Israel iran Photograph: (Google)
କନକ ବ୍ୟୁରୋ: ଶେଷରେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଇସ୍ରାଏଲ ପକ୍ଷରୁ ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରାଯାଇଛି । ତେହେରାନର ବିଭିନ୍ନ ଅଞ୍ଚଳରୁ କଳା ଧୂଆଁ ଉଠୁଥିବାର ଦେଖବାକୁ ମିଳୁଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ସାରା ଦେଶରେ ତୁରନ୍ତ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଇସ୍ରାଏଲ ଇରାନ ବିରୋଧରେ ଏକ ଆଗୁଆ ଆକ୍ରମଣ ଆରମ୍ଭ କରିବା ନିଶ୍ଚିତ କରିବା ପରେ ଏହି ଘୋଷଣା କରାଯାଇଛି ।
ପାକିସ୍ତାନର ‘ଅପରେସନ୍ ଗଜବ ଲିଲ୍-ହକ୍’ ଆରମ୍ଭ , ଆଫଗାନିସ୍ତାନରେ ଭୟଙ୍କର ଏୟାରଷ୍ଟ୍ରାଇକ୍
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଇସ୍ରାଏଲୀ ବାୟୁସେନା ଇରାନରେ ଅନେକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନର ରାଜଧାନୀ ତେହେରାନରେ ଏକାଧିକ ବିସ୍ଫୋରଣ ଶୁଣାଯାଇଥିଲା, ଯାହାକୁ ଇରାନୀ ଟିଭି ଚ୍ୟାନେଲ ସହିତ ଜଡିତ ସୂତ୍ର ମଧ୍ୟ ନିଶ୍ଚିତ କରିଛନ୍ତି। ଏହି ରିପୋର୍ଟରେ କୁହାଯାଇଛି ଯେ, ଇସ୍ରାଏଲ ଡଜନ ଡଜନ ସାମରିକ ପ୍ରତିଷ୍ଠାନ ଏବଂ କିଛି ସମ୍ବେଦନଶୀଳ ସ୍ଥାନକୁ ଟାର୍ଗେଟ କରିଛି ।
Follow Us