ଖୋର୍ଦ୍ଧାରେ ଜଣ୍ଡିସ୍ ଭୟ, ଜବାହର ନବୋଦୟ ବିଦ୍ୟାଳୟକୁ ମାଡିଗଲା କାମଳ ରୋଗ

Advertisment

୭୦ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ । ଦୂଷିତ ପାଣି ଯୋଗୁଁ ରୋଗ ବ୍ୟାପୁଥିବା ସନ୍ଦେହ । କ୍ୟାମ୍ପସରେ ପହଁଚି ଜଳ ନମୁନା ସଂଗ୍ରହ କଲା ସ୍ବାସ୍ଥ୍ୟ ବିଭାଗ ଟିମ୍ ।

୭୦ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ । ଦୂଷିତ ପାଣି ଯୋଗୁଁ ରୋଗ ବ୍ୟାପୁଥିବା ସନ୍ଦେହ । କ୍ୟାମ୍ପସରେ ପହଁଚି ଜଳ ନମୁନା ସଂଗ୍ରହ କଲା ସ୍ବାସ୍ଥ୍ୟ ବିଭାଗ ଟିମ୍ ।

Jaundice in khordha

Jaundice in khordha Photograph: (KanakNews)

 କନକ ବ୍ୟୁରୋ:  ଖୋର୍ଦ୍ଧା ଗୁରୁଜଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆତଙ୍କ । ଜଣେ କି ଦୁଇ ଜଣ ନୁହେଁ, ବରଂ ୭୦ରୁ ଅଧିକ ଛାତ୍ରଛାତ୍ରୀ ଏବେ ଜଣ୍ଡିସରେ ଆକ୍ରାନ୍ତ । ସ୍କୁଲ କର୍ତ୍ତୃପକ୍ଷଙ୍କ ସଫେଇକୁ ଅଭିଭାବକ ଗ୍ରହଣ କରୁନଥିବା ବେଳେ, ଭୟ ଓ ଆଶଙ୍କାରେ ପିଲାଙ୍କୁ ଘରକୁ ନେଇଯାଉଛନ୍ତି ଅସନ୍ତୁଷ୍ଟ ଅଭିଭାବକ । ଦୂଷିତ ଜଳ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସନ୍ଦେହ କରାଯାଉଛି ।
   
ଖୋର୍ଦ୍ଧା ଗୁରୁଜଙ୍ଗ ନବୋଦୟ ବିଦ୍ୟାଳୟ ପାଲଟିଛି ଜଣ୍ଡିସ ରୋଗର ପେଣ୍ଠସ୍ଥଳ । ଯେଉଁଠି ପାଠ ପଢ଼ିବା କଥା, ସେଠି ଏବେ ରୋଗ ସହ ସଂଗ୍ରାମ କରୁଛନ୍ତି କୁନି କୁନି ପିଲା। ଗତ କିଛି ଦିନ ହେବ କ୍ୟାମ୍ପସରେ ଜଣ୍ଡିସ ବ୍ୟାପିବାରେ ଲାଗିଥିବା ବେଳେ, ଏବେ ଏହି ସଂଖ୍ୟା ୭୦ ଟପିଲାଣି। ୫୬୦ ଛାତ୍ରଛାତ୍ରୀ ପଢୁଥିବା ଏହି ଶିକ୍ଷାନୁଷ୍ଠାନରେ ପରିମଳ ବ୍ୟବସ୍ଥା ଓ ପାନୀୟ ଜଳର ମାନକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗନ୍ଧମୟ ପରିବେଶ ଓ ଦୂଷିତ ଜଳ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ସନ୍ଦେହ କରି ଏକ ସ୍ୱାସ୍ଥ୍ୟ ଟିମ୍ କ୍ୟାମ୍ପସରେ ପହଞ୍ଚି ଜଳର ନମୁନା ସଂଗ୍ରହ କରିଛି ।

ଅଧିକ ପଢନ୍ତୁ: ଜଗତସିଂହପୁରରେ ଜଣ୍ଡିସ ଆତଙ୍କ, ୫ ଦିନ ମଧ୍ୟରେ ୭ଜଣ ରୁ ଉର୍ଦ୍ଧ୍ବ ଲୋକ ଜଣ୍ଡିସରେ ଆକ୍ରାନ୍ତ

ସ୍ଥିତି ଏମିତି ଯେ, ସ୍କୁଲ ଗେଟ୍ ସମ୍ମୁଖରେ ଅଭିଭାବକଙ୍କ ଭିଡ଼ ଲାଗିରହିଛି। କର୍ତ୍ତୃପକ୍ଷ ସହାୟତା ଯୋଗାଇ ଦେଉଥିବା କହୁଥିଲେ ମଧ୍ୟ ସଂକ୍ରମଣ କମିବାର ନାଁ ଧରୁନି। ଫଳରେ ନିଜ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ଜଣକ ପରେ ଜଣେ ଅଭିଭାବକ ପିଲାଙ୍କୁ ଘରକୁ ନେଇଯାଉଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୧୫୦ରୁ ଅଧିକ ପିଲା ଛୁଟିରେ ଘରକୁ ଫେରିଗଲେଣି । କର୍ତ୍ତୃପକ୍ଷଙ୍କ ସଫେଇରେ ସନ୍ତୁଷ୍ଟ ନାହାନ୍ତି ଅଭିଭାବକ। ଜଳବାହିତ ରୋଗ ହୋଇଥିବାରୁ କ୍ୟାମ୍ପସରେ ଥିବା ଟ୍ୟାଙ୍କ ଓ ପାଇପ୍ ଲାଇନର ସଫେଇକୁ ନେଇ ଉଠିଛି ପ୍ରଶ୍ନ। ପ୍ରଶ୍ନ ଉଠୁଛି, ଶତାଧିକ ପିଲାଙ୍କ ଜୀବନ ସହ କିଏ ଖେଳୁଛି? ଦୂଷିତ ଜଳ ସମ୍ପର୍କରେ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ କେମିତି? ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଆସିବା ପରେ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା ।
 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe