କନକ ବ୍ୟୁରୋ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ । ସନ୍ଧ୍ୟା ସମାରୋହରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ । ଜଗନ୍ନାଥ ମନ୍ଦିରର ଉଦ୍‌ଘାଟନ କେବଳ ଏକ ସ୍ଥାପତ୍ୟର ଶୁଭାରମ୍ଭ ନୁହେଁ ମାତ୍ର ଏହା ଆସ୍ଥା, ସଂସ୍କୃତି ଏବଂ ଆଧ୍ୟାତ୍ମିକ ଚେତନାର ପୁନଃଜାଗରଣ ବୋଲି ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମ କୂଳରେ ନିର୍ମିତ  ଜଗନ୍ନାଥ ମନ୍ଦିର  ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ଯୋଗଦେଇ କହିଛନ୍ତି ।

Advertisment

 ଏହି ଅବସରରେ ଗଙ୍ଗା ଆରତୀରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହି ଜଗନ୍ନାଥ ମନ୍ଦିର ଓଡ଼ିଶାର ଭକ୍ତି ପରମ୍ପରା ଓ ତ୍ରିବେଣୀ ସଙ୍ଗମର ଆଧ୍ୟାତ୍ମିକ ମହିମାକୁ ଏକତ୍ର କରି ଜାତୀୟ ଏକତାର ବାର୍ତ୍ତା ପ୍ରସାର କରିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରି ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦ୍ୱାରା ଉତ୍ତର ଓ ପୂର୍ବ ଭାରତ ମଧ୍ୟରେ ଏକ ସୁଦୃଢ଼ ଆଧ୍ୟାତ୍ମିକ ସେତୁ ସୃଷ୍ଟି ହୋଇଛି ।

ଅଧିକ ପଢନ୍ତୁ : ବୌଦ୍ଧରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ : ଜିଲ୍ଲା ମହୋତ୍ସବରୁ ଆସିଲା ଅଭାବନୀୟ ଦୃଶ୍ୟ

ମନ୍ଦିର ପ୍ରତିଷ୍ଠାରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ଉଦ୍ୟମକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ମନ୍ଦିର ଭକ୍ତି, ସଂସ୍କୃତି ଓ ଦେଶପ୍ରେମର ସଙ୍ଗମ ସୃଷ୍ଟି କରିଛି । ସେ ପ୍ରକୃତି ସଂରକ୍ଷଣ, ଗଙ୍ଗା ସ୍ୱଚ୍ଛତା ଓ ମାନବ ସେବା କ୍ଷେତ୍ରରେ ସ୍ୱାମୀଜୀଙ୍କ ଅବଦାନକୁ ସ୍ମରଣ କରିଥିଲେ । କାର୍ଯ୍ୟକ୍ରମରେ  ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ, ଉତ୍ତର ପ୍ରଦେଶର ଜଲ୍‌ ଶକ୍ତି ମନ୍ତ୍ରୀ ଶ୍ରୀ ସ୍ୱତନ୍ତ୍ର ଦେବ୍ ସିଂହ, ଓଡ଼ିଶାର ଆଡଭୋକେଟ ଜେନେରାଲ ଶ୍ରୀ ପିତାମ୍ୱର ଆଚାର୍ଯ୍ୟ ଏବଂ ଶହ ଶହ ସାଧୁ ସନ୍ଥ ଯୋଗ ଦେଇଥିଲେ ।