କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ଜେଲ୍‌ ଡିଜି ସୁଶାନ୍ତ ନାଥ । ଖାଲି ମୁହଁ ଖୋଲିଲେନି, ଚିହିଁକି ଉଠିଲେ, ଆଉ କହୁ କହୁ ଜେଲ୍ ବିଭାଗର ଅନେକ ଗୁମର ବି ଖୋଲିଦେଲେ ଡିଜି । କହିଲେ- ଆଗରୁ ଚୁପ୍ ଥିଲ, ଏବେ କାହିଁକି ଜେଲ୍ ବିଭାଗକୁ ନେଇ ଏତେ ଖବର ବାଜୁଛି । ଅକ୍ଟୋବର ମାସର ଖବର ଆଜି ପର୍ଯ୍ୟନ୍ତ କାହିଁକି ପ୍ରଚାର କରାଯାଉଛି ?

Advertisment

ଅଧିକ ପଢ଼ନ୍ତୁ : ଯୌତୁକ ପାଇଁ ହତ୍ୟା : ନ୍ୟାୟ ପାଇଁ ଥାନର ଦ୍ବାରସ୍ଥ ହେଲେ ବାପା

ଅକ୍ଟୋବରରେ ଜେଲ୍‌ରୁ ୨ କୁଖ୍ୟାତ କଏଦୀ ପାଚେରୀ ଡେଇଁ ଚମ୍ପଟ୍ ମାରିଥିଲେ । ସେଥିରୁ ଜଣେ ଏବେ ଧରାପଡ଼ିଥିବା ବେଳେ ଆଉ ଜଣଙ୍କ ପତ୍ତା ମିଳୁନି । କେତେବେଳେ ଜେଲ୍‌ରେ କଏଦୀ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି, ତ କେତେବେଳେ କଏଦୀଙ୍କ ସୁନା ଗାଏବ ହୋଇଯିବା ଅଭିଯୋଗ ଆସୁଛି । ଗତକାଲି ମାମଲା ରଫାଦଫା ପାଇଁ ମହିଳାଙ୍କୁ ସୁନା ବାବଦରେ ୧ଲକ୍ଷ ୯୦ ହଜାର ଟଙ୍କା ଦେଇଛନ୍ତି ଚୌଦ୍ୱାର ଜେଲ୍ ଅଧୀକ୍ଷକ । ଆଉ ଜେଲ୍ ଡିଜି କହୁଛନ୍ତି, ଅନ୍ୟ ବିଭାଗରେ ଏତେ ଘଟଣା ଘଟୁଛି । ଆମକୁ କାହିଁକି ଟାର୍ଗେଟ୍ କରାଯାଉଛି ।

ଜେଲ୍‌ର ଗୁମର ଖୋଲିଲେ ଡିଜି

‘୨୦୨୪ରେ ୧୨ ଜଣ କଏଦୀ ବିଭିନ୍ନ ଜେଲ୍‌ରୁ ଖସି ପଳାଇଥିଲେ’ 
୨୦୨୫ରେ ୬ ଜଣ କଏଦୀ ଜେଲ୍‌ରୁ ଚମ୍ପଟ ମାରିଥିବା କହିଲେ  
‘୨ ଜଣ ଧରାପଡ଼ିଛନ୍ତି, ଜଣଙ୍କ ମୃତ୍ୟୁ, ୩ ଜଣଙ୍କୁ ଖୋଜା ଚାଲିଛି’
‘କଏଦୀ ଚମ୍ପଟ୍ ରୋକିବା ପାଇଁ ଏଆଇ ବ୍ୟବସ୍ଥା କରାଯାଉଛି’ 
‘୩୪ଟି ଜେଲ୍‌ରେ ଏଆଇ ବ୍ୟବସ୍ଥା ଗ୍ରହଣ କରାଯାଉଛି’
‘ଚୌଦ୍ବାର ଜେଲ୍‌ରେ ମହିଳା ବନ୍ଦୀଙ୍କ ସୁନା ଗାଏବର ତଦନ୍ତ ହେବ’
‘ତତ୍କାଳୀନ ଜେଲର୍ ଠିକ୍ ଭାବେ ରେଜିଷ୍ଟର୍ ମେଣ୍ଟେନ୍ କରିନାହାନ୍ତି’
କଏଦୀ ଚମ୍ପଟ ଘଟଣାରେ ବି ସେହି ଜେଲର୍‌ଙ୍କ ଭୁଲ୍ ଥିବା କହିଲେ ଡିଜି 
‘ବଦଳି ହେବା ପରେ ସେ ଏପଟ ସେପଟ ଖବର ଦେଉଛନ୍ତି ଶୁଣିବାକୁ ପାଉଛୁ’
ଜେଲ୍ ଭିତରୁ କେହି ବାହାରକୁ ଖବର ଦେଉଥିବା କହିଲେ ଡିଜି 
‘ଅଧିକାରୀଙ୍କ ତ୍ରୁଟି ସାମ୍ନାକୁ ଆସିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ’  
‘୧ ଲକ୍ଷ ୯୦ ହଜାର ଟଙ୍କା ଫେରସ୍ତ ପାଇଁ ମୁଁ କିଛି ନିର୍ଦ୍ଦେଶ ଦେଇନଥିଲି’ 
‘ମୋ ଜାଣତରେ ଚୌଦ୍ୱାର ଜେଲ୍ ଅଧୀକ୍ଷକ ଟଙ୍କା ଦେଇନାହାନ୍ତି’   
ଜେଲ୍ ବିଭାଗର ଅଧିକାରୀଙ୍କ ସଚ୍ଚୋଟତାକୁ ନେଇ ମଧ୍ୟ ଗୁମର ଖୋଲିଲେ ଡିଜି
‘ଜେଲ୍ ଏକମାତ୍ର ବିଭାଗ ଯେଉଁଠି ଜଣେ ବି ଅଧିକାରୀ ପଦକ ପାଇବାକୁ ଯୋଗ୍ୟ ନାହାଁନ୍ତି’  
‘ସମସ୍ତଙ୍କ ବିରୋଧରେ କୌଣସି ନା କୌଣସି ତଦନ୍ତ ଜାରି ରହିଛି’ 
‘ଏ ବର୍ଷ ଅତି କମ୍‌ରେ ୩୦ ଅଧିକାରୀଙ୍କ ବିରୋଧରେ ତଦନ୍ତ ହୋଇଛି’