ବୋମା ମାଡ ନୁହେଁ ହୋଇଥିଲା ଗ୍ୟାସ୍ ବିସ୍ପୋରଣ : ସାମ୍ବାଦିକ ସମ୍ମିଳନୀରେ ଏସଡିପିଓଙ୍କ ସୂଚନା

Advertisment

ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗାଁରେ ବୋମା ମାଡ଼ ଘଟଣାରେ ରୋଚକ ମୋଡ଼। ବୋମାମାଡ଼ ନୁହେଁ ବରଂ ଗ୍ୟାସ୍ ସିଲିଣ୍ଡର ଫାଟି ହୋଇଥିଲା ବିସ୍ଫୋରଣ। ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଛତ୍ରପୁର ଏସ୍‌ଡିପିଓ ।

ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗାଁରେ ବୋମା ମାଡ଼ ଘଟଣାରେ ରୋଚକ ମୋଡ଼। ବୋମାମାଡ଼ ନୁହେଁ ବରଂ ଗ୍ୟାସ୍ ସିଲିଣ୍ଡର ଫାଟି ହୋଇଥିଲା ବିସ୍ଫୋରଣ। ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଛତ୍ରପୁର ଏସ୍‌ଡିପିଓ ।

gas

Photograph: (kanaknews)

କନକ ବ୍ୟୁରୋ : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗାଁରେ ବୋମା ମାଡ଼ ଘଟଣାରେ ରୋଚକ ମୋଡ଼। ବୋମାମାଡ଼ ନୁହେଁ ବରଂ ଗ୍ୟାସ୍ ସିଲିଣ୍ଡର ଫାଟି ହୋଇଥିଲା ବିସ୍ଫୋରଣ। ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଛତ୍ରପୁର ଏସ୍‌ଡିପିଓ ।  ସୋମବାର ବିଳମ୍ବିତ ରାତିରେ ଜି. କାମରାଜୁଙ୍କ ଘରେ ହୋଇଥିଲା ବିସ୍ଫୋରଣ ।  ଘର ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ କରିଥିଲେ ଜି. କାମରାଜୁ । ଘଟଣାକୁ ଗୁରୁତ୍ୱ ଦେଇ ମାମଲା ରୁଜୁ କରି ଆରମ୍ଭ ହୋଇଥିଲା ତଦନ୍ତ ।  ଗଞ୍ଜାମ ଏସପିଙ୍କ ତତ୍ୱବଧାନରେ ସାଇଟିଫିକ୍ସ ଟିମ, ଫାୟାର ଟିମ, ରାଜ୍ୟ ବୋମା ନିଷ୍କ୍ରିୟ କାରୀ ଟିମ, ରାଜ୍ୟ ଫୋର ସିକ ବିଜ୍ଞାନ ପରୀକ୍ଷାଗାର ଟିମ ଘଟଣାସ୍ଥଳ ରେ ପହଁଚି ବିଭିନ୍ନ ନମୁନା ସଂଗ୍ରହ କରିବା  ସହିତ ଯାଞ୍ଚ କରିଥିଲେ  l  

ଅଧିକ ପଢନ୍ତୁ : ଓଡ଼ିଶା ବନ୍ଦବେଳେ ବଡ଼ ଅଘଟଣ : ୩ ବର୍ଷର ପୁଅର ଗଲା ଜୀବନ

ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ରେ ଛତ୍ରପୁର ଏସ ଡି ପିଓ ଚନ୍ଦନ କୁମାର ଘଡ଼ାଇ  ଘଟଣା ସମ୍ପର୍କ ରେ ସୂଚନା ଦେଇଛନ୍ତି  l  ଜି. କାମରଜୁ ଙ୍କ ରୋଷେଇ ଘରେ ଏକ ଛୋଟିଆ ଆବଧ ଠାକୁର ଘରେ ଅଖଣ୍ଡ ଦୀପ ଜଳୁଥିଲା ତାର ଧୂଆଁ ଏବଂ ସେଠାରେ ଥିବା ଗୋଟିଏ ଖାଲି ଓ ଆଉ ଗୋଟିଏ ଫୁଲ ଗ୍ୟାସ ଟାଙ୍କି ରହିଥିଲା  l  

ଦୀପ ଧୂଆଁ ଏବଂ ରେଗୁଲଟର ଯୋଗେ  ଧୀରେ ଧରେ ଆସୁଥିବା ଗ୍ୟାସ ଯୋଗୁଁ ଏପରି ବ୍ଲାଷ୍ଟ ହୋଇଥିବା  ରାଜ୍ୟ ଫୋର ସିକ ବିଜ୍ଞାନ ପରୀକ୍ଷା ଗାର ବୈଜ୍ଞାନିକ ମାନେ ରିପୋର୍ଟ ଦେଇଛନ୍ତି ବୋଲି ଏସ ଡିପିଓ ଶ୍ରୀ ଘଡ଼ାଇ ସୂଚନା ଦେଇଛନ୍ତି  l  ତେବେ କୌଣସି ବୋମା ଫୁଟି ନାହିଁ କି କୌଣସି ବିସ୍ପୋରକ ସାମଗ୍ରୀ ଯୋଗୁଁ ଏପରି ଘଟଣା ଘଟିନି ବୋଲି ଏସଡିପିଓ ଶ୍ରୀ ଘଡାଇ କହିଛନ୍ତି  l  ଏହି ସାମ୍ବାଦିକ ସମ୍ମିଳନୀ ରେ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଉପସ୍ଥିତ ଥିଲେ  l


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe