କନକ ବ୍ୟୁରୋ : ସମ୍ବଲପୁରବାସୀଙ୍କ ପାଇଁ ଜଣ୍ଡିସ୍ ଚିନ୍ତାର କାରଣ ସାଜିଥିବା ବେଳେ ଏବେ ବି ଭୂତାଣୁ ଚିହ୍ନଟ ପାଇଁ ଭୁବନେଶ୍ବର ଉପରେ ନିର୍ଭରଶୀଳ ପ୍ରଶାସନ । ସମ୍ବଲପୁର ପିଏଚ୍ଡି ଓ ଆର୍ଡବ୍ଲ୍ୟୁଏସ୍ଏସ୍ ବିଭାଗରେ ଇ-କୋଲି ଟେଷ୍ଟର ସୁବିଧା ରହିଛି । ତେବେ ହେପାଟାଇଟିସ୍ A ଓ E ଚିହ୍ନଟ ପାଇଁ ଭୁବନେଶ୍ବରକୁ ପଠାଯାଉଛି ପାଣି ନମୁନା । ରିପୋର୍ଟ ଆସିବାକୁ ସପ୍ତାହେ ଲାଗୁଛି ।
୨୦୧୪ରେ ସମ୍ବଲପୁରରେ ମହାମାରୀର ରୂପ ନେଇଥିଲା ଜଣ୍ଡିସ । ସମାନ ସ୍ଥିତି ଦେଖିବାକୁ ମିଳିଥିଲା ୨୦୧୯ ଓ ୨୦୨୪ରେ । ତଥାପି ସମ୍ବଲପୁରରେ ସ୍ଥାପନ ହୋଇପାରିନି ଭାଇରୋଲୋଜିକାଲ୍ ପରୀକ୍ଷାଗାର। ଭିମସାର୍ର ଏକ ଟିମ୍ ଜଣ୍ଡିସକୁ ମାତ୍ ଦେବାକୁ ଓ ଏହାର ସ୍ଥାୟୀ ନିରାକରଣ ଖୋଜିବାକୁ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା। ମୁଖ୍ୟତଃ ୬ଟି କାର୍ଯ୍ୟ କରିବାକୁ ପ୍ରଶାସନକୁ ସୁପାରିସ କରିଥିଲା ଟିମ୍ ।
- ସହରରେ ଜଳ ଯୋଗାଣ ବ୍ୟବସ୍ଥାର ନବୀକରଣ
- ହେପାଟାଇଟିସ୍ ପାଇଁ ସାମୂହିକ ଟିକାକରଣ
- ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତି ସଚେତନତା
- ସହରରେ ଡ୍ରେନେଜ୍ ବ୍ୟବସ୍ଥାର ପୁନଃନିର୍ମାଣ
- ଶୌଚାଳୟଗୁଡ଼ିକରେ ସେଫ୍ଟିକ୍ ଟାଙ୍କି ନିର୍ମାଣ
- ପରୀକ୍ଷାଗାର ଓ ସର୍ଭିଲାନ୍ସ ୟୁନିଟ୍ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ସୁପାରିସ ଦିଆଯାଇଥିଲା, କିନ୍ତୁ ତାହା ଏ ପର୍ଯ୍ୟନ୍ତ ଫାଇଲ ଭିତରେ । ସହରରେ ଏବେ ସ୍ଥିତି ଏମିତି ଯେ, ପିଏଚ୍ଡି ଦ୍ବାରା ଯୋଗାଇ ଦିଆଯାଉଥିବା ପାଣି ପିଇବାକୁ ଭୟ କରୁଛନ୍ତି ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/19/45-2025-09-19-19-16-46.jpg)