କଟକୁ ଘାରିଲାଣି ଜଣ୍ଡିସ୍ ଭୟ. ୧୦ ଓ ୧୨ ନମ୍ବର ୱାର୍ଡରେ ୧୦ ରୁ ଅଧିକ ଆକ୍ରାନ୍ତ

Advertisment

କଟକ ମହାନଗର ନିଗମର ୧୦ ଓ ୧୨ ନମ୍ବର ୱାର୍ଡର ମାନସିଂହପାଟଣା, ମସ୍ତରାମମଠ ଗଳି ଓ କାଫଲା ବଜାରରେ ବ୍ୟାପୁଛି ଜଣ୍ଡିସ। ଆଜି ସିଏମସି କମିସନର, ମେୟର ଓ ୱାଟକୋ ଅଧିକାରୀମାନେ ଏହି ଦୁଇଟି ୱାର୍ଡ ବୁଲିବା ସହିତ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

କଟକ ମହାନଗର ନିଗମର ୧୦ ଓ ୧୨ ନମ୍ବର ୱାର୍ଡର ମାନସିଂହପାଟଣା, ମସ୍ତରାମମଠ ଗଳି ଓ କାଫଲା ବଜାରରେ ବ୍ୟାପୁଛି ଜଣ୍ଡିସ। ଆଜି ସିଏମସି କମିସନର, ମେୟର ଓ ୱାଟକୋ ଅଧିକାରୀମାନେ ଏହି ଦୁଇଟି ୱାର୍ଡ ବୁଲିବା ସହିତ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

A3

କନକ ବ୍ୟୁରୋ : କଟକ ସହରରେ ଜଣ୍ଡିସ ଆତଙ୍କ। ସହରର ମାନସିଂହପାଟଣା, ମସ୍ତରାମମଠ ଗଳି ଓ କାଫଲା ବଜାର ଆଦି ଅଞ୍ଚଳରେ ଜଣ୍ଡିସ କାୟା ବିସ୍ତାର କରିଛି। ଏହି ସବୁ ଅଞ୍ଚଳକୁ ଆଜି କଟକ ମେୟର, ସିଏମସି କମିସନର ଓ ୱାଟକୋ ଅଧିକାରୀମାନେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

କଟକ ମହାନଗର ନିଗମର ୧୦ ଓ ୧୨ ନମ୍ବର ୱାର୍ଡର ମାନସିଂହପାଟଣା, ମସ୍ତରାମମଠ ଗଳି ଓ କାଫଲା ବଜାରରେ ବ୍ୟାପୁଛି ଜଣ୍ଡିସ। ଆଜି ସିଏମସି କମିସନର, ମେୟର ଓ ୱାଟକୋ ଅଧିକାରୀମାନେ ଏହି ଦୁଇଟି ୱାର୍ଡ ବୁଲିବା ସହିତ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ସମ୍ପୃକ୍ତ ଅଞ୍ଚଳରୁ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଏହି ଦୁଇଟି ୱାର୍ଡରେ ୧୫ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ସୁଦ୍ଧା ୧୦ ଜଣ ସୁସ୍ଥ ହୋଇ ସାରିଛନ୍ତି। ଆଗକୁ ଯେମିତି ଜଣ୍ଡିସ ଅଧିକ ବ୍ୟାପିବ ନାହିଁ ସେ ନେଇ ପାଣି ପାଇପ ସଫା କରିବା ସହ ଡ୍ରେନ ପାଖରେ ବ୍ଲିଚିଂ ପାଉଡର ପକା ଯାଇଛି।

ଅଧିକ ପଢ଼ନ୍ତୁ : ସମ୍ୱଲପୁରବାସୀଙ୍କୁ ଜଣ୍ଡିସ ଭୟ, ଭୂତାଣୁ ଚିହ୍ନଟ ପ୍ରକ୍ରିୟାରେ ବିଳମ୍ବ : କାହିଁକି ହେଉନି ଭାଇରୋଲୋଜିକାଲ୍ ଲ୍ୟାବ୍‌?

କଟକ ସହରରେ ଠିକ୍ ଭାବରେ ଡ୍ରେନ ସଫେଇ ହେଉନାହିଁ। ଫଳରେ ଡ୍ରେନ ଭିତର ଦେଇ ଯାଇଥିବା ପାଣି ପାଇପଗୁଡ଼ିକରେ ଲିକେଜ୍‌ ଥିବାରୁ ଡ୍ରେନର ମଇଳା ପାଣି ମିଶୁଛି। ଫଳରେ ପାନୀୟଜଳ ପ୍ରଦୂଷିତ ହେଉଛି। କଟକ ସହରରେ କେବଳ ଏହି ଦୁଇଟି ୱାର୍ଡ ନୁହେଁ, ଅଧିକାଂଶ ୱାର୍ଡରେ ଏଭଳି ସମସ୍ୟା ରହିଛି।  ଆଗମୀ ଦିନରେ ସିଏମସି ଏ ଦିଗରେ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe