ଜାପାନ ବିଶ୍ୱର ସର୍ବବୃହତ ପରମାଣୁ କେନ୍ଦ୍ର କାଶିୱାଜାକି-କାରିୱା ପ୍ଲାଣ୍ଟର ପୁନରାରମ୍ଭ କରିବ

Advertisment

ଜାପାନ ବିଶ୍ୱର ସର୍ବବୃହତ ପରମାଣୁ କେନ୍ଦ୍ର କାଶିୱାଜାକି-କାରିୱା ପ୍ଲାଣ୍ଟର ପୁନରାରମ୍ଭ କରିବାକୁ ଯାଉଛି । ୨୦୧୧ ଫୁକୁସିମା ବିପର୍ଯ୍ୟୟ ପରେ ଜାପାନ ଏହାର ସବୁଠୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ର ଆରମ୍ଭ କରିବାକୁ ଯାଉଛି ।

ଜାପାନ ବିଶ୍ୱର ସର୍ବବୃହତ ପରମାଣୁ କେନ୍ଦ୍ର କାଶିୱାଜାକି-କାରିୱା ପ୍ଲାଣ୍ଟର ପୁନରାରମ୍ଭ କରିବାକୁ ଯାଉଛି । ୨୦୧୧ ଫୁକୁସିମା ବିପର୍ଯ୍ୟୟ ପରେ ଜାପାନ ଏହାର ସବୁଠୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ର ଆରମ୍ଭ କରିବାକୁ ଯାଉଛି ।

Japan-atomic

Japan-atomic Photograph: (Google)

କନକ ବ୍ୟୁରୋ; ଜାପାନ ବିଶ୍ୱର ସର୍ବବୃହତ ପରମାଣୁ କେନ୍ଦ୍ର କାଶିୱାଜାକି-କାରିୱା ପ୍ଲାଣ୍ଟର ପୁନରାରମ୍ଭ କରିବାକୁ ଯାଉଛି । ୨୦୧୧ ଫୁକୁସିମା ବିପର୍ଯ୍ୟୟ ପରେ ଜାପାନ ଏହାର ସବୁଠୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ର ଆରମ୍ଭ କରିବାକୁ ଯାଉଛି । ଜାପାନ ନିଜର ଶକ୍ତି ସୁରକ୍ଷା ବୃଦ୍ଧି ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନେଇଛି। ଟୋକିଓ ଇଲେକ୍ଟ୍ରିକ୍ ପାୱାର ଦ୍ୱାରା ପରିଚାଳିତ କାଶିୱାଜାକି-କାରିୱା ପ୍ଲାଣ୍ଟ ଫେବୃଆରି ୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପ୍ଲାଣ୍ଟ ମୁଖ୍ୟ ଟାକେୟୁକି ଇନାଗାକି ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ: ଅଷ୍ଟ୍ରେଲିଆ ଛାଡ଼ି ଦୁବାଇରେ ରହିବେ ବ୍ରେଟ୍ ଲି

 ଗତ ମାସରେ ନିଗାତା ପ୍ରଦେଶର ପ୍ଲାଣ୍ଟରେ ଏକ ରିଆକ୍ଟରକୁ ପୁନଃସ୍ଥାପନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାକୁ ସ୍ଥଗିତ ରଖାଯାଇଥିଲା।କାଶିୱାଜାକି-କାରିୱା ପାୱାର ପ୍ଲାଣ୍ଟ ଜାପାନର ରାଜଧାନୀ ଟୋକିଓରୁ ପ୍ରାୟ ୨୨୦ କିଲୋମିଟର ଉତ୍ତର-ପଶ୍ଚିମରେ ଅବସ୍ଥିତ। ୨୦୧୧ ଭୂମିକମ୍ପ ଏବଂ ସୁନାମି ଜାପାନର ଫୁକୁସିମା ଡାଇଚି ପାୱାର ପ୍ଲାଣ୍ଟକୁ କ୍ଷତିଗ୍ରସ୍ତ କରିଥିଲା, ଯାହା ଚେର୍ନୋବିଲ୍ ପରେ ବିଶ୍ୱର ସବୁଠାରୁ ଖରାପ ପରମାଣୁ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଫୁକୁସିମା ଦୁର୍ଘଟଣା ପରେ ଜାପାନର ୫୪ଟି ରିଆକ୍ଟର ବନ୍ଦ ହୋଇଯାଇଥିଲା, କାଶିୱାଜାକି-କାରିୱା ଶକ୍ତି କେନ୍ଦ୍ର ସେମାନଙ୍କ ମଧ୍ୟରୁ ଗୋଟିଏ ଥିଲା।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe