Odisha FC Photograph: (Kanak news)
କନକ ବ୍ୟୁରୋ: ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସଏଲ୍)ର ୨୦୨୫-୨୬ ଋତୁ ପାଇଁ କଳିଙ୍ଗ ଷ୍ଟାଡିୟମ୍ ଓଡ଼ିଶା ଏଫସିର ଘରୋଇ ପଡ଼ିଆ ବା ହୋମ୍ ଭେନ୍ୟୁ ରହିବ। ଏ ନେଇ କ୍ଲବ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୂର୍ବରୁ ଓଡ଼ିଶା ସରକାରଙ୍କ ସହ ହୋଇଥିବା ଚୁକ୍ତି ଅନୁସାରେ କଳିଙ୍ଗ ଷ୍ଟାଡିୟମ୍ ବିଗତ କିଛି ବର୍ଷ ହେଲା ଓଡ଼ିଶା ଏଫସିର ଘରୋଇ ପଡ଼ିଆ ରହିଆସିଥିଲା। କିନ୍ତୁ ଗତ ବର୍ଷଏହି ଚୁକ୍ତିର ମିଆଦ ଶେଷ ହେବା ପରେ ୨୦୨୫-୨୬ ଋତୁକୁ ନେଇ ଅନିଶ୍ଚିତତା ଜାରି ରହିଥିଲା ଓ କ୍ଲବ ନିଜର କେତେକ କାର୍ୟ୍ୟକଳାପ ବନ୍ଦ କରିଥିଲା।
ଆହୁରି ପଢ଼ନ୍ତୁ... ଅଦିତିଙ୍କୁ ଡେଟ୍ କରୁଛନ୍ତି ଈଶାନ, ଏବେ ବିବାହ ପ୍ଲାନିଂ ନାହିଁ...
ଘରୋଇ ପଡ଼ିଆ ନଥିବାରୁ ଫେବ୍ରୁଆରି ୧୬ରେ ହେବାକୁ ଥିବା ପଞ୍ଜାବ ଏଫ୍ସି ବିପକ୍ଷରେ ଓଡ଼ିଶା ଏଫସିର ପ୍ରଥମ ମ୍ୟାଚ୍ ମଧ୍ୟ ସ୍ଥଗିତ ରହିଥିଲା। କିନ୍ତୁ ଏବେ ପୁଣି ଥରେ କଳିଙ୍ଗ ଷ୍ଟାଡିୟମ୍କୁ ନେଇ ଓଡ଼ିଶା ସରକାର ଓ ଓଡ଼ିଶା ଏଫସି ମଧ୍ୟରେ ବୁଝାମଣା ହୋଇଥିବା ସୂଚନା ମିଳିଛି। ଏହା ପରେ ବୁଧବାରଠାରୁ ଖେଳାଳିମାନେ ତାଲିମ ପାଇଁ ପହଞ୍ଚିଛନ୍ତି। ଓଡ଼ିଶା ଏଫସି ଆସନ୍ତା ୨୪ ତାରିଖରେ ନିଜର ପ୍ରଥମ ମ୍ୟାଚ୍ ଇଣ୍ଟର କାଶୀ ଏଫ୍ସି ବିପକ୍ଷରେ ଖେଳିବ।
Follow Us