ପାକିସ୍ତାନୀ ଅଧିକାରୀଙ୍କୁ କହୁଥିଲେ ବୟଫ୍ରେଣ୍ଡ୍ ... ଜ୍ୟୋତିଙ୍କ ମୋବାଇଲରୁ ବାହାରିଲା ସିକ୍ରେଟ୍ ନମ୍ବର

ଟେଲିଗ୍ରାମ୍ ଏବଂ ସ୍ନାପ୍ ଚାଟରେ ମଧ୍ୟ ଜ୍ୟୋତି ଏହି ବ୍ୟକ୍ତିଙ୍କ ସହ ଅଧିକ କଥାବାର୍ତ୍ତା କରିଛନ୍ତି । ଏହାକୁ ଦେଖି ପୁଲିସର ସନ୍ଦେହ ହେଲା ଏବଂ ପୁଲିସ ଜଟ୍ ରନ୍ଧାୱା ବିଷୟରେ ଜ୍ୟୋତିଙ୍କୁ ବାରମ୍ବାର ପ୍ରଶ୍ନ କରିଥିଲେ ।

ଅଦ୍ୟତନ ହୋଇଛି
Jyoti pak

Jyoti pak Photograph: (google)

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କାମ କରୁଥିବା ଭାରତୀୟ ୟୁଟ୍ୟୁବର୍ ଜ୍ୟୋତି ମାଲହୋତ୍ରାଙ୍କ କଲ୍ ଡିଟେଲ୍ସରେ ସବୁଠାରୁ ଅଧିକ ଇନକମିଙ୍ଗ୍ ଏବଂ ଆଉଟଗୋଇଙ୍ଗ୍ ଜଟ୍ ରନ୍ଧାୱା ନାମକ ଜଣେ ୟୁଜରଙ୍କର ରହିଛି । ଟେଲିଗ୍ରାମ୍ ଏବଂ ସ୍ନାପ୍ ଚାଟରେ ମଧ୍ୟ ଜ୍ୟୋତି ଏହି ବ୍ୟକ୍ତିଙ୍କ ସହ ଅଧିକ କଥାବାର୍ତ୍ତା କରିଛନ୍ତି । ଏହାକୁ ଦେଖି ପୁଲିସର ସନ୍ଦେହ ହେଲା ଏବଂ ପୁଲିସ ଜଟ୍ ରନ୍ଧାୱା ବିଷୟରେ ଜ୍ୟୋତିଙ୍କୁ ବାରମ୍ବାର ପ୍ରଶ୍ନ କରିଥିଲେ । ପ୍ରଥମେ ଜ୍ୟୋତି ପୁଲିସକୁ ଭୂଆଁ ବୁଲାଇବା ପାଇଁ ଜଟ୍ ରନ୍ଧାୱାକୁ ନିଜ ପ୍ରେମିକ ବୋଲି କହିଥିଲେ । କିନ୍ତୁ ପୁଲିସର ନାଲିଆଖିକୁ ଡ଼ରି ସତ ଉଗାଳିଥିଲେ ଜ୍ୟୋତି । 

jyoti
jyoti Photograph: (google)

ଜଟ୍ ରନ୍ଧାୱା ଓରଫ ଶାକିର ପାକ୍ ଇଣ୍ଟେଲିଜେନ୍ସର ଜଣେ ବରିଷ୍ଠ ଅଫିସର । କାହାକୁ କାଳେ ସନ୍ଦେହ ହେବ ବୋଲି ଭାବି ସେ ଫୋନରେ ଶାକିର ବଦଳରେ ଜଟ୍ ନାଁରେ ନମ୍ବର ସେଭ୍ କରିଥିଲେ । ଜ୍ୟୋତି ଦାନିଶର ମୋବାଇଲ୍ ନମ୍ବରକୁ ବି ଅନ୍ୟ କୌଣସି ନାଁରେ ସେଭ୍ କରିଥିଲେ । ପଡ଼ୋଶୀଙ୍କ କହିବା ମୁତାବକ ଯୁବତୀ ଜଣକ ଟିଙ୍ଗା ସ୍ବଭାବର ଥିଲେ । ପଡ଼ୋଶୀଙ୍କ ସହ ଆଦୌ କଥାବାର୍ତ୍ତା କରୁନଥିଲେ । ଜ୍ୟୋତିଙ୍କର ଏକାଧିକ ପ୍ରେମ ସମ୍ବନ୍ଧ ବିଷୟରେ ମଧ୍ୟ ପୁଲିସ ଖୁଲାସା କରିଛି । ସୂତ୍ରରୁ ଜଣାପଡିଛି ଯେ ଅନେକ ଅଧିକାରୀଙ୍କ ସହ ଜ୍ୟୋତିଙ୍କ ସମ୍ବନ୍ଧ ଥିଲା । ଯେଉଁଥିରେ କିଛି ବିଦେଶୀ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି ଏବଂ ଏହି ଲିଷ୍ଟରେ ପାକିସ୍ତାନର ଦାନିଶ ଏବଂ ଶାକିର ମଧ୍ୟ ସାମିଲ୍ ଥିଲେ । 

jyoti in pak
jyoti in pak Photograph: (google)

କେଉଁ ଅଧିକାରୀଙ୍କ ସହ ସଂପର୍କରେ ଆସି କେଉଁ କେଉଁ ତଥ୍ୟ ଲିକ୍ କରିଛନ୍ତି ଜ୍ୟୋତି ଏହାକୁ ନେଇ ପୁଲିସ ଏବେ ଛାନଭିନ କରୁଛି । ଏହାଛଡ଼ା ଯୁବତୀଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲକୁ ବି ତନ୍ନ ତନ୍ନ କରି ଯାଞ୍ଚ୍ କରୁଛି ପୁଲିସ । ଖାସ୍ କରି ପାକିସ୍ତାନ ଗସ୍ତ ବେଳେ ଶତ୍ରୁଦେଶର ହାଇକମିସନ୍ ଅଫିସରେ ଉଠାଇଥିବା କିଛି ଫଟୋକୁ ଜ୍ୟୋତି ଇନଷ୍ଟା ଏବଂ ୟୁଟ୍ୟୁବରେ ସେୟାର୍ କରିଥିଲେ । ପାକିସ୍ତାନର ହାଇକମିସନରେ ଚାଲିଥିବା ଏକ ପାର୍ଟିରେ ଜ୍ୟୋତିଙ୍କୁ ନିମନ୍ତ୍ରଣ କରିଥିଲେ ପାକିସ୍ତାନୀ ଅଧିକାରୀ । ସୂତ୍ର ଅନୁସାରେ ଶାକିର ଜ୍ୟୋତିକୁ କାମ ଦେଉଥିଲା ଏବଂ କାମକୁ ସଠିକ ଢଙ୍ଗରେ କରୁଥିଲା ଏହି ଯୁବତୀ । ଏଥିପାଇଁ ଜ୍ୟୋତି କିଛି ବି କରିବାକୁ ପଡିଲେ କରୁଥିଲେ । ମୋଟାଅଙ୍କର ଟଙ୍କା ଲାଳସାରେ ଜ୍ୟୋତି ଦେଶଦ୍ରୋହ କାମ କରିବାକୁ ପଛାଉ ନଥିଲେ । 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe