jana-nayagan Photograph: (Kanak news)
କନକ ବ୍ୟୁରୋ : ତାମିଲ ଅଭିନେତା ବିଜୟଙ୍କ ଅଭିନୀତ ‘ଜନ ନାୟଗନ’ ଚଳଚ୍ଚିତ୍ର ରିଲିଜ ମାମଲା ପୁଣି ମାଡ୍ରାସ ହାଇକୋର୍ଟଙ୍କ ବିଚାରାଧୀନ ରହିଲା । ଗୁରୁବାର ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରି ସେନ୍ସର ବୋର୍ଡ଼ ସାର୍ଟିଫିକେଟ ପାଇବାକୁ ଫିଲ୍ମ ନିର୍ମାତାଙ୍କୁ ମାଡ୍ରାସ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ କେଭିଏନ ପ୍ରଡକ୍ସନର ‘ଜନ ନାୟାଗନ’କୁ ସ୍ଥଗିତ ରଖିବା ସମ୍ପର୍କରେ ସିବିଏଫସି (ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍) ଅନୁମତି ପାଇବା ପାଇଁ ଆବେଦନକୁ ଖାରଜ କରିଦେଇଛନ୍ତି । ସେନ୍ସର ବୋର୍ଡ଼ ସାର୍ଟିଫିକେଟ୍ ମିଳି ନଥିବାରୁ ଜାନୁଆରି ୯ ତାରିଖରୁ ବିଜୟଙ୍କ ଫିଲ୍ମ ରିଲିଜକୁ ସ୍ଥଗିତ ରହିଛି । ସୁପ୍ରିମକୋର୍ଟ ତାଙ୍କ ରାୟରେ ଆବେଦନକାରୀଙ୍କୁ ସେମାନଙ୍କ ଯୁକ୍ତି ମାଡ୍ରାସ ହାଇକୋର୍ଟ ଡିଭିଜନ ବେଞ୍ଚଙ୍କ ଆଗରେ ରଖିବାକୁ କହିଛନ୍ତି । ମାଡ୍ରାସ ହାଇକୋର୍ଟ ଏହାପୂର୍ବରୁ ନିର୍ମାତାଙ୍କୁ ମିଥ୍ୟା ଜରୁରୀ ଦେଖାଇବାକୁ ନେଇ ତୀବ୍ର ସମାଲେଚନା କରିଥିଲେ ।
ଏହାସହିତ ମାମଲାର ସମ୍ପୂର୍ଣ୍ଣ ଶୁଣାଣି ନହେବା ପର୍ଯ୍ୟନ୍ତ ସାର୍ଟିଫିକେଟ୍ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସୁପ୍ରିମକୋର୍ଟ ଜାନୁଆରି ୨୦ ତାରିଖରେ ଆବେଦନର ନିଷ୍ପତ୍ତି ନେବାକୁ ଚେଷ୍ଟା କରିବାକୁ ମାଡ୍ରାସ ହାଇକୋର୍ଟଙ୍କୁ କହିଛନ୍ତି । ନିଜର ସ୍ଥିତି ସ୍ପଷ୍ଟ କରି ସର୍ବୋଚ୍ଚ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ, ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ । କେଭିଏନ ପ୍ରଡକସନ୍ ପାଇଁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ କୋର୍ଟରେ ପକ୍ଷ ରଖି କହିଥିଲେ ଫିଲ୍ମ ରିଲିଜରେ ବିଳମ୍ବ ଯୋଗୁଁ ନିର୍ମାତା ସବୁକିଛି ହରାଇଛନ୍ତି ଏବଂ କ୍ଷତିଗ୍ରସ୍ତ ହୋଇଛନ୍ତି । ସିବିଏଫସିକୁ ସାର୍ଟିଫିକେଟ ପ୍ରଦାନ ପାଇଁ କାହିଁକି ଯଥେଷ୍ଟ ସମୟ ଦେଇନଥିଲେ ବୋଲି କୋର୍ଟ ନିର୍ମାତାଙ୍କୁ ପ୍ରଶ୍ନ କରିଥିଲେ ।
ଅଧିକ ପଢ଼ନ୍ତୁ---ଦୁଇଘଣ୍ଟା ବାୟୁସୀମା ବନ୍ଦ କଲା ଇରାନ, ବହୁ ବିମାନ ପ୍ରଭାବିତ
Follow Us