କନକ ବ୍ୟୁରୋ: ପୌର ନିର୍ବାଚନକୁ ନେଇ ବେଶ ସରଗରମ କଳାହାଣ୍ଡି ଜିଲ୍ଲା ଜୟପାଟଣା ରାଜନୀତି । ୱାର୍ଡ ବିଭାଜନ ଓ ଆସନ ସଂରକ୍ଷଣର ଚିଠି ପ୍ରକାଶ ପାଇବା ପରେ, ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ତିନି ପ୍ରମୁଖ ଦଳ । ବିଜେଡି, ବିଜେପି ଏବଂ କଂଗ୍ରେସ-କାହା ପାଇଁ ଏହା ସମ୍ମାନର ଲଢ଼େଇ ତ କାହା ପାଇଁ ନିଜ ଗଡ଼ ରକ୍ଷାର ଚ୍ୟାଲେଞ୍ଜ। ୧୫ଟି ୱାର୍ଡରେ କିଏ ପକାଇବ ପ୍ରଭାବ ଏବଂ କିଏ ହାତେଇବ ଅଧ୍ୟକ୍ଷ ଚଉକି?
ନୂତନ ଭାବେ ଗଠିତ ଜୟପାଟଣା ଏନଏସିରେ ନିର୍ବାଚନୀ ଉଷ୍ମତା ଚରମ ସୀମାରେ । ଲଢେଇ ପାଇଁ ପ୍ରସ୍ତୁତ ହେଉଛି ଦୁଇ ଶକ୍ତିଶାଳୀ ଶିବିର-ବିଜେଡି ଏବଂ ବିଜେପି । ଏହି ନିର୍ବାଚନ ନୂଆ ହେବାରୁ ପ୍ରାର୍ଥୀମାନେ ବର୍ତ୍ତମାନ ସ୍ଥାନୀୟ ସମସ୍ୟା ଯଥା-ଜଳ, ରାସ୍ତା, ବିଜୁଳି, ବଜାର ବିକାଶକୁ ନେଇ ପ୍ରଚାର କରୁଛନ୍ତି। ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ଏହି ଏନଏସିରେ ବର୍ତ୍ତମାନ ବିଜେଡି ବିଧାୟକ ରହିଛନ୍ତି। ତେଣୁ ଏଠି ଦଳର ଦବଦବା। ସର୍ବାଧିକ ସିଟ୍ ସହ ଅଧ୍ୟକ୍ଷ ପଦ ହାତେଇବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଧାୟକ ପ୍ରଦୀପ ଦିଶାରୀ ।
ଅଧିକ ପଢନ୍ତୁ: ଗୋଟିଏ ପରିବାର, ତିନୋଟି ଦଳ: ମହାରାଷ୍ଟ୍ର ପୌର ନିର୍ବାଚନରେ ବିରଳ ତିନିଟି ବିଜୟ
ଅନ୍ୟପଟେ, ବିକାଶର ମୁଦ୍ଦା ନେଇ ସହରାଞ୍ଚଳ ଭୋଟରଙ୍କୁ ନିଜର କରିବାକୁ କସରତ କରୁଛି ଶାସକ ଦଳ। ଏନ୍ଏସି ଘୋଷଣା ମୋଦୀ-ମାଝୀ ସରକାରଙ୍କ ଉପହାର ବୋଲି କହୁଛନ୍ତି ବିଜେପି କର୍ମୀ। ପ୍ରାର୍ଥୀ ଚୟନ, ବୁଥ୍ସ୍ତରୀୟ କମିଟି ଗଠନ ଓ ଘରେ ଘରେ ସଂଯୋଗ ଆରମ୍ଭ ହୋଇଛି। କଳାହାଣ୍ଡିରେ ବିଜେପିର ପ୍ରଭାବ ବଢ଼ୁଥିବାରୁ ଏନ୍ଏସିରେ ଭଲ ପ୍ରଦର୍ଶନ ଆଶା ରଖିଛନ୍ତି ନେତା। ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ନୂଆ ଓ ଯୁବ ପ୍ରାର୍ଥୀଙ୍କ ଉପରେ ବିଜେପି ଭରସା କରୁଛି ଦଳ।
ଜୟପାଟଣାର ଏହି ଲଢ଼େଇରେ କେବଳ ଦୁଇ ଦଳରେ ସୀମିତ ନାହିଁ। କଂଗ୍ରେସ ମଧ୍ୟ ବି ପଛରେ ପଡ଼ିବାକୁ ଚାହୁଁନି। ଜୟପାଟଣାରେ ଦଳର ଏକ ପାରମ୍ପରିକ ଭୋଟବ୍ୟାଙ୍କ ରହିଛି, ଯାହାକୁ ଏବେ ପୁନର୍ଜୀବିତ କରିବାକୁ ପ୍ରୟାସ ଚାଲିଛି। ଦଳୀୟ ଟିକେଟ୍ ପାଇଁ ଆଶାୟୀଙ୍କ ଲମ୍ବା ଧାଡ଼ି ତ୍ରିମୁଖୀ ଲଢ଼େଇକୁ ଆହୁରି ରୋଚକ କରିଛି।
୧୧ ଏବଂ ୧୫ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ
ଅଣସଂରକ୍ଷିତ ଆସନରେ ପ୍ରାର୍ଥୀ ଚୟନ, ବିଜେଡି- ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ!
ଅସନ୍ତୁଷ୍ଟ ନେତା ସ୍ୱାଧୀନ ଭାବେ ଲଢ଼ିଲେ କାହାର ଅଙ୍କ ବିଗିଡ଼ିବ? କହିବା ମୁସ୍କିଲ
ଚିର୍କା ଓ ଖଏରମାଲ ସହ ଖଳିଆଭଟା ପଞ୍ଚାୟତରୁ ଆସିଥିବା ବନମାଳୀପୁର ଭୋଟରଙ୍କୁ ଯିଏ ବିଶ୍ୱାସକୁ ନେବ, ଜୟପାଟଣା ସିଂହାସନ ତାଙ୍କର ହେବ ବୋଲି ଚର୍ଚ୍ଚା କରନ୍ତି ରାଜନୀତି ସମୀକ୍ଷକ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/02/16/a3-2026-02-16-21-32-53.jpg)