Advertisment
ନ୍ୟୁଜ୍

ଫେରିଲା ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବଢ଼ିଲା ତତ୍କାଳୀନ ଡିଏଫ୍‌ଓ ଏବଂ ରୋଷେୟାଙ୍କ ଗିରଫ ଆଶଙ୍କା

ନିମ୍ନ ଅଦାଲତ ମାମଲାର ମେରିଟ୍‌ ଆଧାରରେ ବିଚାର କରିବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ଏଥିସହ ଉଭୟଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 Soumya Ranjan Death Case Photograph: (Kanak News)
Soumya Ranjan Death Case Photograph: (Kanak News)

କନକ ବ୍ୟୁରୋ : ପୁଣି ଫେରିଲା ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ବଢ଼ିଲା ତତ୍କାଳୀନ ଡିଏଫ୍‌ଓ ଏବଂ ରୋଷେୟାଙ୍କ ଗିରଫ ଆଶଙ୍କା । ଏସିଏଫ୍ ସୌମ୍ୟଞ୍ଜନ ମୃତ୍ୟୁ ମାମଲାରେ ଗିରଫଦାରୀଙ୍କୁ ଏଡ଼ାଇବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ ହୋଇଛି । ନିମ୍ନ ଅଦାଲତରେ ଆତ୍ମସମର୍ପଣ କରି ଜାମିନ୍ ଆବେଦନ କରିପାରିବେ ବୋଲି କହିଛନ୍ତି କୋର୍ଟ ।

Advertisment

ନିମ୍ନ ଅଦାଲତ ମାମଲାର ମେରିଟ୍‌ ଆଧାରରେ ବିଚାର କରିବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ଏଥିସହ ଉଭୟଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏହି ଆଦେଶ ପରେ ଦୁଇ ଜଣଙ୍କ ଗିରଫଦାରୀ ଆଶଙ୍କା ବଢିଯାଇଛି ।

ଏସିଏଫ୍ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଥିବାବେଳେ ୨୦୨୧ ଜୁଲାଇ ୧୧ ତାରିଖ ରାତିରେ ସରକାରୀ ବାସଭବନରେ ସନ୍ଦେହଜନକ ଭାବେ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିଲେ । ୨ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା । କ୍ରାଇମବ୍ରାଞ୍ଚ ଏହି ମାମଲାକୁ ଦୁର୍ଘଟଣା ଦର୍ଶାଇ ଫାଇଲ ବନ୍ଦ କରିଥିଲା । ଏହା ପରେ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରା, ପତ୍ନୀ ବିଦ୍ୟା ଭାରତୀ ଓ ରୋଷେୟାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ପାରଳାଖେମୁଣ୍ଡି ଏସଡିଜେଏମଙ୍କ କୋର୍ଟରେରେ ପିଟିସନ୍ ଦାଏର କରିଥିଲେ ।

Advertisment

Join and get latest news updates delivered to you via social media

Follow us:
ସବସ୍କ୍ରାଇବ କରନ୍ତୁ