କନକ ବ୍ୟୁରୋ : କଟକକୁ ଲମ୍ବିଲାଣି ନିଶା କାରବାରର ଚେର। ବର୍ଷ ଆରମ୍ଭରୁ ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କାର ନିଶା ଦ୍ରବ୍ୟ। ବାଂଲାଦେଶରୁ ଭାୟା କୋଲକାତା ଏବଂ ବାଲେଶ୍ବର ଦେଇ ସିଲ୍‌ଭର ସିଟିକୁ ଆସୁଛି ବ୍ରାଉନସୁଗାର। ଯାହା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ..

Advertisment

ନଜର ପକାନ୍ତୁ ୨୦୨୬ ଜାନୁଆରୀ ମାସ ପ୍ରଥମ ସପ୍ତାହ ତଥ୍ୟ ଉପରେ । ୨ ଜାନୁଆରି- କଟକରୁ ଜବତ ହେଲା ୧୯ ଲକ୍ଷ ଟଙ୍କାର ବ୍ରାଉନସୁଗାର। ୩ ଜାନୁଆରି- ୬ ଲକ୍ଷ ଟଙ୍କାର ଗଂଜେଇ ଜବତ । ଖାଲି ଜାନୁଆରି କାହିଁକି, ଏହା ପୂର୍ବରୁ ଡିସେମ୍ବର ମାସରେ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍‌ ୯ଥର ଚଢ଼ାଉ କରି ଜବତ କରିଥିଲା ଦେଢ଼ କୋଟି ଟଙ୍କାର ଧଳା ଜହର। ସେହିପରି ଜିଲ୍ଲା ଅବକାରୀ ଟିମ୍‌ର ରେଡ୍‌ ବେଳେ ଜବତ ହୋଇଥିଲା ୨୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର। ଏଥିରୁ ସ୍ପଷ୍ଟ ହେଉଛି, କିଭଳି ଭାବେ କଟକ ପାଲଟିଲାଣି ନିଶା କାରବାରର ହବ୍। ଏଥିରେ ରୋକ୍ ଲଗାଇବା ପୁଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ । 

ଅଧିକ ପଢ଼ନ୍ତୁ: ବଢୁଛି ପ୍ରଦୂଷଣ ; ଜାରି ହେଲା କଟକଣା

 ନିଶା କାରବାରରେ ରୋକ୍ ଲଗାଇବା ଲାଗି ସ୍ବତନ୍ତ୍ର ଡ୍ରାଇଭ୍ ସହ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନର  ଆବଶ୍ୟକତା ରହିଛି। ଘଟଣାକୁ ନେଇ ପୂର୍ବତନ ବିଧାୟକ ମହମ୍ମଦ ମୋକିମ କ୍ଷୋଭ ପ୍ରକାଶ କରିଛନ୍ତି । ପୁଲିସ କଡ଼ା ପଦକ୍ଷେପ ନ ନେଲେ ଆଗକୁ ସ୍ଥିତି ଆହୁରି ବିଗିଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।