କନକ ବ୍ୟୁରୋ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଚୀନ୍ ସହିତ ସୀମା ବିବାଦ ଏବଂ ଆମେରିକା ସହିତ ବାଣିଜ୍ୟ ଚୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ ନିରନ୍ତର ଟାର୍ଗେଟ କରି ଆସୁଛନ୍ତି । ବାଣିଜ୍ୟ ଚୁକ୍ତି ଏବଂ ଏପଷ୍ଟାଇନ୍ ଫାଇଲ୍ ସମ୍ପର୍କରେ ରାହୁଲ ସଂସଦରେ କହିଥିଲେ ଯେ ଏପଷ୍ଟାଇନ୍ ଫାଇଲ୍‌ଗୁଡ଼ିକରେ ଆହୁରି ଅନେକ ମାଲ୍ ଅଛି ଯାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ । ତେବେ ଏହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ କଙ୍ଗନା ରଣାୱତ । ରାହୁଲଙ୍କ "ମାଲ୍" ଶବ୍ଦ ବ୍ୟବହାରକୁ ଟାର୍ଗେଟ କରି ସେ କହିଛନ୍ତି, "ଏପରି ଭ୍ରଷ୍ଟ ମନ ଥିବା ବ୍ୟକ୍ତିଙ୍କଠାରୁ କେହି କ'ଣ ଆଶା କରିପାରିବେ ?" ସେ କହିଛନ୍ତି ଯେ ରାହୁଲ ଜୀ ଯେଉଁ ଶବ୍ଦାବଳୀ ଏପଷ୍ଟାଇନ୍ ଫାଇଲ୍ ବିଷୟରେ କହିଛନ୍ତି ସେଥିରେ ଝିଅ ଏବଂ ମହିଳାଙ୍କ ଶୋଷଣ ଏବଂ ନିର୍ଯାତନା ସମ୍ବନ୍ଧରେ ଉଲ୍ଲେଖ ଅଛି । ଏଥିରେ ଅଧିକ 'ମାଲ' ଅଛି, ସେଥିରେ ଅଧିକ 'କବାବ' ଅଛି କହିବା କେତେଦୂର ଠିକ୍ । ଆପଣ କଳ୍ପନା କରିପାରିବେ ଯେ ଏତେ ନିମ୍ନ ସ୍ତରର ଚିନ୍ତାଧାରା, ଏତେ ଖରାପ ଏବଂ ଭ୍ରଷ୍ଟ ମନ ଥିବା ବ୍ୟକ୍ତିଙ୍କଠାରୁ ଆପଣ ଆଉ କ'ଣ ଆଶା କରିପାରିବେ?"

Advertisment

ଆଗକୁ ପଢ଼ନ୍ତୁ : ଗୋଟିଏ ପରେ ଗୋଟିଏ ବିୟୋଗ : ଭାଙ୍ଗି ପଡ଼ିଥିଲେ ହେଲେ ହାରି ନଥିଲେ , ଜାଣନ୍ତୁ ମାଡାମ୍ ମୁର୍ମୁଙ୍କ ସଂଘର୍ଷର କଥା

ଏହା ପୂର୍ବରୁ ରାହୁଲ ଗାନ୍ଧୀ ମଙ୍ଗଳବାର ଲୋକସଭାରେ ପୂର୍ବତନ ସେନା ମୁଖ୍ୟ ଏମଏମ ନରୱାଣେଙ୍କ ପୁସ୍ତକ ଏବଂ ଚୀନ ସୀମା ବିବାଦ ଉପରେ ତାଙ୍କର ପ୍ରତିକ୍ରିୟାକୁ ନେଇ ହଙ୍ଗାମା ଜୋର୍ ଧରିଥିଲା ଏବଂ ସେ ତାଙ୍କର ଭାଷଣ ଦେଇପାରିନଥିଲେ । ସମାନ କାରଣ ପାଇଁ ସେ ସୋମବାର ମଧ୍ୟ ଭାଷଣ ଦେଇପାରିନଥିଲେ । ସଂସଦ ପରିସରରୁ ବାହାରି ରାହୁଲ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ ଏବଂ କହିଥିଲେ ଯେ ତାଙ୍କ ସହ କମ୍ପ୍ରୋମାଇଜ୍ କରାଯାଇଛି । ଏହି ଡିଲ୍ ପଛରେ ଚାପ ପକାଯାଉଛି କି ଏହି ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି, "ଏକ ମାମଲା ଆମେରିକାରେ ଆଦାନୀ ବିରୁଦ୍ଧରେ ରହିଛି ଯାହା ପ୍ରକୃତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ଅଛି । ଅନ୍ୟଟି ହେଉଛି ଏପଷ୍ଟାଇନ ଫାଇଲ । ଏହି ଫାଇଲଗୁଡ଼ିକରେ ଆହୁରି ବହୁତ କିଛି ମାଲ୍ ଅଛି ଏବଂ ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ । ସେଥିପାଇଁ ପୂରା ଦେଶ ଏପଷ୍ଟାଇନ ଫାଇଲ ବିଷୟରେ ଜାଣିବାକୁ ଚାହୁଛି ଏବଂ ଆମେରିକା ଏହାକୁ ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ । ଯେଉଁ କାରଣରୁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି । ଏଗୁଡ଼ିକ ଦୁଇଟି ପ୍ରେସର୍ ପଏଣ୍ଟ୍ ଏବଂ ଦେଶକୁ ବୁଝିବା ଆବଶ୍ୟକ ଯେ ପ୍ରଧାନମନ୍ତ୍ରୀ ମୋଦୀ କମ୍ପ୍ରୋମାଇଜଡ୍ ଅବସ୍ଥାରେ ଅଛନ୍ତି ।