କନକ ବ୍ୟୁରୋ : କନକ ନ୍ୟୁଜର ମହାପ୍ରଭାବ , ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ । କ୍ୟାନସର ପୀଡ଼ିତ ଶିଶୁର ସମସ୍ତ ଚିକିତ୍ସା ଆୟୁଷ୍ମାନ ଭାରତ ଯୋଜନାରେ କରିବାକୁ ନିର୍ଦ୍ଧେଶ । ଆବଶ୍ୟକ ହେଲେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ଅର୍ଥ ମଞ୍ଜୁରୀ କରାଯିବ । ସମସ୍ତ ସାହାଯ୍ୟ ଯୋଗାଇଦେବାକୁ  ସ୍ୱାସ୍ଥ୍ୟ ବିଭାଗ ଏବଂ ସିଏମ୍‌ଓର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଧେଶ ।

Advertisment

ପୁଅର ଅବସ୍ଥା ଦେଖି ସହିପାରୁନାହାନ୍ତି ବାପା ମା’। ଜୀବନ ବଞ୍ଚାଇବାକୁ ଆକୁଳ ନିବେଦନ କରିଛନ୍ତି ବାପା । ଦିଲ୍ଲୀ ଏମ୍ସରେ ପୁଅର ବୋନମ୍ୟାରୋର ହେବ ଚିକିତ୍ସା । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ପୁରା ପରିବାର । ମେଡ଼ିକାଲ ବେଡ଼ରେ ୧୦ ବର୍ଷର ପୁଅ ସାଇରାମ । ପୁଅକୁ ବଞ୍ଚାଇଦିଅ କହି ଅନୁରୋଧ କରୁଛନ୍ତି ବାପା । ମୃତ୍ୟୁ ସହ ସଂଗ୍ରାମ କରୁଛି ଜଟଣୀ ବଜାର ନିକଟ ଧର୍ମ ସାଗରର ରମେଶ ଚନ୍ଦ୍ର ଚମ୍ପତିଙ୍କ ୧୦ ବର୍ଷର ପୁଅ ସାଇରାମ । ଭୁବନେଶ୍ୱର ପରେ ଦିଲ୍ଲୀ ଏମ୍ସରେ ରକ୍ତ କର୍କଟର ଚିକିତ୍ସା ହେଉଛି । ରମେଶ ଚମ୍ପତି ଜଣେ ଅଟୋ ଚାଳକ । ଜଟଣୀରେ ଅଟୋ ଚଳାଇ ନିଜର ଜୀବନ ପ୍ରତିପୋଷଣ କରନ୍ତି । ଡାକ୍ତର କହିଲେ ପୁଅ ସାଇରାମର ବୋନମ୍ୟାରୋ ଅପରେଶନ ହେବ । ଚିକିତ୍ସା ପାଇଁ ୧୫ ରୁ ୨୦ ଲକ୍ଷ ଟଙ୍କା ରହିଛି ଆବଶ୍ୟକତା । ଏତେ ମାତ୍ରାରେ ଟଙ୍କା କିଭଳି ଯୋଗାଡ କରିବେ କିପରି ପୁଅର ଜୀବନ ବଞ୍ଚେଇବେ ସେଥିପାଇଁ ନିବେଦନ କରିବା ସହ ସାହାଯ୍ୟ ଭିକ୍ଷା କରିଛନ୍ତି ସାଇଙ୍କ ବାପା । କୌଣସି ସହୃଦୟ ବ୍ୟକ୍ତି ସହଯୋଗର ହାତବଢ଼ିବାକୁ ଚାହୁଥିଲେ ତଳେ ଦିଆଯାଇଥିବା ନମ୍ବର ରେ ସାହାଯ୍ୟ କରିବାକୁ ଅନୁରୋଧ । ରମେଶ ଚନ୍ଦ୍ର ଚମ୍ପତିଙ୍କ ଫୋନ ପେ’ନମ୍ବର- ୯୪୩୮୩୦୮୯୩୨ରେ ଯୋଗାଯୋଗ କରିପାରିବ ।