କନକ ବ୍ୟୁରୋ:  ସ୍କୁଲ ପିଲାଙ୍କୁ ଜଣ୍ଡିସ । ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ବ୍ୟାପୁଛି ଜଣ୍ଡିସ । ସ୍କୁଲରେ ୫୬୦ ଛାତ୍ରଛାତ୍ରୀ ଥିବା ବେଳେ ପ୍ରାୟ ୭୦ରୁ ଅଧିକ ଅସୁସ୍ଥ ହୋଇଥିବା ଖବର ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଅଭିଭାବକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ପିଲାଙ୍କୁ ଘରକୁ ନେବା ପାଇଁ ଅଭିଭାବକଙ୍କ ଭିଡ଼ ଲାଗିଛି। ଗତ କିଛି ଦିନ ହେବ ସ୍କୁଲର ଅନ୍ତେବାସୀଙ୍କ ମଧ୍ୟରେ ଜଣ୍ଡିସର ଲକ୍ଷଣ ଦେଖାଯାଇଥିଲା । ପ୍ରଦୂଷିତ ପରିବେଶ କିମ୍ବା ଦୂଷିତ ଜଳ ଯୋଗୁଁ ରୋଗ ବ୍ୟାପିଥିବା ସନ୍ଦେହ କରାଯାଉଛି । ଆଜି ଏକ ସ୍ୱାସ୍ଥ୍ୟ ଟିମ୍ କ୍ୟାମ୍ପସରେ ପହଞ୍ଚି ପାନୀୟ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି ।

Advertisment

ଅଧିକ ପଢନ୍ତୁ : ସମ୍ୱଲପୁରବାସୀଙ୍କୁ ଜଣ୍ଡିସ ଭୟ, ଭୂତାଣୁ ଚିହ୍ନଟ ପ୍ରକ୍ରିୟାରେ ବିଳମ୍ବ : କାହିଁକି ହେଉନି ଭାଇରୋଲୋଜିକାଲ୍ ଲ୍ୟାବ୍‌?

ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଉଛି । ସ୍କୁଲ ପରିସରରେ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ସମସ୍ତ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କ କହିବା ଅନୁସାରେ ସମସ୍ତ ବିଦ୍ୟାର୍ଥୀଙ୍କୁ ସେମାନଙ୍କ ଘରକୁ ପଠାଯାଇଛି । ପାଣିଟାଙ୍କି ସବୁ ସଫା କରାଯାଇଛି । ପାଣିର ମାନ ବି ପରୀକ୍ଷା କରାଯାଉଛି। ଡାକ୍ତର ଟିମ୍‌ ବି ନିୟମିତ ବ୍ୟବଧାନରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ତ୍ୟବସ୍ଥା ପଚାରି ବୁଝୁଛନ୍ତି।

ଛାତ୍ରଛାତ୍ରୀଙ୍କୁ ଜଣ୍ଡିସ !
ଖୋର୍ଦ୍ଧା ମବୋଦୟ ବିଦ୍ୟାଳୟ କ୍ୟାମ୍ପସ୍‌ରେ ବ୍ୟାପିଲା କାମଳ ରୋଗ
ଏକକାଳୀନ ୨୫ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ
ପ୍ରଦୂଷିତ ପରିବେଶ ଓ ଦୂଷିତ ଜଳ ଯୋଗୁଁ ରୋଗ ବ୍ୟାପୁଥିବା ସନ୍ଦେହ
ସ୍କୁଲ କ୍ୟାମ୍ପସରୁ ପିଇବା ପାଣିର ନମୁନା ସଂଗ୍ରହ
ପାଣି ପରୀକ୍ଷା ପରେ ଜଣାପଡ଼ିବ କାରଣ
ସ୍କୁଲ ପରିସରରେ ଖୋଲିଲା ସ୍ୱାସ୍ଥ୍ୟ ଶିବିର
ସବୁ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ ଡାକ୍ତର