କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ପୂରଣ ପଞ୍ଚାୟତର ଦଣ୍ଡାସାହି ଗାଁରେ ଜଣ୍ଡିସ ଆତଙ୍କ । ଏକ ମାସ ଧରି ଜଣ୍ଡିସ ସଂକ୍ରମଣ ଲାଗି ରହିଥିବା ବେଳେ ଗତ ୫ ଦିନ ମଧ୍ୟରେ ୭ଜଣ ରୁ ଉର୍ଦ୍ଧ୍ବ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ଏ ହେଉଛି ସେହି ଦଣ୍ଡାସାହି ଗାଁ, ଯେଉଁଠି ବ୍ୟାପୁଛି ଜଣ୍ଡିସ ରୋଗ । ଦୂଷିତ ପାଣି ପିଇ ଜଣ୍ଡିସ ବ୍ୟାପୁ ଥିବାର ଆଶଙ୍କା କରାଯାଇଥିବା ବେଳ ବିଶୁଦ୍ଧ ପାନୀୟ ଜଳ ଓ ସ୍ବାସ୍ଥ୍ୟସେବା ଯୋଗାଣରେ ବିଳମ୍ବ ଯୋଗୁଁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଅନ୍ୟପଟେ କିଛି ଜଣ୍ଡିସ ଆକ୍ରାନ୍ତ ରୋଗୀ ଚେରମୁଳି ବା ଝଡାଫୁଙ୍କା କୁ ଭରସା କରି ଦିନ କାଟୁଥିବା ବେଳେ ପାନୀୟ ଜଳର ନମୁନା ପରୀକ୍ଷାରୁ ରିପୋର୍ଟ ଠିକ୍ ରହିଛି ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ତେବେ ଏହି ଗାଁରେ ସ୍ବାସ୍ଥ୍ୟ ବିଭାଗ ଟିମ ପହଞ୍ଚି ଚିକିତ୍ସା କରିବା ସହିତ ସନ୍ଦିଗ୍ଧ ରୋଗୀଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରି ଚିକିତ୍ସା କରୁଛନ୍ତି । ଏଥିସହିତ ଆଗକୁ ଯେପରି ଏହି ରୋଗ ନ ବ୍ୟାପେ ସେଥିପାଇଁ ଘରେ ଘରେ ସଚେତନ କରା ଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟକର୍ମୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/02/jsp-2025-08-02-08-08-06.jpg)