କନକ ବ୍ୟୁରୋ : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗାଁରେ ବୋମା ମାଡ଼ ଘଟଣାରେ ରୋଚକ ମୋଡ଼। ବୋମାମାଡ଼ ନୁହେଁ ବରଂ ଗ୍ୟାସ୍ ସିଲିଣ୍ଡର ଫାଟି ହୋଇଥିଲା ବିସ୍ଫୋରଣ। ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଛତ୍ରପୁର ଏସ୍ଡିପିଓ । ସୋମବାର ବିଳମ୍ବିତ ରାତିରେ ଜି. କାମରାଜୁଙ୍କ ଘରେ ହୋଇଥିଲା ବିସ୍ଫୋରଣ । ଘର ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ କରିଥିଲେ ଜି. କାମରାଜୁ । ଘଟଣାକୁ ଗୁରୁତ୍ୱ ଦେଇ ମାମଲା ରୁଜୁ କରି ଆରମ୍ଭ ହୋଇଥିଲା ତଦନ୍ତ । ଗଞ୍ଜାମ ଏସପିଙ୍କ ତତ୍ୱବଧାନରେ ସାଇଟିଫିକ୍ସ ଟିମ, ଫାୟାର ଟିମ, ରାଜ୍ୟ ବୋମା ନିଷ୍କ୍ରିୟ କାରୀ ଟିମ, ରାଜ୍ୟ ଫୋର ସିକ ବିଜ୍ଞାନ ପରୀକ୍ଷାଗାର ଟିମ ଘଟଣାସ୍ଥଳ ରେ ପହଁଚି ବିଭିନ୍ନ ନମୁନା ସଂଗ୍ରହ କରିବା ସହିତ ଯାଞ୍ଚ କରିଥିଲେ l
ଅଧିକ ପଢନ୍ତୁ : ଓଡ଼ିଶା ବନ୍ଦବେଳେ ବଡ଼ ଅଘଟଣ : ୩ ବର୍ଷର ପୁଅର ଗଲା ଜୀବନ
ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ରେ ଛତ୍ରପୁର ଏସ ଡି ପିଓ ଚନ୍ଦନ କୁମାର ଘଡ଼ାଇ ଘଟଣା ସମ୍ପର୍କ ରେ ସୂଚନା ଦେଇଛନ୍ତି l ଜି. କାମରଜୁ ଙ୍କ ରୋଷେଇ ଘରେ ଏକ ଛୋଟିଆ ଆବଧ ଠାକୁର ଘରେ ଅଖଣ୍ଡ ଦୀପ ଜଳୁଥିଲା ତାର ଧୂଆଁ ଏବଂ ସେଠାରେ ଥିବା ଗୋଟିଏ ଖାଲି ଓ ଆଉ ଗୋଟିଏ ଫୁଲ ଗ୍ୟାସ ଟାଙ୍କି ରହିଥିଲା l
ଦୀପ ଧୂଆଁ ଏବଂ ରେଗୁଲଟର ଯୋଗେ ଧୀରେ ଧରେ ଆସୁଥିବା ଗ୍ୟାସ ଯୋଗୁଁ ଏପରି ବ୍ଲାଷ୍ଟ ହୋଇଥିବା ରାଜ୍ୟ ଫୋର ସିକ ବିଜ୍ଞାନ ପରୀକ୍ଷା ଗାର ବୈଜ୍ଞାନିକ ମାନେ ରିପୋର୍ଟ ଦେଇଛନ୍ତି ବୋଲି ଏସ ଡିପିଓ ଶ୍ରୀ ଘଡ଼ାଇ ସୂଚନା ଦେଇଛନ୍ତି l ତେବେ କୌଣସି ବୋମା ଫୁଟି ନାହିଁ କି କୌଣସି ବିସ୍ପୋରକ ସାମଗ୍ରୀ ଯୋଗୁଁ ଏପରି ଘଟଣା ଘଟିନି ବୋଲି ଏସଡିପିଓ ଶ୍ରୀ ଘଡାଇ କହିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀ ରେ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଉପସ୍ଥିତ ଥିଲେ l
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/28/gas-2026-01-28-17-29-51.jpg)