ପ୍ରଥମରୁ ପଦାରେ ପଡିଲା ମଣ୍ଡି ଅବ୍ୟବସ୍ଥା:  ଦୁଇ ଦିନ ହେଲା ଖୋଲିଲାଣି ମଣ୍ଡି, ଉଠିପାରିଲାନି ମୁଠାଏ ଧାନ

Advertisment

ଚାଉଳ ଉଠାଇବା ସହ ମିଲିଂ ଚାର୍ଜ ବୃଦ୍ଧି ଦାବିରେ ଅଟଳ ମିଲର ସଂଘ

ଚାଉଳ ଉଠାଇବା ସହ ମିଲିଂ ଚାର୍ଜ ବୃଦ୍ଧି ଦାବିରେ ଅଟଳ ମିଲର ସଂଘ

Farmer

Farmer Photograph: (KanakNews)

କନକ ବ୍ୟୁରୋ: ମଣ୍ଡି ଖୋଲିଲା ହେଲେ ଚାଷୀ ବିକି ଉଠୁନି ଧାନ । ଚାଉଳ ଉଠାଣକୁ ନେଇ ସହ ପ୍ରଶାସନ ଓ ମିଲରଙ୍କ ମଧ୍ୟରେ ଛକା ପଞ୍ଜା ଯୋଗୁଁ ପେଶି ହେଉଛନ୍ତି ଚାଷୀ । ଚାଉଳ ନନେବା ପର୍ଯନ୍ତ ଧାନ ନଉଠାଇବାକୁ ସିଧାସଳଖ ଚେତାବନୀ ଦେଇଛି ମିଲର ସଂଘ ।   
   
ଖରିଫ ଧାନ କିଣା ଆରମ୍ଭରୁ ପଦାରେ ପଡିଛି ଅବ୍ୟବସ୍ଥା ।  ବରଗଡ଼, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାରେ ମଣ୍ଡି ଖୋଲିଥିଲେ ବି ଉଠିପାରୁନି ଧାନ । ଚାଉଳ ଉଠାଣକୁ ନେଇ ପ୍ରଶାସନ ସହ ବିବାଦ ଯୋଗୁଁ ବରଗଡ଼, ସମ୍ବଲପୁରରେ ଦୁଇ ଦିନ ହେଲା ମଣ୍ଡି ଖୋଲିଥିଲେ ବି ଧାନ ବିକ୍ରି ହୋଇ ପାରୁନି। କଳହାଣ୍ଡିରେ ମଧ୍ୟ ସମାନ ଅବସ୍ଥା । ଗୋଲମୁଣ୍ଡା ବ୍ଲକରେ ଆଜି ମଣ୍ଡି ଖୋଲିଥିଲେ ବି ବସ୍ତାଏ ଧାନ ବିକି ପାରିନାହାନ୍ତି ଚାଷୀ । ଟ୍ରାକ୍ଟର, ଟ୍ରକ ଓ ବିଭିନ୍ନ ଗାଡ଼ିରେ ଧାନ ଆଣି ମଣ୍ଡିରେ ଅପେକ୍ଷା କରିଥିବା ଚାଷୀ ହତାଶ ହୋଇଛନ୍ତି ।

ଅଧିକ ପଢନ୍ତୁ : ମଣ୍ଡି ପାଇଁ ଚାଷୀଙ୍କ ମୁଣ୍ଡବିନ୍ଧା ; ନବରଙ୍ଗପୁରରେ ମଣ୍ଡି ଖୋଲିଲା ହେଲେ ଉଠୁନି ଧାନ
ଅସନ୍ତୋଷ ବଢ଼ୁଥିବାବେଳେ ସମ୍ବଲପୁରରେ ଚାଷୀଙ୍କ ସହ ବୈଠକ କରିଛି ପ୍ରଶାସନ । ଚାଷୀଙ୍କ ଧାନ ଉଠାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଜିଦରେ ଅଟଳ ମିଲର ସଂଘ । ଚାଉଳ ନଉଠାଇବା ପର୍ଯ୍ୟନ୍ତ ଧାନ ଉଠାଇବେ ନାହିଁ ବୋଲି ସରକାରଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି । ଏଥିସହ ମିଲିଂ ଚାର୍ଜ ବୃଦ୍ଧି କରିବାକୁ ଦାବି କରିଛି ମିଲର ସଂଘ । ଏଭଳି ସ୍ଥିତିରେ ଧାନ ଉଠାଇବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।  ଧାନ କିଣିବାକୁ ସରକାର ଦୀର୍ଘ ଦିନ ହେଲା ପ୍ରସ୍ତୁତି ଚଳାଇଥିବାବେଳେ ଆରମ୍ଭରୁ ଏଭଳି ଅବ୍ୟବସ୍ଥା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe