିବା ।’’ ତେବେ ଆପଣଙ୍କୁ ଏଠାରେ କହିରଖୁଛୁ କି ମାତ୍ର ୮ ଦିନ ପୂର୍ବରୁ ଅର୍ଥାତ ଡିସେମ୍ବର ୧୮ ତାରିଖରେ ବାଂଲାଦେଶରେ ମାନବିକତାର ମୃତ୍ୟୁ ହେଲା ଭଳି ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ପୋଷାକ କାରଖାନାରେ କାମ କରୁଥିବା କର୍ମଚାରୀଙ୍କୁ କ୍ରୋଧିତ ଭିଡ଼ ପିଟି ପିଟି ହତ୍ୟା କରିଥିଲା । ଭିଡ଼ର ଶିକାର କେବଳ ଦୀପୁ ନୁହେଁ ୨୯ ବର୍ଷୀୟ ଅମୃତ ମଣ୍ଡଳ ଓରଫ ସମ୍ରାଟ ମଧ୍ୟ ହୋଇଥିଲେ । ତାଙ୍କ ବିରୁଦ୍ଧରେ ରାଜାବିଡି ଜିଲ୍ଲାର ହୋସେଣ୍ଡାଙ୍ଗା ଗାଁରୁ ଟଙ୍କା ଆଦାୟ କରୁଥିଲେ ବୋଲି ଅଭିଯୋଗ ହୋଇଛି । ସେ ଟଙ୍କା ଆଦାୟ କରିବା ପାଇଁ ଘରେ ପଶିବା ସମୟରେ ହତ୍ୟା କରାଯାଇଥିଲା ବୋଲି ସୂଚନା ମିଳିଥିଲା । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଜୟା ପ୍ରଦାଙ୍କ ପୂର୍ବରୁ ଜାହ୍ନବୀ କପୁରଙ୍କ ଭଳି ସେଲିବ୍ରିଟି ମଧ୍ୟ ବାଂଲାଦେଶରେ ଜଣେ ହିନ୍ଦୁ ଯୁବକଙ୍କ ହତ୍ୟା ଉପରେ କ୍ରୋଧ ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/12/26/jaya-prada-2025-12-26-18-27-50.jpg)