କନକ ବ୍ୟୁରୋ : କନକ ନ୍ୟୁଜର ମହାପ୍ରଭାବ। ଖବର ବାଜିଲା। ସରକାରଙ୍କ ତତ୍ପରତା ବଢ଼ିଲା। ଟେଣ୍ଡର ଆହ୍ବାନ ମାଧ୍ୟମରେ ପ୍ରକ୍ରିୟା ଆରମ୍ଭ ହେଲା। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବସଷ୍ଟପ ଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ନେଇ ଆମେ କିଛି ଦିନ ପୂର୍ବେ ଖବର ପ୍ରସାରଣ କରିଥିଲୁ। ତେବେ ଯୋଜନାର ରୂପରେଖ କ’ଣ ରହିବ।
ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବ୍ରହ୍ମପୁର ସହରର ଏକାଧିକ ବସ୍ଷ୍ଟପର ପୁନରୁଦ୍ଧାର ହେବ। ଏଥିସହ ୩ ପ୍ରକାର ୫୨ଟି ଅତ୍ୟାଧୁନିକ ବସଷ୍ଟପ ନିର୍ମାଣ ହେବ। କ୍ରୁଟ୍ ସହଯୋଗରେ ବିଇଡିଏ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଏପରିକି ସହରର କିଛି ସ୍ଥାନରେ ଇଣ୍ଟିଗ୍ରେଟଡ୍ ବସ୍ କିଉ ସେଲ୍ଟର ନିର୍ମାଣ କରିବାକୁ ଯୋଜନା କରିଛି ପ୍ରଶାସନ।
ଅଧିକ ପଢ଼ନ୍ତୁ :ଦୀର୍ଘ ଦିନର ସମସ୍ୟା ଉପରେ ପଡ଼ିବ ପୂର୍ଣ୍ଣଚ୍ଛେଦ, ଆସନ୍ତା ୬ ତାରିଖରୁ କାର୍ଯ୍ୟକ୍ଷମ ହେବ ବ୍ରହ୍ମପୁର ଉପକଣ୍ଠର ୨ ବସଷ୍ଟାଣ୍ଡ
ବିକାଶ ମୁହାଁ ରେଶମ ସହର ବ୍ରହ୍ମପୁର। ଦିନକୁ ଦିନ ସହର ସମ୍ପ୍ରସାରିତ ହେଉଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, ବାଣିଜ୍ୟ ବ୍ୟବସାୟ ଲାଗି ପ୍ରତିଦିନ ପାଖ ପଡ଼ୋଶୀ ଜିଲ୍ଲା ଓ ରାଜ୍ୟର ହଜାର ହଜାର ଲୋକ ଏଠାକୁ ଆସନ୍ତି। ଏପଟେ ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ବସଷ୍ଟପ୍ ଗୁଡ଼ିକରେ ପିଇବା ପାଣି, ଆଲୋକ ଓ ଖାସ୍ କରି ମହିଳାଙ୍କ ସୁରକ୍ଷା ଓ ଶୌଚାଳୟ ଭଳି ମୌଳିକ ସୁବିଧା ଯୋଗାଇବା ଲାଗି ସାଧାରଣରେ ଦାବି ହେଉଛି।
Follow Us