Photograph: (kanaknews)
କନକ ବ୍ୟୁରୋ : ମଦ ବିକ୍ରିପାଇଁ କଙ୍ଗାରୁ କୋର୍ଟ। ମହିଳାଙ୍କ ବାପା ହାରିଲେ ଜୀବନ। ଚାନ୍ଦବାଲି ଚରଡ଼ିଆ ପଂଚାୟତରେ ଚୋରା ମଦ କାରବାର ବନ୍ଦ ପାଇଁ ମହିଳା ମାନେ ଏକଜୁଟ ହୋଇ ଗାଁରେ ଥିବା ୬ଟି ମଦ ଦୋକାନ ଭଙ୍ଗାରୁଜା କରିଥିଲେ। କଥା ଏତିକିରେ ସରି ନଥିଲା ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ମଦ ବିକ୍ରି କରୁଥିବା ମହିଳାଙ୍କୁ ମାଡ଼ ମାରିବା ସହିତ ଅକଥନୀୟ ନିର୍ଯ୍ୟାତନା ଦେଇଥିଲେ। ଫଳରେ ମହିଳାଙ୍କ ବାପା ଏକଥା ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଯାହା ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଚରଡ଼ିଆ ପଞ୍ଚାୟତରେ ବ୍ୟାପକ ଚୋରା ମଦ କାରବାର ହେଉଥିବାରୁ ଗତ ୧୫ ଦିନ ଧରି ଗାଁରେ ମଦ ବିକ୍ରିକୁ ବନ୍ଦ କରିବାକୁ ନେଇ ବାଂଶଡା ଥାନାରେ ଅଭିଯୋଗ ହୋଇଥିଲା ।
ଅଧିକ ପଢନ୍ତୁ... ଆଜି ୟୁରୋପୀୟ ସଂଘ ସହ ବଡ ବାଣିଜ୍ୟିକ ଚୁକ୍ତି : ୧୦ଲକ୍ଷ ଭାରତୀୟଙ୍କ ପାଇଁ ହେବ ଲାଭ ଦାୟକ
ଅଭିଯୋଗ ପାଇବା ପରେ ଥାନା ପୋଲିସ ସମସ୍ତ ଚୋରା ମଦ ବେପାରୀଙ୍କୁ ଥାନାକୁ ଡାକି ଗ୍ରାମବାସୀ ଏବଂ ସ୍ୱୟଂ ସହାୟକ ଗୋଷ୍ଟୀର ସଦସ୍ୟ ମାନଙ୍କ ଉପସ୍ଥିତିରେ ଚୋରା ବନ୍ଦ ପାଇଁ ଅଣ୍ଡର ଟେକିଙ୍ଗ ଲେଖିଥିଲେ। ମାତ୍ର ଏଥିରେ ମଦ ବିକ୍ରି ବନ୍ଦ ହେବ ପରିବର୍ତ୍ତେ ଅଧିକ ବିକ୍ରି ହେବାରୁ ଏନେଇ ଗ୍ରାମରେ ଏକ ସଭା ଗତ ୨୪ ତାରିଖରେ ବସିଥିଲା। ସଭାରେ ନିଷ୍ପତି ଅନୁଯାୟୀ ଗ୍ରାମରେ କେହି ମଦ ବିକ୍ରି କରିପାରିବେ ନାହିଁ ।
ତେବେ ୨୫ ତାରିଖରେ ପଞ୍ଚାୟତ ନିଷ୍ପତ୍ତି ନ ମାନି ମହିଳା ଜଣକ ମଦ ବିକ୍ରି କରୁଥିବାର ଅଭିଯୋଗ ହୋଇଥିଲା। ପରେ ଉକ୍ତ ମହିଳାଙ୍କୁ ଗାଁ ଦାଣ୍ଡରେ ବସାଇ ନାନାଦି ନିର୍ଯାତନା ଦିଆଯାଇଥିଲା। ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ହୋଇଥିଲା। ତେବେ ୧୦ ହଜାର ଟଙ୍କା ଦେଇଥିଲେ ମଧ୍ୟ ଆହୁରି ଟଙ୍କା ଦାବି କରିଥିଲା ଗାଁ ପଞ୍ଚାୟତ। ଏହାସହ ଉକ୍ତ ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ। ଯାହାକୁ ସହ୍ୟ କରିନପାରି ମହିଳାଙ୍କ ବାପା ବିଷ ପିଇ ଜୀବନ ହାରିଛନ୍ତି।
Follow Us