ନବୋଦୟ ବିଦ୍ୟାଳୟ ପରିସରରେ ବ୍ୟାପୁଛି ଜଣ୍ଡିସ, ୭୦ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ

Advertisment

ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆକ୍ରାନ୍ତଙ୍କୁ ଘରକୁ ପଠାଇ ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଦୂଷିତ ପାଣି ଯୋଗୁଁ ରୋଗ ବ୍ୟାପୁଥିବା ସନ୍ଦେହ ।

ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆକ୍ରାନ୍ତଙ୍କୁ ଘରକୁ ପଠାଇ ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଦୂଷିତ ପାଣି ଯୋଗୁଁ ରୋଗ ବ୍ୟାପୁଥିବା ସନ୍ଦେହ ।

jaundice

jaundice Photograph: (KanakNews)

କନକ ବ୍ୟୁରୋ:  ସ୍କୁଲ ପିଲାଙ୍କୁ ଜଣ୍ଡିସ । ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ବ୍ୟାପୁଛି ଜଣ୍ଡିସ । ସ୍କୁଲରେ ୫୬୦ ଛାତ୍ରଛାତ୍ରୀ ଥିବା ବେଳେ ପ୍ରାୟ ୭୦ରୁ ଅଧିକ ଅସୁସ୍ଥ ହୋଇଥିବା ଖବର ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଅଭିଭାବକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ପିଲାଙ୍କୁ ଘରକୁ ନେବା ପାଇଁ ଅଭିଭାବକଙ୍କ ଭିଡ଼ ଲାଗିଛି। ଗତ କିଛି ଦିନ ହେବ ସ୍କୁଲର ଅନ୍ତେବାସୀଙ୍କ ମଧ୍ୟରେ ଜଣ୍ଡିସର ଲକ୍ଷଣ ଦେଖାଯାଇଥିଲା । ପ୍ରଦୂଷିତ ପରିବେଶ କିମ୍ବା ଦୂଷିତ ଜଳ ଯୋଗୁଁ ରୋଗ ବ୍ୟାପିଥିବା ସନ୍ଦେହ କରାଯାଉଛି । ଆଜି ଏକ ସ୍ୱାସ୍ଥ୍ୟ ଟିମ୍ କ୍ୟାମ୍ପସରେ ପହଞ୍ଚି ପାନୀୟ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି ।

ଅଧିକ ପଢନ୍ତୁ : ସମ୍ୱଲପୁରବାସୀଙ୍କୁ ଜଣ୍ଡିସ ଭୟ, ଭୂତାଣୁ ଚିହ୍ନଟ ପ୍ରକ୍ରିୟାରେ ବିଳମ୍ବ : କାହିଁକି ହେଉନି ଭାଇରୋଲୋଜିକାଲ୍ ଲ୍ୟାବ୍‌?

ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଉଛି । ସ୍କୁଲ ପରିସରରେ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ସମସ୍ତ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କ କହିବା ଅନୁସାରେ ସମସ୍ତ ବିଦ୍ୟାର୍ଥୀଙ୍କୁ ସେମାନଙ୍କ ଘରକୁ ପଠାଯାଇଛି । ପାଣିଟାଙ୍କି ସବୁ ସଫା କରାଯାଇଛି । ପାଣିର ମାନ ବି ପରୀକ୍ଷା କରାଯାଉଛି। ଡାକ୍ତର ଟିମ୍‌ ବି ନିୟମିତ ବ୍ୟବଧାନରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ତ୍ୟବସ୍ଥା ପଚାରି ବୁଝୁଛନ୍ତି।

ଛାତ୍ରଛାତ୍ରୀଙ୍କୁ ଜଣ୍ଡିସ !
ଖୋର୍ଦ୍ଧା ମବୋଦୟ ବିଦ୍ୟାଳୟ କ୍ୟାମ୍ପସ୍‌ରେ ବ୍ୟାପିଲା କାମଳ ରୋଗ
ଏକକାଳୀନ ୨୫ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ
ପ୍ରଦୂଷିତ ପରିବେଶ ଓ ଦୂଷିତ ଜଳ ଯୋଗୁଁ ରୋଗ ବ୍ୟାପୁଥିବା ସନ୍ଦେହ
ସ୍କୁଲ କ୍ୟାମ୍ପସରୁ ପିଇବା ପାଣିର ନମୁନା ସଂଗ୍ରହ
ପାଣି ପରୀକ୍ଷା ପରେ ଜଣାପଡ଼ିବ କାରଣ
ସ୍କୁଲ ପରିସରରେ ଖୋଲିଲା ସ୍ୱାସ୍ଥ୍ୟ ଶିବିର
ସବୁ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ ଡାକ୍ତର
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe