କନକ ବ୍ୟୁରୋ: ଶ୍ରୀହରିକୋଟାରୁ ଐତିହାସିକ ଉତ୍କ୍ଷେପଶ, ଲଞ୍ଚ ହେଲା କମ୍ୟୁନିକେସନ ସାଟେଲାଇଟ୍ । ସବୁଠାରୁ ଓଜନିଆ ଉପଗ୍ରହ ଲଞ୍ଚ କଲା ଇସ୍ରୋ । ସିଧାସଳଖ ମହାକାଶରୁ ମୋବାଇଲ ଇଣ୍ଟରନେଟ୍ ସେବା ପାଇଁ ଫିଟିବ ବାଟ । ଯୋଗାଯୋଗ କ୍ଷେତ୍ରରେ ହେବ ବୈପ୍ଳବିକ ପରିବର୍ତ୍ତନ । ୬.୧ ଟନ୍ ଓଜନର ଏହି ବିଶାଳ ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିବ ଇସ୍ରୋର ବାହୁବଳୀ ରକେଟ୍ ଏଲଭିଏମ୍-୩ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଏହା ଉତକ୍ଷେପଣ ହୋଇଛି ।
ଅଧିକ ପଢନ୍ତୁ: ଆଜି ମହାକାଶକୁ ଯିବ ଇସ୍ରୋର ସବୁଠୁ ଓଜନିଆ ସାଟେଲାଇଟ, ସିଧାସଳଖ ମହାକାଶରୁ ମୋବାଇଲ ଇଣ୍ଟରନେଟ୍ ସେବା ପାଇଁ ଫିଟିବ ବାଟ
ଟେକ୍ସାସ୍ ସ୍ଥିତ କଂପାନୀ ଏଏସଟି ସ୍ପେଶ୍ ମୋବାଇଲ ପକ୍ଷରୁ ଏହି ସାଟେଲାଇଟକୁ ପଠାଯାଉଛି । ଦୁର୍ବଳ ଇଣ୍ଟରନେଟ୍ ସେବା ମିଳୁଥିବା ସ୍ଥାନକୁ ଉନ୍ନତ ମୋବାଇଲ ବ୍ରଡବ୍ୟାଣ୍ଡ୍ ଯୋଗାଇବା ଲକ୍ଷ୍ୟରେ ତିଆରି କରାଯାଇଛି । ମହାକାଶ ଭିତ୍ତିକ ବ୍ରଡବ୍ୟାଣ୍ଡ୍ ଯୋଗାଯୋଗ ସାହାଯ୍ୟରେ ବିନା କୌଣସି ଟାୱାର କିମ୍ବା ସ୍ବତନ୍ତ୍ର ଉପକରଣରେ ସାଧାରଣ ମୋବାଇଲକୁ ମଧ୍ୟ ୪-ଜି ଓ ୫-ଜି ସେବା ମିଳିପାରିବ । ଅକ୍ଟୋବର ୧୯ରେ ଆମେରିକାରୁ ବିମାନରେ ଭାରତକୁ ଆସିଥିଲା ଏହି ଓଜନିଆ ସାଟେଲାଇଟ୍ ।
ମହାକାଶରେ
ବିଶାଳ ସାଟେଲାଇଟ୍!
ଆଉ ରହିବନି ଟାୱାର!
ସବୁଠାରୁ ଓଜନିଆ ସାଟେଲାଇଟ୍ 'ବ୍ଲୁ ବର୍ଡ ବ୍ଲକ-୨'
୨୨୩ ବର୍ଗ ମିଟର ଓସାର, ଓଜନ ୬.୧ ଟନ୍
୪୩.୫ ମିଟର ଉଚ୍ଚ ଏହି ସାଟେଲାଇଟ୍
'ବ୍ଲୁ ବର୍ଡ ବ୍ଲକ-୨' ପରବର୍ତ୍ତୀ ପିଢ଼ିର ସାଟେଲାଇଟ୍
ମହାକାଶରେ ସଫଳତାର ସହ ଲଞ୍ଚ ହେଲେ ବଦଳିଯିବ ମୋବାଇଲ୍ ଯୁଗ
ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ହେବ ବୈପ୍ଳବିକ ପରିବର୍ତ୍ତନ
4-ଜି ଓ 5-ଜି ସ୍ମାର୍ଟଫୋନ୍ରେ ସିଧାସଖଳ ମିଳିବ ଇଣ୍ଟରନେଟ୍ ସେବା
ମୋବାଇଲ୍ ଟାୱାର ନଥିବା ଅପହଞ୍ଚ ଅଞ୍ଚଳରେ ମିଳିବ ଇଣ୍ଟରନେଟ୍
ଉନ୍ନତ ମୋବାଇଲ ବ୍ରଡବ୍ୟାଣ୍ଡ୍ ଯୋଗାଇବା ପାଇଁ କାମଦେବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/24/isro-lvm3-m6-2025-12-24-09-13-41.jpg)