କନକ ବ୍ୟୁରୋ: କନକ ନ୍ୟୁଜର ମହାପ୍ରଭାବ । ସ୍କୁଲ ଛାତ୍ରଛାତ୍ରୀଙ୍କୁ କାହିଁକି ଆଜିଯାଏଁ ୟୁନିଫର୍ମ ମିଳୁନି ବୋଲି କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ପରେ ସରକାରଙ୍କ ନିଦ ଭାଙ୍ଗିଛି । ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଏନ.ତିରୁମାଲା ନାୟକ । ଯେତେ ଶୀଘ୍ର ସମ୍ଭବ ୟୁନିଫର୍ମ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ ।
କନକ ନ୍ୟୁଜର ମହାପ୍ରଭାବ ; ଖବର ବାଜିବା ପରେ କ୍ୟାନସର ପୀଡ଼ିତଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ସ୍କୁଲ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଡ୍ରେସ ଦେବାକୁ ଗତ ଜୁନ୍ ମାସରେ ଡିଇଓ ମାନଙ୍କୁ ଚିଠି ହୋଇଥିଲା । ଜୁଲାଇ ୧୫ ତାରିଖ ସୁଦ୍ଧା ୟୁନିଫର୍ମ ଯୋଗାଇବାକୁ ଚିଠି କରାଯାଇଥିଲା । କିନ୍ତୁ ଆଜିଯାଏଁ କାହିଁକି ୟୁନିଫର୍ମ ମିଳିନି ବୋଲି ଗତ ୨ ଦିନ ଧରି ଖବର ପ୍ରସାରଣ ହୋଇଥିଲା । ବିଶେଷ କରି ମାଟ୍ରିକ ଛାତ୍ରଛାତ୍ରୀଙ୍କୁ କାହିଁକି ୟୁନିଫର୍ମ ମିଳିନି ବୋଲି ଆମେ ଦେଖାଇଥିଲୁ । କିନ୍ତୁ ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀ ଆମ ବୁମ୍ ଆଡେଇ ଚାଲିଯାଇଥିଲେ । ଆଜି ଗଣଶିକ୍ଷା ବିଭାଗର ନିଦ ଭାଙ୍ଗିଛି । ତୁରନ୍ତ ଡ୍ରେସ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/20/24-2025-11-20-11-57-25.jpg)