କନକବ୍ୟୁରୋ : ଆଉ କିଛି ଘଣ୍ଟାର ଅପେକ୍ଷା । ଆମେରିକାର ଟାରିଫ ଭୟ ଭିତରେ ୟୁରୋପୀୟ ସଂଘ କରିବାକୁ ଯାଉଛି ବଡ ବାଣିଜ୍ୟିକ ଚୁକ୍ତି କରିବ ଭାରତ । ଏହାର ନାଁ ରହିଛି ମଦର ଅପ ଅଲ ଡିଲସ । ସ୍ବିଜରଲ୍ୟାଣ୍ଡରେ ଆୟୋଜିତ ଦାବୋସ ସମ୍ମିଳନୀରେ ଇୟୁ ଅଧ୍ୟକ୍ଷା ଉର୍ସୁଲା ୱାର୍ଣ୍ଣ ଓ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଲୁଇସ ସାଣ୍ଟୋସ ଭାରତ ସହ ଚୁକ୍ତି କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।
ଅଧିକ ପଢନ୍ତୁ... ଗଣତନ୍ତ୍ର ଦିବସ : ରାହୁଲ-ଖଡ୍ଗେଙ୍କୁ ପଛପଟେ ଆସନ ଦେବା ନେଇ ଉଠିଲା ପ୍ରଶ୍ନ
ଏଥରକ ଗଣତନ୍ତ୍ର ଦିବସ ସମାରୋହରେ ଉଭୟ ମୁଖ୍ୟ ଅତିଥି ସାଜିବା ସହ ଆଜି ଭାରତ ସହ ଚୁକ୍ତି କରିବାକୁ ଯାଉଛନ୍ତି । ଇୟୁ ସହ ବାଣିଜ୍ୟିକ ଚୁକ୍ତି କରୁଥିବା ତୃତୀୟ ଦେଶ ହେଉଛି ଭାରତ । ପୂର୍ବରୁ ଜାପାନ ଓ ଦକ୍ଷିଣ କୋରିଆ ଚୁକ୍ତି କରିସାରିଛନ୍ତି । ମୁକ୍ତ ବାଣିଜ୍ୟ ଚୁକ୍ତି ଭାରତ ଉପରୁ ଟାରିଫ ଭାର କମ କରିବା ସହ ୟୁରୋପର ୨୭ ଦେଶରେ ଭାରତ ପାଇଁ ବଜାର ଖୋଲିବ
ଭାରତ-ଇୟୁ ବଡ ଚୁକ୍ତି
-୧୦ଲକ୍ଷ ଭାରତୀୟଙ୍କ ପାଇଁ ଲାଭ ଦାୟକ ହେବ ଏହି ମୁକ୍ତ ବାଣିଜ୍ୟ ଚୁକ୍ତି ।
-ୟୁରୋପୀୟ ସଂଘ ହେଉଛି ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର
-୨୦୨୩-୨୪ରେ ବାଣିଜ୍ୟ କାରବାର ୧୩୫ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ ଆଶା ଥିଲା
-ଭାରତ ଓ ଇୟୁ ପ୍ରଥମେ ୨୦୦୭ରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ଆରମ୍ଭ
-କିନ୍ତୁ ୨୦୧୩ରେ ଆଲୋଚନା ବନ୍ଦ ହୋଇଯାଇଥିଲା
-୨୦୨୨ରେ ଏହା ପୁନଃ ଆରମ୍ଭ ହୋଇଥିଲା
-ଭାରତ ୟୁରୋପୀୟ ସଂଘରୁ ଆମଦାନି କରୁଥିବା କାର ଉପରେ ଟିକସ ହ୍ରାସ ସମ୍ଭାବନା
-୧୧୦% ଟିକସ କେବଳ ୪୦% ହୋଇପାରେ
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/27/3-2026-01-27-07-41-06.jpg)