କନକ ବ୍ୟୁରୋ: ଆପଣ ଯଦି କେବେ ଟ୍ରେନରେ ଯାତ୍ରା କରୁଛନ୍ତି କିମ୍ବା ବସକୁ ଅପେକ୍ଷା କରୁଛନ୍ତି, ଟିକେ ସାବଧାନ ରୁହନ୍ତୁ , କେହି ଅଚିହ୍ନା ବ୍ୟକ୍ତି ଖାଇବା ହେଉ କି ପିଇବା ପାଇଁ ଦେଲେ ଖାଆନ୍ତୁ ନାହିଁ ନ ହେଲେ ଆପଣ ବି ହୋଇପାରନ୍ତି ବଡ଼ ଲୁଟର ଶିକାର । କାରଣ ଏବେ ଷ୍ଟେସନରେ ମାତିଛନ୍ତି ଜଜଜିରା ଦେଇ ଲୁଟ୍ କରୁଥିବା ଗ୍ୟାଙ୍ଗ୍ ।

Advertisment

ଅଧିକ ପଢ଼ନ୍ତୁ-- ବଲିଉଡ ଉପରେ ପଡ଼ିଛି ଶନିଦଶା ; ୭ ଦିନରେ ଆଖି ବୁଜିଲେଣି ୩ ଜଣ ସେଲିବ୍ରିଟି...

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରେଳ ଷ୍ଟେସନ ଅଞ୍ଚଳରେ । ତିନି ଜଣ ଯୁବକଙ୍କୁ ଜଳଜିରାରେ ନିଶା ଦେଇ ଟଙ୍କା ଓ ମୋବାଇଲ ଲୁଟି ନେଇଛି ଦୃର୍ବୁତ୍ତ । ଘଟଣାକୁ ନେଇ ଏବେ ଅଞ୍ଚଳ ସାରା ଚାଞ୍ଚଲ୍ୟ । ବଡ଼ କଥା ହେଉଛି ଏଭଳି ଚାଲାକ୍ ଲୁଟରେ କେହି ଜଣେ ସମ୍ପୃକ୍ତ ଅଛି ନା କେଉଁ ଗ୍ୟାଙ୍ଗର କାମ ତାହାର ଟେର ପାଉନି ପୁଲିସ । ବାରମ୍ବାର କେସିଙ୍ଗା ଷ୍ଟେସନରେ ଏଭଳି ହେଉଥିବା ବେଳେ ରେଳବାଇ ପୁଲିସ ହାତ ମଧ୍ୟ ଖାଲି । ସାତିର ଚୋମାନେ ବାହାରେ ଖୋଲାରେ ବୁଲୁଥିବାବେଳେ ଯାତ୍ରୀଙ୍କ ମନରେ ଭୟ ଦେଖାଦେଇଛି ।


ଏହି ଘଟଣାର ଶିକାର ହୋଇଥିବା ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେସିଙ୍ଗା ଜିଲ୍ଲାର ମୁଖ୍ୟ ରେଳ ଷ୍ଟେସନ ହୋଇଥିବା ଯୋଗୁଁ ଏଠାରୁ ବହୁ ଯାତ୍ରୀ ଟ୍ରେନରେ ଯାତାୟାତ କରିଥାନ୍ତି । ଯାହାର ଫାଇଦା ଲୁଟେରା ମାନେ ନେଇ ଲୁଟ କରୁଛନ୍ତି । ଗତ କିଛିଦିନ ତଳେ ବି ଏକ ଯାତ୍ରୀ ଲୁଟର ଶିକାର ହୋଇଥିଲେ । ହେଲେ ଏଠି ଥାନା କି ଫାଣ୍ଡି ବ୍ୟବସ୍ଥା ନ ଥିବାରୁ ଏବଂ ଟ୍ରେନ ଥିବାରୁ ଲୁଟେରା ଖୁଲମଖୁଲା ଲୁଟ୍ କରୁଛନ୍ତି । ଅନ୍ୟ ପକ୍ଷରେ ଜଳଜିରାରେ କେଉଁ ନିଶା ଦ୍ରବ୍ୟକୁ ମିଶ୍ରିତ କରାଯାଉଛି ଓ ତାହା ମିଳୁଛି କେଉଁଠି ତାହା ମଧ୍ୟ ତଦନ୍ତ ମଧ୍ୟ କରାଯିବା ଆବଶ୍ୟକ । କେବେ ପୁଲିସ ଏହି ଜଳଜିରା ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହେବ ତାହା ଦେଖିବାକୁ ବାକି ରହିଲା ।