କନକ ବ୍ୟୁରୋ;  ରାଜଧାନୀରେ ଝାଡଖଣ୍ଡି ନାବାଳିକା ଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ କରିଛି କମିସନରେଟ ପୁଲିସ । ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ ଦଲାଲ  ଓ ଘର ମାଲିକଙ୍କୁ ଗିରଫ କରିଛି ପୁଲିସ । ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଛାଡି ଦେଇ ଯାଇଥିଲେ ମୁଖ୍ୟ ଅଭିଯୁକ୍ତ । ହସ୍ପିଟାଲରେ ଦିଆଯାଇଥିବା ଫୋନ୍ ନମ୍ବର ଅଧାରରେ ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଛି। ଜେରା ପରେ ପୂରା ସତ ସାମ୍ନାକୁ ଆସିଛି । ଗିରଫ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି ପୀଡିତା । ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଲଗାଇଛି ପୁଲିସ । ଏହାସହ ଝାଡଖଣ୍ଡ ପୋଲିସ ସହ ଯୋଗାଯୋଗ କରାଯାଇଥିବା କହିଛନ୍ତି ପୋଲିସ କମିସନର। ଜଣେ ୧୬ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା ।

Advertisment

ରାଜଧାନୀରେ ଲଜ୍ଜା ! ଭୁବନେଶ୍ୱରରେ ନାବାଳିକା ଗଣଦୁଷ୍କର୍ମ !

ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୮ଟା ବେଳେ ଅଶୋକନଗରରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ ନାବାଳିକା ଜଣକ । କିଛି ଲୋକ ଜନପଥ କଡ଼ରୁ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେବା ସହ ପୁଲିସକୁ ଖବର ଦେଇଥିଲେ । ପ୍ରାଥମିକ ଭାବେ ନାବାଳିକାଙ୍କ ସହ ଯୌନ ଉତ୍ପୀଡ଼ନ ସ୍ପଷ୍ଟ ହୋଇଥିବା ବେଳେ, କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିଲା । ପୀଡ଼ିତାଜଣକ ମାନସିକ ବିକାରଗ୍ରସ୍ତ ଏବଂ ତାଙ୍କ ଘର ଝାଡ଼ଖଣ୍ଡ ବୋଲି  ଜଣାପଡ଼ିଛି ।