ଚାକିରି ନମିଳିବାରୁ ଆତ୍ମାହୁତି ଉଦ୍ୟମ, ଯୁବତୀଙ୍କୁ ଉଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Advertisment

ଚାକିରି ପାଇଁ ପୁଣି ଆତ୍ମହୁତି ଉଦ୍ୟମ । ଭଦ୍ରକ ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ପରିସରରେ ଅଭାବନୀୟ ଘଟଣା । ଯୁବତୀଙ୍କୁ ଉଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଭଦ୍ରକ ଏସ୍‌ପି ଯୁବତୀଙ୍କୁ ହସ୍ପିଟାଲରେ ଭେଟିଛନ୍ତି ।

ଚାକିରି ପାଇଁ ପୁଣି ଆତ୍ମହୁତି ଉଦ୍ୟମ । ଭଦ୍ରକ ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ପରିସରରେ ଅଭାବନୀୟ ଘଟଣା । ଯୁବତୀଙ୍କୁ ଉଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଭଦ୍ରକ ଏସ୍‌ପି ଯୁବତୀଙ୍କୁ ହସ୍ପିଟାଲରେ ଭେଟିଛନ୍ତି ।

Job

କନକ ବ୍ୟୁରୋ : ଚାକିରି ପାଇଁ ପୁଣି ଆତ୍ମହୁତି ଉଦ୍ୟମ । ଭଦ୍ରକ ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ପରିସରରେ ଅଭାବନୀୟ ଘଟଣା । ଯୁବତୀଙ୍କୁ ଉଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଭଦ୍ରକ ଏସ୍‌ପି ଯୁବତୀଙ୍କୁ ହସ୍ପିଟାଲରେ ଭେଟିଛନ୍ତି । ଯୁବତୀ ଜଣକ ଶିଶୁ ବାଟିକା ଚାକିରି ପାଇଁ କୋର୍ସ କରିଥିଲେ। ହେଲେ ଚାକିରି ନ ହେବାରୁ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି ।

ଯୁବତୀ ଜଣକ ଡିପ୍ଲୋମା ଇନ୍ ଅର୍ଲି ଚାଇଲ୍ଡ କେୟାର ଏଜୁକେଶନ ପଢିଥିଲେ। ଏହି କୋର୍ସରେ ଶିଶୁ ବାଟିକା ଗୁଡ଼ିକରେ ସ୍ଵତନ୍ତ୍ର ଅବସ୍ଥାପିତ ପାଇଁ କୌଣସି ବ୍ୟବସ୍ଥା ନଥିବା ନେଇ ସେ ସୂଚନା ପାଇଥିଲେ । ଏନେଇ ସେ ଗତକାଲି ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଆସିଥିଲେ । ଏହି ସମୟରେ ଯୁବତୀ ଜଣକ ଦିଆସିଲିରେ ନିଜ ଡ୍ରେସରେ ନିଆଁ ଲଗାଇଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ : ପାରାଦୀପ ବଡପଡିଆରେ ଭୟାବହ ଅଗ୍ନିକାଣ୍ଡ , ୫୦ରୁ ଅଧିକ ପରିବା ଦୋକାନ ଭସ୍ମୀଭୂତ

ତାଙ୍କର ଡ୍ରେସ ଓ ଗୋଡରେ ନିଆଁ ଲାଗିଯାଇଛି ।  ସଙ୍ଗେ ସଙ୍ଗେ  ଟାଉନଥାନା ପୁଲିସ ୧୦୮ ଆମ୍ୱୁଲାନ୍ସ ଯୋଗେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଛି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ବାଙ୍କୀ ଅଞ୍ଚଳର ଜଣେ ଯୁବକ ବାପାଙ୍କ ଦେହାନ୍ତ ପରେ ତାଙ୍କ ଚାକିରି ନପାଇବାରୁ ନିରାଶ ହୋଇ ଆତ୍ମାହୁତି ଦେଇଥିବା ଅଭିଯୋଗ ହୋଇଥିଲା । ବର୍ଷ ବର୍ଷର ଅପେକ୍ଷା ଓ ବିଭିନ୍ନ ଅଫିସକୁ ଦୌଡ଼ି ଦୌଡ଼ି ସେ ନିରାଶ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe