କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚାଷୀଙ୍କ ମୁଣ୍ଡବିନ୍ଧା ବଢାଇଲାଣି ମଣ୍ଡି । ଧାନ ମଣ୍ଡି ଖୋଲିଥିଲେ ମଧ୍ୟ ଟୋକନ୍, କଟନିଛଟନିକୁ  ନେଇ ହଇରାଣ ହେଉଛନ୍ତି ଚାଷୀ । ଆଜି ଏଭଳି ବିଭିନ୍ନ ଅବ୍ୟବସ୍ଥାକୁ ନେଇ ବରଗଡ଼ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଥିଲେ ଶହ ଶହ ଚାଷୀ । ସେପଟେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଉପବଜାର ପ୍ରାଙ୍ଗଣରେ ଆଜିଠୁ ଧାନ କିଣା ଆରମ୍ଭ ହୋଇଥିଲେ ବି ପ୍ରଥମ ଦିନରୁ ଦେଖାଦେଇଛି କେଁ । 

Advertisment

ଟୋକନ୍ ଓ କଟ୍‌ନି ଛଟ୍‌ନି ଝାମେଲାରେ ପେଷି ହୋଇଗଲେଣି ବରଗଡ଼ ଜିଲ୍ଲାର ଶହ ଶହ ଚାଷୀ । ଯାହାର ଅମଳ ସରିଛି, ଟୋକନ୍ ଆସିନି। କିନ୍ତୁ ଯାହାର ଅମଳ ସରିନି, ସେମାନଙ୍କର ଟୋକନ୍ ଆସିଛି । ତେବେ ଚାଷୀଙ୍କୁ ଯନ୍ତ୍ରଣା ଦେଉଛି କଟନି ଛଟନି ସମସ୍ୟା । ଧାନ କୁଇଣ୍ଟାଲ ପିଛା ୪ରୁ ୫ କେଜି କଟାଯାଉଛି ।  ଧାନରେ ମାଟି, ବାଲି  ମିଶା ଥିବା ଅଭିଯୋଗ କରି ଏଫଏକ୍ୟୁ ଧାନ ନଥିବା କହି ଫେରାଇ ଦେଉଛନ୍ତି । ଯାହାକୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଛନ୍ତି ବରଗଡ଼ ଜିଲ୍ଲା ବରପାଲିର ଶହ ଶହ ଚାଷୀ ।