କନକ ବ୍ୟୁରୋ: ଭାରତୀୟ ବ୍ୟାଟିଂର ନୂଆ ନାୟକ ତଥା ପାକିସ୍ତାନ ବିପକ୍ଷ ବିଶ୍ବକପ୍ ବିଜୟର ପ୍ରମୁଖ ବିନ୍ଧାଣି ଈଶାନ କିଶନ ପ୍ରେମରେ ପଡ଼ିଛନ୍ତି । ଜୟପୁର ଭିତ୍ତିକ ମଡେଲ ଅଦିତି ହୁଣ୍ଡାଇଙ୍କୁ ଡେଟ୍ କରୁଛନ୍ତି । ମଡେଲିଂ କରିବା ସହ ଅଦିତି ହେଉଛନ୍ତି ଜଣେ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର୍ । ଅନେକ ଆଇପିଏଲ୍ ମ୍ୟାଚ୍ରେ ସେ ଈଶାନଙ୍କୁ ଉତ୍ସାହିତ କରୁଥିବାର ଦୃଶ୍ୟ ପ୍ରଶଂସକ ପୂର୍ବରୁ ଦେଖି ସାରିଛନ୍ତି । ୨୦୧୭ ମସିହାରେ ଅଦିତି ମିସ୍ ଇଣ୍ଡିଆ ପ୍ରତିଯୋଗିତାର ଅନ୍ୟତମ ଫାଇନାଲିଷ୍ଟ ଥିଲେ । ଉଭୟ ପରସ୍ପରକୁ ଢେର କିଛି ଦିନ ହେବ ପ୍ରେମ କରୁଥିଲେ ମଧ୍ୟ ନିକଟ ଭବିଷ୍ୟତରେ ବିବାହ ବନ୍ଧନରେ ଆବଦ୍ଧ ହେବାର କୌଣସି ଯୋଜନା ନାହିଁ ବୋଲି ଈଶାନଙ୍କ ମା’ ସୁଚିତ୍ରା ଦେବୀ ସ୍ପଷ୍ଟ କରି ଦେଇଛନ୍ତି ।
ଏହା ବି ପଢ଼ନ୍ତୁ: ଜିମ୍ବାଓ୍ବେ : ଫେରିଲା ବିଶ୍ବ କ୍ରିକେଟ୍ର ‘ଜାୟାଣ୍ଟ୍ କିଲର୍’
ଅଦିତି-ଈଶାନଙ୍କ ସଂପର୍କକୁ ମଧ୍ୟ ଈଶାନଙ୍କ ଜେଜେ ବାପା ଅନୁରାଗ ପାଣ୍ଡେ ପୁଷ୍ଟି କରିଛନ୍ତି । ‘‘ଈଶାନ ଯାହାକୁ ବାଛିବ, ମୁଁ ତାକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିବି । ଅଦିତି ହେଉଛି ତା’ ପ୍ରେମିକା, ସେ ହେଉଛନ୍ତି ଜଣେ ମଡେଲ । ପିଲାଙ୍କ ଖୁସିରେ ଆମେ ଖୁସି’’ ବୋଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି ଶ୍ରୀ ପାଣ୍ଡେ । ଅନ୍ୟପକ୍ଷରେ ଈଶାନ-ଅଦିତିଙ୍କ ବିବାହ ଗୁଜବ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଈଶାନଙ୍କ ମା’ ସୁଚିତ୍ରା କହିଛନ୍ତି, ଏବେ ବାହାହେବାର ସମୟ ନୁହେଁ । ଏବେ ହେଉଛି କ୍ରିକେଟ୍ ଖେଳିବାର ବେଳ । ବାହାଘର କଥା ଚର୍ଚ୍ଚା କରିବାର ବୟସ ବି ଈଶାନର ହୋଇନି । ତା’ ଜେଜେ ବାପା ବୁଢ଼ା ହୋଇଗଲେଣି । ଛୋଟଛୋଟ କଥାକୁ ନେଇ ସେ ରୋମାଞ୍ଚିତ ହେବା ସ୍ବାଭାବିକ । ଯାହା ସାମାଜିକ ଗଣମାଧ୍ୟମରେ ଦେଖୁଛନ୍ତି, ତାହା ସେ କହି ଦେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/17/ishan-kishan-2026-02-17-15-55-03.jpg)