Kanak News Impact Photograph: (KanakNews)
କନକ ବ୍ୟୁରୋ: ଶିକୁଳିରୁ ମୁକୁଳିବେ ପାରାଦୀପର ଜ୍ୟୋତ୍ସ୍ନା । ହେବେ ସ୍ବାଧୀନ । ପୁଣି ଜିଇଁବେ ପୂର୍ବ ଭଳି ଜୀବନ । ତାଙ୍କ ଜୀବନ ବି ଏବେ ହସି ଉଠିବ । ଶିକୁଳିରେ ବନ୍ଧା ପଡ଼ିଥିବା ଜ୍ୟୋତ୍ସ୍ନାଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ସ୍ନେହମୟୀ । ଜ୍ୟୋତ୍ସ୍ନାଙ୍କ କଲେଜ ପଢ଼ାରେ ଲାଗିଥିଲା ଡୋରି । ଆଉ ଗୋଡ଼ରେ ପଡ଼ିଥିଲା ଲୁହା ଶିକୁଳି । ସୁନେଲି ଜୀବନ ବଞ୍ଚିବାକୁ ସ୍ୱପ୍ନ ଦେଖୁଥିବା ଜ୍ୟୋତ୍ସ୍ନାଙ୍କ ଜୀବନରେ ଘୋଟି ଆସିଥିଲା ଅମା ଅନ୍ଧାର । ବୟସ ବଢ଼ିବା ସହ ହରାଇ ବସିଥିଲେ ମାନସିକ ଭାରସାମ୍ୟ । ଶିକୁଳିରେ ବନ୍ଧା ଜୀବନକୁ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଏବେ ଜ୍ୟୋତ୍ସ୍ନାଙ୍କ ଜୀବନରେ ସଞ୍ଚାରିତ ହୋଇଛି ଆଶାର ଆଲୋକ । ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟ ନିଜସ୍ୱ ପ୍ରୟାସରେ ଜ୍ୟୋତ୍ସ୍ନାଙ୍କ ଚିକିତ୍ସା ନିମନ୍ତେ ଆଗେଇ ଆସିଛନ୍ତି । ପାରାଦୀପ ପୌରପାଳିକା ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ସଞ୍ଜୟଗାନ୍ଧୀ ବସ୍ତି ଅଞ୍ଚଳରେ ଗରିବ ବିଧବା ନଳିନୀ ସ୍ୱାଇଁଙ୍କ ଝିଅ ଜ୍ୟୋତ୍ସ୍ନା ସ୍ୱାଇଁ । ମାତ୍ର ୨୦ ବର୍ଷ ବୟସରେ ମାନସିକ ଭାରସାମ୍ୟ ହରାଇଥିଲା ଜ୍ୟୋତ୍ସ୍ନା । ଫଳରେ ଝିଅକୁ ଲୁହା ଶିକୁଳିରେ ବାନ୍ଧି ରଖିଥିଲେ ପରିବାର ଲୋକ । ଆଉ ଅର୍ଥ ଅଭାବରୁ ହୋଇପାରୁନଥିଲା ଚିକିତ୍ସା ।
କନକ ନ୍ୟୁଜରେ ଏହି ଖବର ପ୍ରସାରଣ ପରେ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ଜଣାଶୁଣା ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟଙ୍କ ଦୃଷ୍ଟିକୁ ଆସିଥିଲା । ସେ ଘଟଣାସ୍ଥଳରେ ପହଞ୍ଚି ଜ୍ୟୋତ୍ସ୍ନାଙ୍କୁ ନିଜସ୍ବ ଚେଷ୍ଟାରେ ମେଡିକାଲରେ ଭଲ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ମାନସିକ ଅସୁସ୍ଥ ଜ୍ୟୋତ୍ସ୍ନା ବିଷୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀଙ୍କ ସହ ଆଲୋଚନା କରାଯାଇ ମାନସିକ ଭିନ୍ନକ୍ଷମ ଭତ୍ତା ଓ ତାଙ୍କ ପାଇଁ ଆବାସ ଯୋଜନା ପାଇଁ ସ୍ଥିର ହୋଇଥିବା ନିଷ୍ପତ୍ତି ହୋଇଛି ବୋଲି ଶ୍ରୀମତୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଅର୍ଥ ଅଭାବରୁ ନିଜ ଜନ୍ମିତ ଝିଅକୁ ଲୁହାର ଶିକୁଳିରେ ବାନ୍ଧି ବିଧବା ମା କାମକୁ ନଗଲେ ଚୁଲି ଅଜଳା ରହୁଥିବାରୁ ସେ ବାଧ୍ୟ ହୋଇ ଏଭଳି କରୁଥିବା ବେଳେ ସ୍ନେହମୟୀଙ୍କ ପ୍ରତିଶ୍ରୁତି ଏବେ ତାଙ୍କ ପରିବାରକୁ ସାହସ ଯୋଗାଇଛି ।
ଅଭାବୀ ବିକ୍ରିର ଶିକାର ନୂଆପଡ଼ା ଚାଷୀ! ଦଲାଲକୁ ଧାନ ବିକିବାକୁ ଚିନ୍ତା କଲେଣି ଚାଷୀ
ଲୁହା ଶିକୁଳିରୁ ମୁକୁଳିବେ ପାରାଦୀପର ଜ୍ୟୋତ୍ସ୍ନା
ସ୍ବାଧୀନ ହେବେ, ପୁଣି ଜିଇଁବେ ପୂର୍ବ ଭଳି ଜୀବନ
ଜ୍ୟୋତ୍ସ୍ନାଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ସମାଜସେବୀ ସ୍ନେହମୟୀ
କନକ ନ୍ୟୁଜ୍ରେ ଖବର ପ୍ରସାରଣ ପରେ ବଢ଼ିଛି ସାହାଯ୍ୟର ହାତ
ସ୍ନେହମୟୀ ଏସ୍ସିବି କିମ୍ବା ଅନ୍ୟ ମେଡିକାଲରେ କରାଇବେ ଜ୍ୟୋତ୍ସ୍ନାଙ୍କ ଚିକିତ୍ସା
ମାନସିକ ବିକାରଗ୍ରସ୍ତ ଜ୍ୟୋତ୍ସ୍ନାଙ୍କୁ ଘରେ ଶିକୁଳି ବାନ୍ଧି ରଖିଥିଲେ ପରିବାର
ମୁଣ୍ଡ ଠିକ୍ ନଥିବାରୁ ଅନ୍ୟମାନଙ୍କୁ ଆକ୍ରମଣ କରୁଥିଲେ ଜ୍ୟୋତ୍ସ୍ନା
ବାଧ୍ୟ ହୋଇ ଝିଅକୁ ବାନ୍ଧି ରଖିଥିଲେ ପରିବାରବର୍ଗ
Follow Us