puri Photograph: (kanak news)
କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଧଜିଆ ଉଡୁଛି ନିୟମ, ଜଳକା ସାଜିଛି ପ୍ରଶାସନ । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଆଇନମନ୍ତ୍ରୀଙ୍କୁ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନ । ଅଣତାରକା ପ୍ରଶ୍ନରେ ଲିଖିତରେ ଉତ୍ତର ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରିପୋର୍ଟ ଅନୁସାରେ, ଜୁନ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ଉପରେ ୧୦ ଥର ବେଆଇନ ଭାବେ ଉଡ଼ିଛି ଡ୍ରୋନ । ୧୦ ଟି ମାମଲା ରୁଜ୍ଜୁ କରାଯାଇଥିବାବେଳେ ୨ ଟି ମାମଲାରେ ଫାଇନାଲ ଫର୍ମ ପ୍ରଦାନ କରାଯାଇଛି । ବାକି ୮ ଗୋଟି ମାମଲାର ତଦନ୍ତ ଜାରିରହିଛି ।
ସେହିପରି ଜୁନ ୨୦୨୪ ମସିହାରୁ ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ପରିସରକୁ ୭୦୦ ଜଣ ବ୍ୟକ୍ତି ଅନଧିକୃତ ଭାବେ ମୋବାଇଲ ଫୋନ ଧରି ପ୍ରବେଶ କରିଛନ୍ତି । ଏଥିପାଇଁ ୬ ଲକ୍ଷ ୯୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଏହି ଘଟଣାରେ ସିଂହଦ୍ଵାର ଥାନାରେ ୯ ଗୋଟି ମାମଲା ରୁଜ୍ଜୁ କରାଯାଇଥିବା ବେଳେ ୭ ଟି ର ଫଇସଲା ହୋଇଛି ଓ ୨ ଟି ମାମଲା ତଦନ୍ତ ଚାଲିଛି । ଶ୍ରୀମନ୍ଦିର ଭିତରେ ବେଆଇନ ଭାବେ ଫଟୋ, ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ୮ ଥର ପ୍ରସାରଣ କରିଥିବାର ନଜରକୁ ଆସିଥିବାରୁ ସିଂହଦ୍ବାର ଥାନାରେ ୮ ଗୋଟି ମାମଲା ରୁଜୁ କରାଯାଇଛି । ସେଥି ମଧ୍ୟରୁ ୫ ଗୋଟି ମାମଲାର ତଦନ୍ତ ସରିଛି ଓ ୩ଟି ମାମଲା ତଦନ୍ତାଧୀନ ଅଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ।
ଅଧିକ ପଢ଼ନ୍ତୁ---ବାଲ୍ୟବିବାହକୁ ନେଇ ସାଂଘାତିକ ତଥ୍ୟ ରଖିଲେ ଉପମୁଖ୍ୟମନ୍ତ୍ରୀ ; ରାଜ୍ୟର ୧୨ ଜିଲ୍ଲାରେ ବାଲ୍ୟ ବିବାହ ହାର ଅଧିକ
Follow Us