କନକ ବ୍ୟୁରୋ : ମହାକାଶ ବିଜ୍ଞାନ ପ୍ରେମୀଙ୍କ ପାଇଁ ଏକ ବିରଳ ତଥା ଚିତ୍ତାକର୍ଷକ ଖବର । ଆଜିଠାରୁ ଆକାଶରେ ସୌର୍ଯ୍ୟମଣ୍ଡଳର ସବୁଠାରୁ ବୃହତ୍ତମ ଗ୍ରହ 'ବୃହସ୍ପତି' ଅଧିକ ଉଜ୍ଜ୍ବଳ ଓ ବଡ଼ ଦେଖାଯିବ । ଜାନୁଆରି ୧୦ ତାରିଖ ଅର୍ଥାତ୍ ଆଜିଠାରୁ ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି ମହାଜାଗତିକ ଦୃଶ୍ୟ ରାତି ସାରା ଖାଲି ଆଖିରେ ଦେଖିବାକୁ ମିଳିବ ।ବୈଜ୍ଞାନିକ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୂର୍ଯ୍ୟ ଓ ବୃହସ୍ପତି ମଧ୍ୟରେ ପୃଥିବୀ ଏକ ସରଳରେଖାରେ ଅବସ୍ଥାପିତ ହେବ । ଏହି ସମୟରେ ପୃଥିବୀ ଓ ବୃହସ୍ପତି ମଧ୍ୟରେ ଦୂରତା ସବୁଠାରୁ କମ୍ ରହିବ । ସାଧାରଣତଃ ଏହି ଦୂରତା ଅଧିକ ରହୁଥିବା ବେଳେ ଏବେ ଏହା ହ୍ରାସ ପାଇ ପ୍ରାୟ ୬୦ କୋଟି କିଲୋମିଟରକୁ ଚାଲିଆସିବ । ଫଳରେ ବୃହସ୍ପତି ବର୍ଷର ଅନ୍ୟ ଯେକୌଣସି ସମୟ ଅପେକ୍ଷା ଅଧିକ ଉଜ୍ଜ୍ବଳ ଏବଂ ସ୍ପଷ୍ଟ ଦେଖାଯିବେ । ପ୍ରତି ୧୩ ମାସରେ ଥରେ ବୃହସ୍ପତି ପୃଥିବୀର ଏଭଳି ନିକଟତର ହୋଇଥାନ୍ତି ।
ଆକାଶରେ ବୃହସ୍ପତିକୁ ଚିହ୍ନଟ କରିବା ଅତ୍ୟନ୍ତ ସହଜ ହେବ । ଏହା ଏକ ତାରା ପରି ଝିଲ୍ମିଲ୍ ନକରି ଏକ ସ୍ଥିର, ଉଜ୍ଜ୍ବଳ ହଳଦିଆ-ଧଳା ଆଲୋକ ବିନ୍ଦୁ ଭାବେ ଶୋଭା ପାଇବ । ସୂର୍ଯ୍ୟାସ୍ତ ପରେ ପୂର୍ବ ଆକାଶରେ ଏହାର ଆଗମନ ହେବ ଏବଂ ମଧ୍ୟରାତ୍ରି ବେଳକୁ ଏହା ଠିକ୍ ମୁଣ୍ଡ ଉପରେ ରହିବ । ସେହି ସମୟରେ ଏହା ଆକାଶର ସବୁଠାରୁ ଉଜ୍ଜ୍ବଳ ବସ୍ତୁ ଭାବେ ଦୃଶ୍ୟମାନ ହେବ ।
ଅଧିକ ପଢ଼ନ୍ତୁ---ୱାଟର୍ ହିଟର୍ ବ୍ୟବହାର କରୁଥିଲେ ସାବଧାନ ! ନେଇଗଲା ୨ ଭଉଣୀଙ୍କ ଜୀବନ
ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବା ପାଇଁ କୌଣସି ଦୂରବୀକ୍ଷଣ ଯନ୍ତ୍ର ବା ଟେଲିସ୍କୋପ୍ର ଆବଶ୍ୟକତା ପଡ଼ିବ ନାହିଁ । ତେବେ ଯଦି କାହା ପାଖରେ ଛୋଟ ବାଇନୋକୁଲାର୍ ବା ଦୂରବୀକ୍ଷଣ ଯନ୍ତ୍ର ଥାଏ, ତେବେ ସେମାନେ ବୃହସ୍ପତିଙ୍କ ସହ ତାଙ୍କର ଚାରୋଟି ବଡ଼ ଚନ୍ଦ୍ର ବା ଉପଗ୍ରହକୁ ମଧ୍ୟ ଦେଖିବାର ସୁଯୋଗ ପାଇପାରିବେ । ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି ମହଜାଗତିକ ପ୍ରକ୍ରିୟା ଜାରି ରହିବ, ଯାହା ଛାତ୍ରଛାତ୍ରୀ ଏବଂ ଜ୍ୟୋତିର୍ବିଜ୍ଞାନୀଙ୍କ ପାଇଁ ଏକ ବଡ଼ ସୁଯୋଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/10/jupiter-2026-01-10-13-00-10.jpg)