ଉଦଘାଟନ ପରଠୁ କଲ୍ୟାଣମଣ୍ଡପରେ ପଡ଼ିଛି ତାଲା, ୮ ବର୍ଷ ବିତିଯାଇଥିଲେ ବି ହୋଇପାରିଲାନି କାର୍ଯ୍ୟକ୍ଷମ

Advertisment

ଏହି କଲ୍ୟାଣ ମଣ୍ଡପରେ ପ୍ରତିବର୍ଷ କେବଳ ମରାମତି ଓ ସୁରକ୍ଷା କର୍ମୀଙ୍କ ଦରମା ବାବଦରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି । କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବ ଯୋଗୁଁ ଆଜି ଯାଏଁ ଏହି କଲ୍ୟାଣ ମଣ୍ଡପଟି ସାଧାରଣ ଲୋକଙ୍କ ବ୍ୟବହାରରେ ଲାଗି ପାରୁନାହିଁ । ୨୦୧୭ ସ୍ୱାୟତ୍ତ ଶାସନ ଦିବସରେ ମଣ୍ଡପକୁ ଉଦଘାଟନ କରାଯାଇ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ନାମରେ ନାମିତ କରାଯାଇଥିଲା

ctc

କନକ ବ୍ୟୁରୋ : କଟକ ମହାନଗର ନିଗମ ପକ୍ଷରୁ ଗୋପାଳପୁର ତାରିଣୀ ମନ୍ଦିର ନିକଟରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଥିଲା । ମଣ୍ଡପ ନିର୍ମାଣ ହେବା ୮ ବର୍ଷରୁ ଅଧିକ ହେଲାଣି, ହେଲେ ଏଯାଏ କାର୍ଯ୍ୟକ୍ଷମ  ହୋଇପାରୁନି । କଟକ ସହରରେ ସରକାରୀ କଲ୍ୟାଣ ମଣ୍ଡପ ଅଭାବରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆବଶ୍ୟକ ସମୟରେ ସାମାଜିକ କାର୍ଯ୍ୟ  ପାଇଁ ସରକାରୀ ମଣ୍ଡପ ମିଳୁନି । ଏଭଳି ସ୍ଥିତିରେ ମଣ୍ଡପ ତିଆରି ହୋଇ ଉଦଘାଟନ ସରିଛି, ହେଲେ କାର୍ଯ୍ୟକ୍ଷମ  ହୋଇପାରୁନି । ଏହାର ଏକ ଉଦାହରଣ ହେଲା ଗୋପାଳପୁର ତାରିଣୀ ମନ୍ଦିର ନିକଟରେ କରାଯାଇଥିବା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ । ମଣ୍ଡପ ଲୋକଙ୍କ କାମରେ ଆସୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ : କଟକକୁ ଲମ୍ବିଲାଣି ନିଶା କାରବାରର ଚେର, ବାଂଲାଦେଶରୁ ଭାୟା କୋଲକାତା ଏବଂ ବାଲେଶ୍ୱର ଦେଇ କଟକ ଆସୁଛି ବ୍ରାଉନ ସୁଗାର

ଏହି କଲ୍ୟାଣ ମଣ୍ଡପରେ ପ୍ରତିବର୍ଷ କେବଳ ମରାମତି ଓ ସୁରକ୍ଷା କର୍ମୀଙ୍କ ଦରମା ବାବଦରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି । କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବ ଯୋଗୁଁ ଆଜି ଯାଏଁ ଏହି କଲ୍ୟାଣ ମଣ୍ଡପଟି ସାଧାରଣ ଲୋକଙ୍କ ବ୍ୟବହାରରେ ଲାଗି ପାରୁନାହିଁ । ୨୦୧୭ ସ୍ୱାୟତ୍ତ ଶାସନ ଦିବସରେ ମଣ୍ଡପକୁ ଉଦଘାଟନ କରାଯାଇ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ନାମରେ ନାମିତ କରାଯାଇଥିଲା। କଟକ ସହରରେ ଏମିତି ଅନେକ ମଣ୍ଡପ ସାଧାରଣ ଲୋକଙ୍କ ବ୍ୟବହାରରେ ଲାଗୁନାହିଁ । ଫଳରେ ଲୋକମାନେ ସାମାଜିକ କାର୍ଯ୍ୟକ୍ରମ  କରିବା ପାଇଁ ନାହିଁ ନଥିବା ସମସ୍ୟାରେ ସମୁଖୀନ ହେଉଛନ୍ତି । ତେବେ କେଉଁ ଦିନ କଲ୍ୟାଣ ମଣ୍ଡପ ଲୋକମାନଙ୍କ ବ୍ୟବହାରରେ ଲାଗୁଛି ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe