ରାଉରକେଲାରେ କନକ ନ୍ୟୁଜର ‘ଦ ଭଏସ୍ ଅଫ୍ ରାଉରକେଲା’

କନକ ନ୍ୟୁଜର ରାଉରକେଲା ବ୍ୟୁରୋ ଉଦଘାଟନ୍ ଅବସରରେ ସୋମବାର ରାଉରକେଲାର ଆରଆଇଏମଏସ୍ କଲେଜ ଅଡିଟୋରିୟରେ ଆୟୋଜିତ ହୋଇଛି ‘ଦ ଭଏସ୍ ଅଫ୍ ରାଉରକେଲା’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଏହାକୁ ଉଦଘାଟନ କରିଥିଲେ ।

Tanaya Patnaik

Tanaya Patnaik Photograph: (kanak news)

କନକ ବ୍ୟୁରୋ: “ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତା ଲୋକଙ୍କ ଭିତରେ ବିଶ୍ୱାସ ଜନ୍ମାଏ । ଶାସନ ବ୍ୟବସ୍ଥାରେ ମିଡିଆ ହିଁ ଗୁରୁ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ତେଣୁ କନକ ନ୍ୟୁଜର ଏ ପ୍ରୟାସକୁ ମୁଁ ପ୍ରଂଶସା କରୁଛି”,ସୋମବାର ରାଉରକେଲାର କନକ ନ୍ୟୁଜ୍ ତରଫରୁ ଆୟୋଜିତ ‘ଦ ଭଏସ୍ ଅଫ୍ ରାଉରକେଲା’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏପରି କହିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାଏ ।

Brijesh Rai
Brijesh Rai Photograph: (kanak news)

କନକ ନ୍ୟୁଜର ରାଉରକେଲା ବ୍ୟୁରୋ ଉଦଘାଟନ ଅବସରରେ ସୋମବାର ରାଉରକେଲାର ଆରଆଇଏମଏସ୍ କଲେଜ ଅଡିଟୋରିୟମରେ ଆୟୋଜିତ ହୋଇଛି ‘ଦ ଭଏସ୍ ଅଫ୍ ରାଉରକେଲା’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଏହାକୁ ଉଦଘାଟନ କରିଥିଲେ । ତାଙ୍କ ସହ ଏହି କାର୍ଯ୍ୟକ୍ରମରେ ସମ୍ୱାଦ ଓ କନକ ନ୍ୟୁଜର ସମ୍ପାଦକ ତନୟା ପଟ୍ଟନାୟକ ଏବଂ ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ । 

Tanaya Patnaik
Tanaya Patnaik Photograph: (kanak news)

କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ୱାଦ ଓ କନକ ନ୍ୟୁଜର ସମ୍ପାଦକ ତନୟା ପଟ୍ଟନାୟକ କହିଥିଲେ, ଆମେ ଅନେକ କ୍ଷେତ୍ରରେ ପ୍ରଥମ । ସମ୍ବାଦ ୧୯୮୪ ମସିହାରୁ ଗଣମାଧ୍ୟମ ଜଗତରେ ଅନେକ ପ୍ରଥମର ଅଧିକାରୀ । ପ୍ରଥମ ରିଜିଓନାଲ୍ ଏଡିସନ୍, ପ୍ରଥମ କଲର୍ ପ୍ରିଣ୍ଟ୍, ପ୍ରଥମ ସ୍ପୋର୍ଟସ୍ ପେଜ୍ । ଅନେକ ପ୍ରଥମ ଆମ ଖାତାରେ ଅଛି । ଆଉ ଏବେ ରାଉରକେଲାରେ କନକ ନ୍ୟୁଜର ବ୍ୟୁରୋ ମଧ୍ୟ ଆରମ୍ଭ ହୋଇଛି । ଏହାର ଉଦ୍ଦେଶ୍ୟ ହେଉଛି ଦ ଭଏସ୍ ଅଫ୍ ରାଉରକେଲା ଅର୍ଥାତ ରାଉରକେଲାର ସ୍ୱର ଆଉ ସମସ୍ୟାକୁ ଅବଶିଷ୍ଟ ଓଡ଼ିଶାକୁ ଜଣାଇବା । 

ଆହୁରି ପଢ଼ନ୍ତୁ : ନୂଆ ନୂଆ ଦିଶିବ କଲେକ୍ଟର ଅଫିସ୍

bhabani sankar tripathy
bhabani sankar tripathy Photograph: (kanak news)

ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କନକ ନ୍ୟୁଜ୍ ଓ ସମ୍ୱାଦର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ କହିଥିଲେ ଯେ,  ରାଉରକେଲାରେ ‘ରାଉରକେଲାର ସ୍ୱର’ କହିଲା ବେଳକୁ ଲୋକଙ୍କୁ ଟିକେ ଅଡୁଆ ଲାଗିପାରେ ହେଲେ ରାଉରକେଲାର ସ୍ୱରକୁ ଅବଶିଷ୍ଟ ଓଡ଼ିଶାରେ ପହଞ୍ଚାଇବାର ଦାୟିତ୍ୱ ଆମେ ମୁଣ୍ଡେଇଛୁ । ଏ ଅଭିଯାନ ଆମ ଇଚ୍ଛାରେ ହେଉନି, ଆପଣଙ୍କ ଦାବିରେ ହେଉଛି ବୋଲି କହିଛନ୍ତି ସମ୍ୱାଦ ଓ କନକ ନ୍ୟୁଜର ବାର୍ତ୍ତା ସମ୍ପାଦକ ।

ସୂଚନାଯୋଗ୍ୟ ଯେ ସୁନ୍ଦରଗଡ଼ର ବିକାଶକୁ ନେଇ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା । ଯେଉଁଥିରେ ବିଜେପିର ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ବିଜେଡିର ବରିଷ୍ଠ ନେତା ବୀରେନ୍ ସେନାପତି, ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିର୍ମଳ ଚନ୍ଦ୍ର ନାୟକ ଓ ଶ୍ରମିକ ନେତା ଜାହାଙ୍ଗୀର ଅଲ୍ଲୀ ଯୋଗ ଦେଇଥିଲେ । ସେହିପରି ‘ଶିକ୍ଷା ହବରୁ ଇନୋଭେସନ୍ ହବ୍’ ପ୍ରସଙ୍ଗରେ ସୁନ୍ଦରଗଡ଼ ମ୍ୟୁନିସିପାଲଟିର ଚେୟାରମ୍ୟାନ୍ ତନୟା ମିଶ୍ର, ଆରଆଇଏମଏସ୍ ସମ୍ପାଦକ ଆର୍ୟ ପଟ୍ଟନାୟକ ଏବଂ ଐତିହାସିକ ଡ. ପ୍ରଭାତ ରଞ୍ଜନ ମଲ୍ଲିକ ଯୋଗ ଦେଇ ଆଲୋଚନା କରିଥିଲେ । ରାଉରକେଲାରେ ଆୟୋଜିତ ଏହି କନକ୍ଲେଭରେ ସହର ଅନେକ ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ଏବଂ ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ରହିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe