ଶ୍ରୀହରିକୋଟାରୁ ଐତିହାସିକ  ଉତ୍‌କ୍ଷେପଣ , ଲଞ୍ଚ ହେଲା କମ୍ୟୁନିକେସନ ସାଟେଲାଇଟ୍‌

Advertisment

ଶ୍ରୀହରିକୋଟାରୁ ଐତିହାସିକ ଉତ୍‌କ୍ଷେପଣ, ଲଞ୍ଚ ହେଲା କମ୍ୟୁନିକେସନ ସାଟେଲାଇଟ୍‌ । ସବୁଠାରୁ ଓଜନିଆ ଉପଗ୍ରହ ଲଞ୍ଚ କଲା ଇସ୍ରୋ

ଶ୍ରୀହରିକୋଟାରୁ ଐତିହାସିକ ଉତ୍‌କ୍ଷେପଣ, ଲଞ୍ଚ ହେଲା କମ୍ୟୁନିକେସନ ସାଟେଲାଇଟ୍‌ । ସବୁଠାରୁ ଓଜନିଆ ଉପଗ୍ରହ ଲଞ୍ଚ କଲା ଇସ୍ରୋ

isro-lvm3-m6

isro-lvm3-m6 Photograph: (Google)

କନକ ବ୍ୟୁରୋ: ଶ୍ରୀହରିକୋଟାରୁ ଐତିହାସିକ ଉତ୍‌କ୍ଷେପଶ, ଲଞ୍ଚ ହେଲା କମ୍ୟୁନିକେସନ ସାଟେଲାଇଟ୍‌ । ସବୁଠାରୁ ଓଜନିଆ ଉପଗ୍ରହ ଲଞ୍ଚ କଲା ଇସ୍ରୋ ।  ସିଧାସଳଖ ମହାକାଶରୁ ମୋବାଇଲ ଇଣ୍ଟରନେଟ୍ ସେବା ପାଇଁ ଫିଟିବ ବାଟ । ଯୋଗାଯୋଗ କ୍ଷେତ୍ରରେ ହେବ ବୈପ୍ଳବିକ ପରିବର୍ତ୍ତନ । ୬.୧ ଟନ୍ ଓଜନର ଏହି ବିଶାଳ ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିବ ଇସ୍ରୋର ବାହୁବଳୀ ରକେଟ୍ ଏଲଭିଏମ୍-୩ ।   ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଏହା ଉତକ୍ଷେପଣ ହୋଇଛି ।

ଅଧିକ ପଢନ୍ତୁ: ଆଜି ମହାକାଶକୁ ଯିବ ଇସ୍ରୋର ସବୁଠୁ ଓଜନିଆ ସାଟେଲାଇଟ, ସିଧାସଳଖ ମହାକାଶରୁ ମୋବାଇଲ ଇଣ୍ଟରନେଟ୍ ସେବା ପାଇଁ ଫିଟିବ ବାଟ

 ଟେକ୍ସାସ୍ ସ୍ଥିତ କଂପାନୀ ଏଏସଟି ସ୍ପେଶ୍ ମୋବାଇଲ ପକ୍ଷରୁ ଏହି ସାଟେଲାଇଟକୁ ପଠାଯାଉଛି । ଦୁର୍ବଳ ଇଣ୍ଟରନେଟ୍ ସେବା ମିଳୁଥିବା ସ୍ଥାନକୁ ଉନ୍ନତ ମୋବାଇଲ ବ୍ରଡବ୍ୟାଣ୍ଡ୍ ଯୋଗାଇବା ଲକ୍ଷ୍ୟରେ ତିଆରି କରାଯାଇଛି । ମହାକାଶ ଭିତ୍ତିକ ବ୍ରଡବ୍ୟାଣ୍ଡ୍ ଯୋଗାଯୋଗ ସାହାଯ୍ୟରେ ବିନା କୌଣସି ଟାୱାର କିମ୍ବା ସ୍ବତନ୍ତ୍ର ଉପକରଣରେ ସାଧାରଣ ମୋବାଇଲକୁ ମଧ୍ୟ ୪-ଜି ଓ ୫-ଜି ସେବା ମିଳିପାରିବ । ଅକ୍ଟୋବର ୧୯ରେ ଆମେରିକାରୁ ବିମାନରେ ଭାରତକୁ ଆସିଥିଲା ଏହି ଓଜନିଆ ସାଟେଲାଇଟ୍ ।
 

 ମହାକାଶରେ 
ବିଶାଳ ସାଟେଲାଇଟ୍!

ଆଉ ରହିବନି ଟାୱାର!
ସବୁଠାରୁ ଓଜନିଆ ସାଟେଲାଇଟ୍‌ 'ବ୍ଲୁ ବର୍ଡ ବ୍ଲକ-୨' 
୨୨୩ ବର୍ଗ ମିଟର ଓସାର, ଓଜନ ୬.୧ ଟନ୍ 
୪୩.୫ ମିଟର ଉଚ୍ଚ ଏହି ସାଟେଲାଇଟ୍ 
'ବ୍ଲୁ ବର୍ଡ ବ୍ଲକ-୨' ପରବର୍ତ୍ତୀ ପିଢ଼ିର ସାଟେଲାଇଟ୍ 
ମହାକାଶରେ ସଫଳତାର ସହ ଲଞ୍ଚ ହେଲେ ବଦଳିଯିବ ମୋବାଇଲ୍‌ ଯୁଗ
ମୋବାଇଲ୍‌ ଯୋଗାଯୋଗ କ୍ଷେତ୍ରରେ ହେବ ବୈପ୍ଳବିକ ପରିବର୍ତ୍ତନ
4-ଜି ଓ 5-ଜି ସ୍ମାର୍ଟଫୋନ୍‌ରେ ସିଧାସଖଳ ମିଳିବ ଇଣ୍ଟରନେଟ୍‌ ସେବା
ମୋବାଇଲ୍‌ ଟାୱାର ନଥିବା ଅପହଞ୍ଚ ଅଞ୍ଚଳରେ ମିଳିବ ଇଣ୍ଟରନେଟ୍ 
ଉନ୍ନତ ମୋବାଇଲ ବ୍ରଡବ୍ୟାଣ୍ଡ୍ ଯୋଗାଇବା ପାଇଁ କାମଦେବ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe