କନକ ବ୍ୟୁରୋ: ଚୀନର ତିଆଁଜିଁରେ ଚଳିତ ମାସ ୬ରୁ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦ୍ବାଦଶ ଏସୀୟ ଇନ୍ଡୋର୍ ଦୌଡ଼କୁଦ ପ୍ରତିଯୋଗିତାରେ କିଟ୍ ବିଶ୍ବବିଦ୍ୟାଳୟର ୯ ଛାତ୍ରଛାତ୍ରୀ ଭାରତରୁ ପ୍ରତିନିଧିତ୍ବ କରିବେ । ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍ଆଇ) ୧୭ ଜଣିଆ ଦଳ ଏହି ପ୍ରତିଯୋଗିତାକୁ ପଠାଉଛି । ଏଥିରେ କିଟ୍ର ଅଧାରୁ ଅଧିକ ପିଲା ରହିବା ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛି । ପୁରୁଷ ବର୍ଗରେ କିଟ୍ ଛାତ୍ର ମଣିକାନ୍ତ ହୋବ୍ଲିଧର (୬୦ ମିଟର ଦୌଡ଼), ତେଜାସ ଶିର୍ଷେ (୬୦ ମିଟର ବାଧାଦୌଡ଼), ପ୍ରବୀଣ ଚିତ୍ରାଭେଲ (ଲଙ୍ଗ୍ଜମ୍ପ୍), ସମରଦୀପ ସିଂହ ଗିଲ୍, ତଜିନ୍ଦର ପାଲ୍ ସିଂହ (ସଟ୍ପୁଟ୍), ତେଜସ୍ବୀନ ଶଙ୍କର (ହେପ୍ଟାଥଲନ୍) ରହିଛନ୍ତି । ମହିଳାରେ କିଟ୍ ଛାତ୍ରୀ ମୌମିତା ମଣ୍ଡଲ (୬୦ ମିଟର ବାଧାଦୌଡ଼ ଓ ଲଙ୍ଗ୍ଜମ୍ପ୍), ଆନ୍ସି ସୋଜାନ ଏଡାପିଲ୍ଲୀ (ଲଙ୍ଗ୍ଜମ୍ପ୍) ଏବଂ ଓଡ଼ିଆ ଝିଅ ଓଡ଼ିଆ ଝିଅ ପ୍ରଜ୍ଞା ପ୍ରଶାନ୍ତି ସାହୁ (୬୦ ମିଟର ବାଧାଦୌଡ଼) । ଏହି ଭାରତୀୟ ଦଳ ଭୁବନେଶ୍ବରସ୍ଥିତ କଳିଙ୍ଗ ଇନ୍ଡୋର୍ ଷ୍ଟାଡିୟମ୍ରେ ଅଭ୍ୟାସ କରୁଥିଲେ । କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହା ବି ପଢ଼ନ୍ତୁ: ବିଶ୍ୱକପରେ ବିବାଦ ପ୍ରଥମ ଥର ନୁହେଁ: କେବେ ଖେଳାଳି ବାଦ ପଡ଼ିଛନ୍ତି କେବେ ଟିମ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/03/kiit-2026-02-03-22-04-08.jpg)