ଭୁବନେଶ୍ୱରରେ ଝାଡ଼ଖଣ୍ଡ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : କ୍ୟାପିଟାଲ ଥାନାରେ ପହଁଚିଲେ ଝାଡ଼ଖଣ୍ଡ ଟିମ

Advertisment

ରାଜଧାନୀ ଭୁବନେଶ୍ବରରେ ବହୁଚର୍ଚ୍ଚିତ ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତ କିଛି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଆଉ କେଉଁମାନେ ଏହି ସମ୍ବେଦନଶୀଳ ଘଟଣାରେ ସଂପୃକ୍ତ କମିସନରେଟ୍‌ ପୁଲିସ ତଦନ୍ତ ଜାରି ରଖିଛି ।

ରାଜଧାନୀ ଭୁବନେଶ୍ବରରେ ବହୁଚର୍ଚ୍ଚିତ ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତ କିଛି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଆଉ କେଉଁମାନେ ଏହି ସମ୍ବେଦନଶୀଳ ଘଟଣାରେ ସଂପୃକ୍ତ କମିସନରେଟ୍‌ ପୁଲିସ ତଦନ୍ତ ଜାରି ରଖିଛି ।

123

Photograph: (kanaknews)

କନକବ୍ୟୁରୋ : ରାଜଧାନୀ ଭୁବନେଶ୍ବରରେ ବହୁଚର୍ଚ୍ଚିତ ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତ କିଛି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଆଉ କେଉଁମାନେ ଏହି ସମ୍ବେଦନଶୀଳ ଘଟଣାରେ ସଂପୃକ୍ତ କମିସନରେଟ୍‌ ପୁଲିସ ତଦନ୍ତ ଜାରି ରଖିଛି । ଏହାରି ମଧ୍ୟରେ ଆଜି ଝାଡ଼ଖଣ୍ଡ ଚାଇଲଡ୍‌ କମିସନଙ୍କ ଟିମ୍‌ କ୍ୟାପିଟାଲ ଥାନା ଓ କ୍ୟାପିଟାଲ ହସ୍‌ପିଟାଲରେ ପହଞ୍ଚି ଘଟଣାକ୍ରମ ସଂପର୍କରେ ଆଲୋଚନା କରିଛନ୍ତି । 

ଭୁବନେଶ୍ୱରରେ ଝାଡ଼ଖଣ୍ଡର ତିନି ଜଣିଆ ଟିମ୍‌

ଝାଡ଼ଖଣ୍ଡ ଚାଇଲଡ କମିସନଙ୍କ ୩ ଜଣ  JSCPCR( Jhadkhand state commision for protection of chlid rights ) ସଦସ୍ୟ ଓ ଓଡିଶା ଚାଇଲଡ କମିସନ ମେମ୍ବର ସୁଜାତା ନାୟକ ଓ କ୍ୟାପିଟାଲ ଥାନା ପୁଲିସ ସହ ଗୁରୁତ୍ୱପୂର୍ଣ ଆଲୋଚନା କରିଛନ୍ତି। ଏହି ଟିମ୍‌ ନାବାଳିକା ରହୁଥିବା ସ୍ବଧାରଗୃହକୁ ଯାଇ ପଚରାଉଚୁରା କରିଛନ୍ତି I ନାବାଳିକା ପୀଡ଼ିତାଙ୍କ ବୟାନ ରେକେର୍ଡ କରିବା ସହ ଝାଡ଼ଖଣ୍ଡ ଟିମ ସମସ୍ତ ରେକର୍ଡ କ୍ୟାପିଟାଲ ଥାନା ପୁଲିସ ଠାରୁ ନେଇଥିବା ସୂଚନା ମିଳିଛି I

ଅଧିକ ପଢନ୍ତୁ :  ଫେରିଲା ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବଢ଼ିଲା ତତ୍କାଳୀନ ଡିଏଫ୍‌ଓ ଏବଂ ରୋଷେୟାଙ୍କ ଗିରଫ ଆଶଙ୍କା

 ଯାଜ୍ଞସେନୀ ‘ନିବାସ’ ବେଶ୍ୟାଳୟ ଘୋଷଣା

କମିସନରେଟ୍‌ ପୁଲିସ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ସଞ୍ଜୀବ ଦାସଙ୍କ ତିନିମହଲା କୋଠା ଯାଜ୍ଞସେନୀ ‘ନିବାସ’କୁ ବେଶ୍ୟାଳୟ ଘୋଷଣା କରିଛି। ସେହିଭଳି ଏହି କୋଠାର ଦ୍ବିତୀୟ ଓ ତୃତୀୟ ମହଲାରେ ଥିବା ୬ଟି ଘର ସହ ସମ୍ପୂର୍ଣ୍ଣ ବିଲ୍ଡିଂକୁ ସିଲ୍‌ କରାଯାଇଛି। ଏହି ମାମଲାରେ ଘରମାଲିକ ସଞ୍ଜୀବ ଦାସଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । 

ଏହି ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସଞ୍ଜୀବଙ୍କୁ ପୁଲିସ ମାରାଥନ୍‌ ଜେରା କରିଛି। ସେ କେଉଁ ଉଦ୍ଦେଶ୍ୟରେ କିଙ୍ଗପିନ୍‌ ମଞ୍ଜୁ ସେଠୀଙ୍କୁ ଘରଭଡ଼ା ଦେଇଥିଲେ? କେବେଠାରୁ ଭଡ଼ାରେ ଦେଇଥିଲେ ?  କେବେଠାରୁ ସେକ୍ସ ରୢାକେଟ୍‌ ଚାଲିଥିଲା ?  ସେ କେବେଠାରୁ ଏଥିରେ ସମ୍ପୃକ୍ତ ହୋଇଥିଲେ? ଏସବୁ ପ୍ରଶ୍ନର ଉତ୍ତର ସଞ୍ଜୀବ ଦେଇପାରି ନଥିଲେ  ।  ପୁଲିସକୁ ଭୁଆଁ ବୁଲାଇବାକୁ ସଞ୍ଜୀବ ଚେଷ୍ଟା କରିଥିଲା। ସମସ୍ତ ତଥ୍ୟ ଆଧାରରେ ପୁଲିସ ଏହି ଘରକୁ ବେଶ୍ୟାଳୟ ଘୋଷଣା କରିଛି । 

ଘୋଷଣା ହେଲେ କ’ଣ ହୁଏ

ଯେଉଁ ଘରକୁ ବେଶ୍ୟାଳୟ ବୋଲି ଘୋଷଣା କରାଯାଏ, ସେହି ଘରକୁ କମିସନରେଟ ପୁଲିସ ବର୍ଷକ ପାଇଁ ସିଲ୍‌ କରି ରଖିବ। ଏହି ସମୟରେ ଘରମାଲିକ କୌଣସି କୋର୍ଟରେ ଅପିଲ୍‌ କରିପାରିବେ ନାହିଁ । ଏଥିସହିତ ସେହି ଘରକୁ ଲାଗି କରିଥିବା ଶିକ୍ଷାନୁଷ୍ଠାନ, ମନ୍ଦିର, କ୍ଲବ୍‌ ଭଳି ସର୍ବସାଧାରଣ ସ୍ଥାନକୁ ଘରଟି ବେଶ୍ୟାଳୟ ବୋଲି ଚିଠି କରି ଜଣାଇଦିଆଯିବ। 

ମାଷ୍ଟର୍‌ମାଇଣ୍ଡ୍‌ ବାରିକ ଗଲା କୁଆଡ଼େ? 

ସେକ୍ସ ରୢାକେଟ୍‌ର ଅନ୍ୟତମ ମାଷ୍ଟରମାଇଣ୍ଡ କୁହାଯାଉଥିବା ବାରିକ ଏବେ ବି ପୁଲିସ ପାଇଁ ଅପହଞ୍ଚ ହୋଇ ରହିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବାରିକ, ଉଭୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର କିଛି ଦଲାଲଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି। ସେହି ଅଣଓଡ଼ିଆ ଦଲାଲଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ବାରିକ ଯୁବତୀଙ୍କୁ ଓଡ଼ିଶା ଆଣୁଥିଲା । ସେମାନଙ୍କୁ ଚାକିରି କରାଇବା ନାଁରେ ଫସାଇ ସେକ୍ସ ରୢାକେଟ୍‌ରେ ଲଗାଉଥିଲା। ଏହାର ମଙ୍ଗ ଧରିଥିଲେ ମଞ୍ଜୁ ଓ ମମତା। ମଞ୍ଜୁ-ମମତା ଯୋଡ଼ି ମଧ୍ୟ ଅଣଓଡ଼ିଆ ମହିଳା ଦଲାଲଙ୍କ ଲିଙ୍କ୍‌ରେ ଥିବା ଜଣାପଡ଼ିଛି ।  ବାରିକ ଗିରଫ ହେବା ପରେ ଏହି ବଡ଼ ରୢାକେଟ୍‌ର ବହୁ ଗୁମର ଖୋଲିବ।

ସପ୍ତାହେ ବିତିଲା ଦୁଷ୍କର୍ମ ଘଟଣା 

ସୂଚନାଯୋଗ୍ୟ, ଗତ ୧୬ ତାରିଖ ରାତିରେ ନାବାଳିକା ଜଣକ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ।  ଜଣେ ମହିଳା ଏକ ଅଟୋରେ ଆଣି ନାବାଳିକାଙ୍କୁ କାଜୁଆଲିଟି ୱାର୍ଡରେ ଭର୍ତ୍ତି କରିଥିଲେ  ।   ପ୍ରବଳ ରକ୍ତସ୍ରାବ ହେଉଥିବାରୁ ଡ୍ୟୁଟିରେ ଥିବା ଡାକ୍ତରଙ୍କର ସନ୍ଦେହ ହୋଇଥିଲା। ନାବାଳିକା ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ସନ୍ଦେହ କରି ଡାକ୍ତର,  ନାବାଳିକାଙ୍କ ସାଙ୍ଗରେ ଥିବା ମହିଳାଙ୍କୁ ପଚରାଉଚରା କରିଥିଲେ। ଫସିଯିବା ଆଶଙ୍କାରେ ମହିଳା ଜଣକ ମଉକା ଦେଖି ସେଠାରୁ ଚମ୍ପଟ ମାରିଥିଲା  ।  ତେଣୁ ଡାକ୍ତର ତୁରନ୍ତ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଫାଣ୍ଡିକୁ ଏମ୍‌ଏଲ୍‌ସି(ମେଡିକୋ ଲିଗାଲ୍‌ କେସ୍‌) ରିପୋର୍ଟ ଦେଇଥିଲେ। ମାତ୍ର ପୁଲିସ ମହିଳାଙ୍କୁ ଖୋଜିବା ବେଳକୁ ସେ ଅନ୍ତର୍ଦ୍ଧାନ ହୋଇସାରିଥିଲେ  । 

ଜମୁଛି ନୂଆପଡ଼ା ଉପନିର୍ବାଚନ ପ୍ରଚାର; ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe