kalinganagar controversy Photograph: (KanakNews)
କନକ ବ୍ୟୁରୋ: ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଲା ୨୦ ବର୍ଷ । ହେଲେ, ସୁଧୁରିନି ବିସ୍ଥାପିତ ଆଦିବାସୀ ପରିବାରର ସ୍ଥିତି । ସେତେବେଳେ ଗୁଳିକାଣ୍ଡରେ ଯାଇଥିଲା ମୁଣ୍ଡ। ଆଉ ଆଜି ରୋଗ ନେଉଛି ଜୀବନ । ଶିଳ୍ପ ପ୍ରତିଷ୍ଠା ପାଇଁ ୨୦୦୬ ଜାନୁଆରି ୨ ତାରିଖରେ ଘଟିଥିଲା ଯାଜପୁର ଜିଲ୍ଲା କଳିଙ୍ଗନଗରରେ ହୋଇଥିଲା ଗୁଳିକାଣ୍ଡ। କମ୍ପାନି ଓ ସରକାର ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ ଅଞ୍ଚଳବାସୀ ।
ଚମ୍ପାକୋଇଲିଠାରେ ପାଚେରି ନିର୍ମାଣକୁ ବିରୋଧ କରି ପୁଲିସ-ଆଦିବାସୀଙ୍କ ମଧ୍ୟରେ ଘଟିଥିଲା ରକ୍ତାକ୍ତ ସଂଘର୍ଷ । ପୁଲିସ ଗୁଳିରେ ୧୪ ଜଣ ଆଦିବାସୀ ପ୍ରାଣ ହରାଇଥିଲେ। ପାଲଟା ଆକ୍ରମଣରେ ଜଣେ ପୁଲିସ ହାବିଲଦାରଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ଇତିମଧ୍ୟରେ ୨୦ ବର୍ଷ ବିତିଯାଇଛି। ହେଲେ ଏବେ ବି ବିସ୍ଥାପିତ ପରିବାର ଓ କଳିଙ୍ଗନଗରବାସୀ ନିଜ ହକ୍ ପାଇଁ ଲଢ଼ୁଛନ୍ତି । ଜୀବନ ଜିଇବାକୁ ସଂଘର୍ଷ କରୁଛନ୍ତି । ସେଦିନ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରି ଜୀବନ ଯାଇଥିଲା । ଏବେ ପ୍ରଦୂଷଣ କାରଣରୁ ରୋଗବ୍ୟାଧିରେ ଜୀବନ ଯାଉଛି ।
ଅଧିକ ପଢନ୍ତୁ: କଳା ଧୂଆଁରେ କଳିଙ୍ଗନଗରର ଗାଡ଼ପୁର ! ଟାଟା ଓ ଜିନ୍ଦଲ କମ୍ପାନୀ ମଝିରେ ରହିଥିଲେ ବି ଗ୍ରାମବାସୀଙ୍କୁ ମିଳୁନି ସାମାନ୍ୟ ସୁବିଧା
କଳିଙ୍ଗନଗର ଗୁଳିକାଣ୍ଡକୁ ୨୦ ବର୍ଷ
୨ ଜାନୁଆରି, ୨୦୦୬ରେ ହୋଇଥିଲା ଗୁଳିକାଣ୍ଡ
ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରି ଆଦିବାସୀ, ପୁଲିସ ହୋଇଥିଲେ ମୁହାଁମୁହିଁ
କମ୍ପାନି ଓ ସରକାର ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ ଅଞ୍ଚଳବାସୀ
ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ ୧୪ ଆଦିବାସୀ
୨୦ ବର୍ଷ ପରେ ବି ଅଭିଶପ୍ତ କଳିଙ୍ଗନଗର ଅଞ୍ଚଳ
ଶିଳ୍ପ ପାଇଁ ଜମି ହରାଇଥିବା ସ୍ଥାନୀୟ ଲୋକଙ୍କ ସମସ୍ୟା ହୋଇନି ଦୂର ହୋଇନି
ବିଭିନ୍ନ ସମୟରେ କ୍ଷତିପୂରଣ, ନିଯୁକ୍ତି ଓ ପରିବେଶ ପ୍ରଦୂଷଣ ବିରୋଧରେ ଆନ୍ଦୋଳନ ଚାଲିଛି
କଳିଙ୍ଗନଗରରେ ପ୍ରଦୂଷଣ ପାଇଁ ବଢ଼ିଛି ରୋଗ
୨୧୨ଟି ଖଣି-ଶିଳ୍ପ ପ୍ରଭାବିତ ଗ୍ରାମ ହୋଇଛି ଚିହ୍ନଟ
ସବୁ ଗାଁରେ ୧୦-୧୨ ଜଣ ଲେଖାଏଁ ଯକ୍ଷ୍ମା, କିଡ୍ନି ଓ କର୍କଟ ରୋଗୀ ଚିହ୍ନଟ
ସ୍ଥାନୀୟ ଅଞ୍ଚଳରେ ମିଳୁନି ଚିକିତ୍ସା
୮୦ କିଲୋମିଟର ଦୂର ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡ଼ୁଛି
କଳିଙ୍ଗନଗରରେ କିଡ୍ନି ରୋଗୀଙ୍କ ପାଇଁ ଆରମ୍ଭ ହୋଇପାରୁନି ମାଗଣା ଡାଏଲିସିସ୍ ସେବା
ଶିଳ୍ପାଞ୍ଚଳରେ ମାରାତ୍ମକ ରୋଗରେ ଯାଉଛି ଜୀବନ
Follow Us