ଆକାଶରେ ଝଲସିବ ବୃହସ୍ପତି ; ଆଜିଠୁ ଏକ ମାସ ଯାଏଁ ଖାଲି ଆଖିରେ ଦେଖିପାରିବେ

Advertisment

ଜାନୁଆରି ୧୦ ତାରିଖ ଅର୍ଥାତ୍ ଆଜିଠାରୁ ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି ମହାଜାଗତିକ ଦୃଶ୍ୟ ରାତି ସାରା ଖାଲି ଆଖିରେ ଦେଖିବାକୁ ମିଳିବ ।ବୈଜ୍ଞାନିକ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୂର୍ଯ୍ୟ ଓ ବୃହସ୍ପତି ମଧ୍ୟରେ ପୃଥିବୀ ଏକ ସରଳରେଖାରେ ଅବସ୍ଥାପିତ ହେବ ।

ଜାନୁଆରି ୧୦ ତାରିଖ ଅର୍ଥାତ୍ ଆଜିଠାରୁ ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି ମହାଜାଗତିକ ଦୃଶ୍ୟ ରାତି ସାରା ଖାଲି ଆଖିରେ ଦେଖିବାକୁ ମିଳିବ ।ବୈଜ୍ଞାନିକ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୂର୍ଯ୍ୟ ଓ ବୃହସ୍ପତି ମଧ୍ୟରେ ପୃଥିବୀ ଏକ ସରଳରେଖାରେ ଅବସ୍ଥାପିତ ହେବ ।

Jupiter

Jupiter Photograph: (Kanak news)

କନକ ବ୍ୟୁରୋ : ମହାକାଶ ବିଜ୍ଞାନ ପ୍ରେମୀଙ୍କ ପାଇଁ ଏକ ବିରଳ ତଥା ଚିତ୍ତାକର୍ଷକ ଖବର । ଆଜିଠାରୁ ଆକାଶରେ ସୌର୍ଯ୍ୟମଣ୍ଡଳର ସବୁଠାରୁ ବୃହତ୍ତମ ଗ୍ରହ 'ବୃହସ୍ପତି' ଅଧିକ ଉଜ୍ଜ୍ବଳ ଓ ବଡ଼ ଦେଖାଯିବ । ଜାନୁଆରି ୧୦ ତାରିଖ ଅର୍ଥାତ୍ ଆଜିଠାରୁ ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି ମହାଜାଗତିକ ଦୃଶ୍ୟ ରାତି ସାରା ଖାଲି ଆଖିରେ ଦେଖିବାକୁ ମିଳିବ ।ବୈଜ୍ଞାନିକ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୂର୍ଯ୍ୟ ଓ ବୃହସ୍ପତି ମଧ୍ୟରେ ପୃଥିବୀ ଏକ ସରଳରେଖାରେ ଅବସ୍ଥାପିତ ହେବ । ଏହି ସମୟରେ ପୃଥିବୀ ଓ ବୃହସ୍ପତି ମଧ୍ୟରେ ଦୂରତା ସବୁଠାରୁ କମ୍ ରହିବ । ସାଧାରଣତଃ ଏହି ଦୂରତା ଅଧିକ ରହୁଥିବା ବେଳେ ଏବେ ଏହା ହ୍ରାସ ପାଇ ପ୍ରାୟ ୬୦ କୋଟି କିଲୋମିଟରକୁ ଚାଲିଆସିବ । ଫଳରେ ବୃହସ୍ପତି ବର୍ଷର ଅନ୍ୟ ଯେକୌଣସି ସମୟ ଅପେକ୍ଷା ଅଧିକ ଉଜ୍ଜ୍ବଳ ଏବଂ ସ୍ପଷ୍ଟ ଦେଖାଯିବେ । ପ୍ରତି ୧୩ ମାସରେ ଥରେ ବୃହସ୍ପତି ପୃଥିବୀର ଏଭଳି ନିକଟତର ହୋଇଥାନ୍ତି ।

ଆକାଶରେ ବୃହସ୍ପତିକୁ ଚିହ୍ନଟ କରିବା ଅତ୍ୟନ୍ତ ସହଜ ହେବ । ଏହା ଏକ ତାରା ପରି ଝିଲ୍‌ମିଲ୍‌ ନକରି ଏକ ସ୍ଥିର, ଉଜ୍ଜ୍ବଳ ହଳଦିଆ-ଧଳା ଆଲୋକ ବିନ୍ଦୁ ଭାବେ ଶୋଭା ପାଇବ । ସୂର୍ଯ୍ୟାସ୍ତ ପରେ ପୂର୍ବ ଆକାଶରେ ଏହାର ଆଗମନ ହେବ ଏବଂ ମଧ୍ୟରାତ୍ରି ବେଳକୁ ଏହା ଠିକ୍ ମୁଣ୍ଡ ଉପରେ ରହିବ । ସେହି ସମୟରେ ଏହା ଆକାଶର ସବୁଠାରୁ ଉଜ୍ଜ୍ବଳ ବସ୍ତୁ ଭାବେ ଦୃଶ୍ୟମାନ ହେବ ।

ଅଧିକ ପଢ଼ନ୍ତୁ---ୱାଟର୍ ହିଟର୍ ବ୍ୟବହାର କରୁଥିଲେ ସାବଧାନ ! ନେଇଗଲା ୨ ଭଉଣୀଙ୍କ ଜୀବନ

ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବା ପାଇଁ କୌଣସି ଦୂରବୀକ୍ଷଣ ଯନ୍ତ୍ର ବା ଟେଲିସ୍କୋପ୍‌ର ଆବଶ୍ୟକତା ପଡ଼ିବ ନାହିଁ । ତେବେ ଯଦି କାହା ପାଖରେ ଛୋଟ ବାଇନୋକୁଲାର୍ ବା ଦୂରବୀକ୍ଷଣ ଯନ୍ତ୍ର ଥାଏ, ତେବେ ସେମାନେ ବୃହସ୍ପତିଙ୍କ ସହ ତାଙ୍କର ଚାରୋଟି ବଡ଼ ଚନ୍ଦ୍ର ବା ଉପଗ୍ରହକୁ ମଧ୍ୟ ଦେଖିବାର ସୁଯୋଗ ପାଇପାରିବେ । ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି ମହଜାଗତିକ ପ୍ରକ୍ରିୟା ଜାରି ରହିବ, ଯାହା ଛାତ୍ରଛାତ୍ରୀ ଏବଂ ଜ୍ୟୋତିର୍ବିଜ୍ଞାନୀଙ୍କ ପାଇଁ ଏକ ବଡ଼ ସୁଯୋଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe