ବଢୁଛି ବାତ୍ୟା ଭୟ, ଲଘୁଚାପରେ ପରିଣତ ହେଲା ସମୁଦ୍ରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ

Advertisment

୨୪ତାରିଖରେ ନେଇପାରେ ଅବପାତର ରୂପ ।୨୬ ବେଳକୁ ହୋଇପାରେ ବାତ୍ୟାରେ ପରିଣତ

୨୪ତାରିଖରେ ନେଇପାରେ ଅବପାତର ରୂପ ।୨୬ ବେଳକୁ ହୋଇପାରେ ବାତ୍ୟାରେ ପରିଣତ

rain

rain Photograph: (KanakNews)

କନକ ବ୍ୟୁରୋ:  ବଢୁଛି ବାତ୍ୟା ଭୟ । ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ । ୨୬ରେ ନେଇପାରେ ବାତ୍ୟାର ରୂପ ମାଲାକ୍କା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ନେଇଛି ଲଘୁଚାପର ରୂପ । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨୪ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ଘଣ୍ଟାରେ ଗଭୀର ଅବପାତ ରୂପ ନେଇପାରେ । ସମୁଦ୍ର  ଭିତରେ ବଳ ଗୋଟାଇ ଏହା ଧୀରେ ଶକ୍ତିଶାଳୀହେବ ଓ ୨୬ରେ ବାତ୍ୟାରେ ପରିଣତ ହୋଇପାରେ। ବାତ୍ୟାର ଗତିପଥ, ତୀବ୍ରତା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନି ।

ଅଧିକ ପଢନ୍ତୁ :ଶୀତ ଦିନରେ ଘାରିଲା ବାତ୍ୟା ଭୟ; ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

କିନ୍ତୁ ଏହାର ପ୍ରଭାବରେ ଆଣ୍ଡାମାନ, ନିକୋବର ଦୀପପୁଞ୍ଜରେ ବର୍ଷା ଆରମ୍ଭ ହୋଇଗଲାଣି । ୨୭ବେଳକୁ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଡ ବର୍ଷା ଭୟ ରହିଛି । ଏବେଠାରୁ ଏ ସଂକ୍ରାନ୍ତରେ ସତର୍କ କରିଛନ୍ତି ପାଣିପାଗ ବିଜ୍ଞାନୀ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ଏଣୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଧାନ ଅମଳ ସମୟ ହୋଇଥିବାରୁ ଅଦିନିଆ ବର୍ଷାକୁ ନେଇ ଚାଷୀଙ୍କୁ ଚିନ୍ତା ଘାରିଛି। ପାଚିଲା ଧାନ ନଷ୍ଟ ହେବାର ଆଶଙ୍କା ଥିବାରୁ ତରତର ହୋଇ ଜମିରୁ ଧାନ କାଟି ନେଉଛନ୍ତି ଚାଷୀ । 

 ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ଲାଗି ଭୟଭୀତ ଚାଷୀକୁଳ। ତର ତର ହୋଇ ଅଧା ପାଚିଲା ଧାନକୁ କାଟି ନେଉଛି ଚାଷୀ । ଗତ ବାତ୍ୟା ଜନିତ ବର୍ଷାରେ ଚାଷ ଜମିରେ ପାଣି ପଶି ଚାଷ ଜମି ନଷ୍ଟ ହୋଇ ଯାଇଥିବା ସହ ଧାନ ଗୁଡିକ ଗଜା ହୋଇଯାଇଥିବା ବେଳେ ଏବେ ପୁଣି ଯଦି ଲଘୁଚାପ ଜନିତ ବର୍ଷା ହୁଏ ଚାଷୀକୁଳ ହତାଶ ହୋଇଯିବେ l ଏଣୁ ସେମାନେ ଭୟଭୀତ ଅବସ୍ଥାରେ ବିଲରେ ଲାଗିଥିବା ଧାନ ଗୁଡିକୁ ଅଧା ପାଚିଲା ଧାନ ଗୁଡିକୁ କାଟି ପକାଉଥିବା ଦେଖିବାକୁ ମିଳିଛି l ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ପଞ୍ଚାୟତରେ ଥିବା ଚାଷ ଜମି ଗୁଡିକରେ ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ଯୋଗୁଁ ନିଜ ନିଜ ଚାଷ ଜମିକୁ ବଞ୍ଚାଇବା ଏବଂ ଫସଲକୁ ସୁରକ୍ଷା ଦେବା ପାଇଁ ଲାଗିପଡିଛନ୍ତି ଚାଷୀ ମାନେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe