କନକ ବ୍ୟୁରୋ : ସାତଟି ଅନ୍ତର୍ଜାତୀୟ ସଂସ୍ଥା ଏବଂ ସଂଗଠନ ସହିତ ସମସ୍ତ ସମ୍ପର୍କ ଶେଷ କରୁଛି ବୋଲି ଇସ୍ରାଏଲ ସମ୍ପ୍ରତି ଘୋଷଣା କରିଛି । ଏହି ସଂଗଠନଗୁଡ଼ିକ ମଧ୍ୟରୁ ଛଅଟି ଜାତିସଂଘ ସହିତ ଜଡିତ । ଇସ୍ରାଏଲର ବୈଦେଶିକ ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି । ମନ୍ତ୍ରଣାଳୟ କହିଛି ଯେ ଏହି ସଂଗଠନଗୁଡ଼ିକ ଇସ୍ରାଏଲ ପ୍ରତି ପକ୍ଷପାତପୂର୍ଣ୍ଣ ଏବଂ ଶତ୍ରୁତା ମନୋଭାବ ଗ୍ରହଣ କରିଛନ୍ତି । ପୂର୍ବରୁ ଆମେରିକା ମଧ୍ୟ ୬୬ଟି ଜାତିସଂଘ ସଂଗଠନ ଛାଡିବା ନେଇ ଘୋଷଣା କରିଥିଲା । ବୈଦେଶିକ ମନ୍ତ୍ରଣାଳୟ ଏହା ସୂଚିତ କରିଛି ଯେ, ଭବିଷ୍ୟତରେ ଅନ୍ୟ ସଂଗଠନଗୁଡ଼ିକ ବିରୋଧରେ ସମାନ ନିଷ୍ପତ୍ତି ନିଆଯାଇପାରେ ।
ଇସ୍ରାଏଲ ସ୍ପଷ୍ଟ କରିଛି, କିଛି ଜାତିସଂଘ ଏଜେନ୍ସି ସହିତ ସମ୍ପର୍କ ପୂର୍ବରୁ ସମାପ୍ତ ହୋଇସାରିଛି । ସେଥିମଧ୍ୟରେ ସଶସ୍ତ୍ର ସଂଘର୍ଷରେ ଶିଶୁମାନଙ୍କ ଉପରେ ଜାତିସଂଘର ସ୍ୱତନ୍ତ୍ର ପ୍ରତିନିଧିଙ୍କ କାର୍ଯ୍ୟାଳୟ ରହିଛି । ଏହି କାର୍ଯ୍ୟାଳୟ ୨୦୨୪ରେ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)କୁ କଳା ତାଲିକା ଭୁକ୍ତ କରିଥିଲା । ଏହି ତାଲିକାରେ ଇସ୍ରାଏଲ ଏକମାତ୍ର ଗଣତାନ୍ତ୍ରିକ ଦେଶ ବୋଲି କହିଛି ଯେଉଁଥିରେ ଆଇଏସ୍ଆଇଏସ୍ ଓ ବୋକୋ ହରାମ ଭଳି କୁଖ୍ୟାତ ଆତଙ୍କବାଦୀ ସଂଗଠନ ମଧ୍ୟ ଅନ୍ତର୍ଭୁକ୍ତ । ଏହି କାରଣରୁ, ଇସ୍ରାଏଲ ଜୁନ୍ ୨୦୨୪ରେ ପ୍ରକ୍ଷପାତିତା ଅଭିଯୋଗ ଆଣି ଆନୁଷ୍ଠାନିକ ଭାବରେ ଏହି ଜାତିସଂଘ ସହିତ ସମ୍ପର୍କ ଛିନ୍ନ କରିଥିଲା । ଦ୍ୱିତୀୟ ପ୍ରମୁଖ ସଂଗଠନ ହେଉଛି ଜାତିସଂଘ ମହିଳା ସଂଗଠନ ।ଇସ୍ରାଏଲ ଅଭିଯୋଗ କରିଛି ଯେ ସଂଗଠନ, ୭ ଅକ୍ଟୋବର ୨୦୨୩ରେ ହମାସ ଆକ୍ରମଣ ସମୟରେ ଇସ୍ରାଏଲୀ ମହିଳାମାନଙ୍କ ବିରୋଧରେ ଯୌନ ହିଂସାର ଘଟଣାକୁ ଅଣଦେଖା କରିଥିଲା ତଥା ଏହାକୁ ଗମ୍ଭୀରତାର ସହିତ ନେଇନଥିଲା । ଇସ୍ରାଏଲୀ ଚାପ ପରେ, ଜାତିସଂଘ ମହିଳା ସଂଗଠନର ସ୍ଥାନୀୟ ମୁଖ୍ୟଙ୍କୁ ହଟାଇ ଦିଆଯାଇଥିଲା । ଏହା ସତ୍ତ୍ୱେ, ଜୁଲାଇ ୨୦୨୪ରେ, ଇସ୍ରାଏଲ ଜାତିସଂଘର ମହାସଚିବଙ୍କୁ ଜଣାଇଥିଲା, ଆମେ ସଂଗଠନ ସହିତ ସମସ୍ତ ସହଯୋଗ ବନ୍ଦ କରୁଛୁ ।
ଅଧିକ ପଢ଼ନ୍ତୁ---ଜାପାନ ଫାର୍ମକୁ ୫୫୯ କୋଟି ଟଙ୍କାରେ ୧୧ ମହଲା ବିଲ୍ଡିଂ ବିକିଲେ ଜିତେନ୍ଦ୍ର-ତୁଷାର
ସେହିପରି ଇସ୍ରାଏଲ ଦୀର୍ଘ ଦିନ ଧରି ଜାତିସଂଘ ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ (ୟୁଏନ୍ସିଟିଏଡି) ଓ ପଶ୍ଚିମ ଏସିଆ ପାଇଁ ଜାତିସଂଘ ଅର୍ଥନୈତିକ ଏବଂ ସାମାଜିକ କମିଶନ (ଇଏସ୍ସିଡବ୍ଲୁଏ) ଠାରୁ ଦୂରତା ବଜାୟ ରଖିଛି । ଇସ୍ରାଏଲ ଅଭିଯୋଗ କରିଛି, ଏହି ସଂସ୍ଥାଗୁଡ଼ିକ ସମାଲୋଚନାମୂଳକ ରିପୋର୍ଟ ଜାରି କରିଛନ୍ତି । ଇସ୍ରାଏଲ ତିନୋଟି ଅନ୍ୟ ସଂଗଠନ ସହିତ ସମ୍ପର୍କ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି । ସେଥି ମଧ୍ୟରେ ୟୁଏନ୍ ଅଲାଏନ୍ସ ଅଫ୍ ଭିଭିଲାଇଜେସନ, ଜାତିସଂଘ ଶକ୍ତି, ଓ ପ୍ରବାସ ଏବଂ ବିକାଶ ଗ୍ଲୋବାଲ୍ ଫୋରମ୍ ସହିତ ଆନୁଷ୍ଠାନିକ ଭାବରେ ସମ୍ପର୍କ ଛିନ୍ନ କରିଛି । ଇସ୍ରାଏଲ କହିଛି, ଏହି ଫୋରମ୍ ଗୁଡ଼ିକୁ ଆମ ବିରୋଧରେ ବ୍ୟବହାର କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/14/israel-2026-01-14-10-26-41.jpg)