ମଧ୍ୟପ୍ରଦେଶରେ ପୁଣି ଦୂଷିତ ପାଣି ପିଇ ବ୍ୟାପିଲା ଜଣ୍ଡିସ, ଇନ୍ଦୋର ପରେ ମହୁରେ ୫୦ ରୁ ଅଧିକ ଲୋକ ଆକ୍ରାନ୍ତ

Advertisment

ଲୋକଙ୍କ ଘରୁ ପାଣି ମାଗି ଦେଖିଥିଲେ। ପାନୀୟ ଯୋଗାଣ ବ୍ୟବସ୍ଥାକୁ ପ୍ରାଥମିକତା ଦେଇ ଯାଞ୍ଚ କରିବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ ମେଡିକାଲ ଅଫିସର ଯୋଗେଶ ସିଙ୍ଗାରେଙ୍କ ନିର୍ଦ୍ଦେଶରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଘରେ ଘରେ ପହଞ୍ଚି ରୋଗୀଙ୍କଠାରୁ ରକ୍ତନମୁନା ସଂଗ୍ରହ କରିଥିଲେ। 

ଲୋକଙ୍କ ଘରୁ ପାଣି ମାଗି ଦେଖିଥିଲେ। ପାନୀୟ ଯୋଗାଣ ବ୍ୟବସ୍ଥାକୁ ପ୍ରାଥମିକତା ଦେଇ ଯାଞ୍ଚ କରିବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ ମେଡିକାଲ ଅଫିସର ଯୋଗେଶ ସିଙ୍ଗାରେଙ୍କ ନିର୍ଦ୍ଦେଶରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଘରେ ଘରେ ପହଞ୍ଚି ରୋଗୀଙ୍କଠାରୁ ରକ୍ତନମୁନା ସଂଗ୍ରହ କରିଥିଲେ। 

mandhyapradesh

କନକ ବ୍ୟୁରୋ : ମଧ୍ୟପ୍ରଦେଶର ଇନ୍ଦୋର ପରେ ମହୁରେ ଦୂଷିତ ପାନୀୟ ଜଳ ବ୍ୟବହାର କରି ଅନେକ ଲୋକ ଅସୁସ୍ଥ ହୋଇଛନ୍ତି। ମହୁ ତହସିଲର ପତ୍ରି ବଜାର କ୍ଷେତ୍ର ଅଞ୍ଚଳରେ ଗତ ୧୫ ଦିନରେ ୧୯ ଶିଶୁଙ୍କ ସମେତ ୨୫ ଜଣ ଲୋକ ଜଣ୍ଡିସ, ଟାଇଫଏଡ ସମେତ ଅନ୍ୟ ରୋଗରେ ପୀଡ଼ିତ ହୋଇଛନ୍ତି। ଅସୁସ୍ଥ ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି, ଏହି ଅଞ୍ଚଳର ବିଭିନ୍ନ ନଳକୂପ (ଟ୍ୟାପ୍‌)ରେ ଦୁର୍ଗନ୍ଧଯୁକ୍ତ ମଇଳା ଜଳ ଆସୁଛି। ପାଣିକୁ ଫୁଟେଇବା ପରେ ପାଣି ତଳେ ମଇଳା ଜମି ରହୁଛି । ଦୂଷିତ ପାଣି ବ୍ୟବହାର କରି ଲୋକ ଅସୁସ୍ଥ ଖବର ଜଣାପଡ଼ିବା ପରେ ମହୁ ଏସ୍‌ଡିଏମ୍‌ ରାକେଶ ପରମାର ଓ ତହସିଲଦାର ବିବେକ ସୋନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲେ। ଲୋକଙ୍କ ଘରୁ ପାଣି ମାଗି ଦେଖିଥିଲେ। ପାନୀୟ ଯୋଗାଣ ବ୍ୟବସ୍ଥାକୁ ପ୍ରାଥମିକତା ଦେଇ ଯାଞ୍ଚ କରିବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ ମେଡିକାଲ ଅଫିସର ଯୋଗେଶ ସିଙ୍ଗାରେଙ୍କ ନିର୍ଦ୍ଦେଶରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଘରେ ଘରେ ପହଞ୍ଚି ରୋଗୀଙ୍କଠାରୁ ରକ୍ତନମୁନା ସଂଗ୍ରହ କରିଥିଲେ। 

ଅଧିକ ପଢ଼ନ୍ତୁ :   ଯନ୍ତ୍ରଣା ଦେଉଛି ଦୂଷିତ ପାନୀୟ ଜଳ । ଗାଁରେ ଥିବା ଦୁଇଟି ନଳକୂଅରୁ ବାହାରୁଛି ଗୋଳିଆ ଓ ଆଇରନ୍ ଯୁକ୍ତ ପାଣି, ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ।

ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ନର୍ମଦା ନଦୀରୁ ପାଣି ଯୋଗାଣ ହେଉଥିବାବେଳେ ଏହି ପାଇପଲାଇନଗୁଡ଼ିକୁ ଡ୍ରେନ୍‌ ପାଣି ସଂସ୍ପର୍ଶରେ ଆସି ଦୂଷିତ ହେଉଛି। ତେବେ ଏପର୍ୟ୍ୟନ୍ତ କେଉଁଠାରେ ପାନୀୟ ଜଳ ଯୋଗାଣ ପାଇପଲାଇନରେ ଲିକେଜ୍‌ ଠାବ ହୋଇନାହିଁ। ସ୍ଥାନୀୟ ବିଧାୟକ ଉଷା ଠାକୁର ଅଞ୍ଚଳ ଗସ୍ତ କରି ଲୋକଙ୍କୁ ପାଣି ଫୁଟେଇ ବ୍ୟବହାର କରିବାକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe