କନକ ବ୍ୟୁରୋ : ଜେଲରେ ଶାସନ ଏମିତି ହୁଗୁଳି ଯାଇଛି ।  ଚୌଦ୍ବାର ଜେଲରୁ ଦୁର୍ଦ୍ଦାନ୍ତ କଏଦୀ ଫେରାର, ବରଗଡ଼ ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା, ସୋର ଜେଲ୍‌ରୁ ଚକମା ଦେଇ କଏଦୀ ଛୁ’ । ଏହା ଭିତରେ ଗତକାଲି ପୁଣି ଚୌଦ୍ବାର ଜେଲରେ କଏଦୀଙ୍କ ମଧ୍ୟରେ ମାରପିଟ୍ ଘଟଣା ବୟାନ କରୁଛି ଜେଲର ସ୍ବାସ୍ଥ୍ୟ ଠିକ୍ ନାହିଁ । ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପରେ ଆଜି ଝାଡିଝୁଡି ହୋଇ ଉଠିଛି ଜେଲ ବିଭାଗ । ସାମ୍ନାକୁ ଆସି ଜେଲ୍ ଡିଜି କହିଛନ୍ତି,  ଜେଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ଭାବେ ପାଳନ ହେଉଛି କି ନାହିଁ ତାହା ତଦାରଖ କରିବାକୁ ସମସ୍ତ ରେଞ୍ଜ୍‌ ଡିଆଇଜି ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛୁ। ସେପଟେ ବାଲେଶ୍ବର ଏସପି କହିଛନ୍ତି, ମୁଁ ସୋର ସବଜେଲ ଦେଖିଲି । ଖୁବଶୀଘ୍ର ଫେରାର କଏଦୀକୁ ଧରିବୁ । 

Advertisment

ବଲିଉଡ ଉପରେ ପଡ଼ିଛି ଶନିଦଶା ; ୭ ଦିନରେ ଆଖି ବୁଜିଲେଣି ୩ ଜଣ ସେଲିବ୍ରିଟି...

ରାଜ୍ୟରେ ୮୭ଟି ଜେଲ୍‌ରେ ପ୍ରାୟ ୪୦ ପ୍ରତିଶତ ୱାର୍ଡେନ୍‌ ପଦବି ଖାଲି ପଡ଼ିଛି। ବିଭାଗର ଦାବି, ଜେଲ ବିଭାଗରେ କର୍ମଚାରୀଙ୍କ ଅଭାବ ଅନେକ କାରଣ ମଧ୍ୟରୁ ଗୋଟିଏ । ହେଲେ କର୍ମଚାରୀ ନିଯୁକ୍ତି ଦାୟିତ୍ବଟି କାହାର? ତେବେ କଥାରେ ପରଦା ଢାଙ୍କିବାକୁ କାର୍ଯ୍ୟାନୁଷ୍ଠାନ  ପାଇଁ ଅଣ୍ଟାଭିଡିଛନ୍ତି ଜେଲ୍ ବାବୁ ।  ସୋର ଘଟଣାରେ ଦୁଇ ୱାର୍ଡରଙ୍କୁ ସସପେଣ୍ଡ କରାଯାଇଛି । ସେହିଭଳି କଏଦୀ କେମିତି ଫେରାର ହେଲେ ସେ ବାବଦରେ କମ୍ ବରଂ ଜେଲ୍ ଭିତର ସିସିଟିଭି ଭିଡ଼ିଓ କିଭଳି ଭାଇରାଲ ହେଲା ତାହାକୁ ନେଇ ତନାଘନା କରୁଛି ବିଭାଗ । 

ଟ୍ରେନ୍ କି ବସରେ ଯାତ୍ରା କରୁଥିଲେ ସାବଧାନ! ଜଲଜିରା ଦେଉଛନ୍ତି, ସବୁ ଲୁଟି ନେଉଛନ୍ତି...

ଗୁରୁତ୍ବପୂର୍ଣ୍ଣ କଥା, ଚୌଦ୍ବାର ଜେଲରେ ଯେଉଁ ସମୟରେ କଏଦୀ ଫେରାର ହୋଇଥିଲେ, ତା ପୂର୍ବରୁ ସେଠାରେ ଚାଲିଥିଲା ଦୁର୍ଗାପୂଜା । ପ୍ରଶ୍ନ ଉଠୁଛି, କିଏ ଦେଇଥିଲା ଅନୁମତି? ବଡ଼ ବଡ଼ିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ପାଇଁ କୁନ୍ଥକୁନ୍ଥ କାହିଁକି ?