କନକବ୍ୟୁରୋ : ୮ ମାସର ଗର୍ଭବତୀ ମହିଳାଙ୍କୁ ଶାଶୂଘର ଲୋକ ପିଟି ପିଟି ମାରିଦେଇଥିବା ଅଭିଯୋଗ। ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର ଲୋକ। ମୃତକ ମହିଳା ଜଣକ ହେଲେ ରୁନୁ ମିଶ୍ର । ଗତ ବର୍ଷ 20 ଏପ୍ରିଲ 2025 ରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବ୍ରାହ୍ମଣୀ ଗ୍ରାମର ଦାମୋଦର ମିଶ୍ର ଯାଲୋଇ ଗ୍ରାମର ଲିକୁନ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ସହ ନିଜ ଝିଅ ରୁନୁ ମିଶ୍ରଙ୍କୁ ବିବାହ କରାଇଥିଲେ । ବିବାହ ପରେ ରୁନୁ ମିଶ୍ର ସ୍ବାମୀଙ୍କ ପରିବାର ସହ ସୁବର୍ଣ୍ଣପୁର ସହରର ରାମକୃଷ୍ଣ ନଗରରେ ଭଡ଼ାରେ ରହୁଥିଲେ । ବିବାହ ସମୟରେ ୫ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ ଶାଶୁଘର ଲୋକ ।
କନକବ୍ୟୁରୋ : କଟକରେ ଫୁଟିଲା ଗୁଳି; ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ରେ ଯୁବକ ମୃତ
ବିବାହ ପର ଦିନ ଝିଅର ବାପା ଏକ ଲକ୍ଷ୍ୟ ଟଙ୍କା ଫୋନ ପେ ରେ ଦେଇଥିଲେ l ତାପରେ ପୁଣି ଦୁଇ ଲକ୍ଷ ଟଙ୍କା ପୁଣି ପୁଅ ଘରକୁ ଯାଇ ନଗଦ ଦେଇଥିବା ଝିଅର ବାପା କହିଛନ୍ତି l ତିନି ଲକ୍ଷ ଦେଇଥିବା ବେଳେ ବାକି ଦୁଇ ଲକ୍ଷ ଟଙ୍କା ଝିଅର ବାପା ଦେଇ ନଥିବାରୁ ପୂର୍ବରୁ ଅନେକ ଥର ମାଡ଼ ପିଟ କରିଥିବା ଝିଅ ପୂର୍ବରୁ ବାପାଙ୍କୁ କହିଥିବା ଅଭିଯୋଗ କରିଛନ୍ତି ଝିଅର ବାପା ଦାମୋଦର ମିଶ୍ର l ଝିଅର ଅନେକ ସ୍ଥାନରେ ଦାଗ ଚିହ୍ନ ଥିବା ସହ କିଛି ସ୍ଥାନରେ ରକ୍ତ ମଧ୍ୟ ବାହାରୁଥିବାରୁ ଆଜି ଝିଅର ବାପା ସୁବର୍ଣ୍ଣପୁର ଟାଉନ ଥାନାରେ ଯୌତୁକ ପାଈଁ ମାଡ଼ପିଟ କରି ମାରି ଦେଇଥିବା ଅଭିଯୋଗ କରି ନ୍ୟାୟ ପାଈଁ ଦାବି କରିଛନ୍ତି l
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/18/9-2026-02-18-19-10-21.jpg)